ବାଲିଗୁଡା : ଅଭୟାରଣ୍ୟ ରେ ଅବାଧ ପ୍ରବେଶ ସାଙ୍ଗକୁ ବନ୍ୟ ଜୀବଜନ୍ତୁ ଶୀକାର କରିବା ଓ ଶୀକାର ଉଦେଶ୍ୟ ରେ ନିଆଁ ଲଗେଇବା ବେଳେ ତୁମୁଡିବନ୍ଧ ବନବିଭାଗ ର କଡା କାର୍ଯ୍ୟାନୁଷ୍ଠାନ ।ତୁମୁଡିବନ୍ଧ ବନାଞ୍ଚଳ ର କୋଟଗଡ଼ ଅଭୟାରଣ୍ୟ ର ପୀଡାମାହା ଜଙ୍ଗଲ ରୁ ଚାରି ଜଣ ଶିକାରୀ କୁ ଗିରଫ କରିଛି ବନବିଭାଗ । ଚାରି ଶିକାରୀ ଠାରୁ ଚାରି ଗୋଟି ଦେଶୀ ବନ୍ଧୁକ, ଗୋଟିଏ ବାଇକ,୨୪ ଗୋଟି ଜୀବନ୍ତ ଗୁଳି,୧୭୦ ଗ୍ରାମ ର ବାରୂଦ ପାଉଡର,ହେଡ଼ ଲାଇଟ ସମେତ ବିଭିନ୍ନ ସରଞ୍ଜାମ ଜବତ କରିଛି ତୁମୁଡିବନ୍ଧ ବନବିଭାଗ ।ଗିରଫ ଚାରି ଜଣ ଶିକାରୀ ତୁମୁଡିବନ୍ଧ ଥାନା ସିର୍ଲା ପଂଚାୟତ ର ବଙ୍ଗେରୀ ଗାଁ ର ଜିତୁ ମାଝୀ,ଫିନାଶ ମଳିକ,ରାଜେନ୍ଦ୍ର ମାଝୀ ଓ ଲୁଟାସିଂ ମୁଠାମାଝି ହୋଇଥିବା ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।ତେବେ ଗିରଫ ହୋଇଥିବା ଚାରି ଶିକାରୀ କୋଟଗଡ଼ ଅଭୟାରଣ୍ୟ ର ପୀଡାମାହା ଜଙ୍ଗଲ ରେ ଶୀକାର ପାଇଁ ପଶିଥିଲେ। ଏଥିସହ ବନ୍ୟ ଜୀବଜନ୍ତୁ ଶୀକାର ନିମନ୍ତେ ଜଙ୍ଗଲ ରେ ନିଆଁ ଲଗାଇ ଛକି ବସିଥିଲେ।ଚାରି ଶିକାରୀ କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା କହିଛନ୍ତି ତୁମୁଡିବନ୍ଧ ରେଞ୍ଜର ରଜନୀକାନ୍ତ ମେହେର ।
