ନୂଆଦିଲ୍ଲୀ : ପୁଣି ହାରିଲା ମୁମ୍ବାଇ । ୬ ୱିକେଟରେ ପରାସ୍ତ କଲା ହାଇଦ୍ରାବାଦ । ୨୪୪ ରନର ବିଜୟ ଲକ୍ଷ୍ୟ ରହିଥିବାବେଳେ ୮ ବଲ ବାକି ଥାଇ ଜିତି ନେଇଛି ହାଇଦ୍ରାବାଦ । କ୍ଲାସେନଙ୍କ ଦମଦାର ଅର୍ଦ୍ଧଶତକୀୟ ପାଳି ବଳରେ ଦଳ ଏକ ବଡ଼ ବିଜୟ ହାସଲ କରିଛି । ସେପଟେ ମୁମ୍ବାଇ ଚଳିତ ବର୍ଷର ପଞ୍ଚମ ପରାଜୟ ବରଣ କରିଛି । କ୍ଲାସେନ ୩୦ବଲରୁ ୬୫ ରନର ପାଳି ଖେଳିଛନ୍ତି । ୨୪୪ ରନକୁ ପିଛା କରୁଥିବା ଦୁଇ ଓପନର ଟ୍ରାଭିସ୍ ହେଡ ଏବଂ ଅଭିଷେକ ଶର୍ମା ଦମଦାର ପାଳି ଆରମ୍ଭ କରିଥିଲେ । ଅଭିଷେକ ଶର୍ମା ୪୫ ରନ୍ କରିଥିବାବେଳେ ହେଡ ୭୬ ରନ କରିଛନ୍ତି । ଏହି ଦୁଇ ଯୋଡ଼ି ଆଉଟ୍ ହେବା ପରେ ଇଶାନ କିଷନ ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇଥିଲେ । ପରେ କ୍ଲାସେନ ଅର୍ଦ୍ଧଶତକୀୟ ପାଳିଖେଳିଥିଲେ । ନୀତିଶ କୁମାର ରେଡ୍ଡି ୨୧ ରନ କରିବାରେ ସକ୍ଷମ ହୋଇଥିଲେ । ଟସ୍ ଜିତିଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ମୁମ୍ବାଇ । ନିଜର ରଣନୀତି ଅନୁସାରେ ବ୍ୟାଟିଂ ଆରମ୍ଭ କରି ପ୍ରଥମରୁ ହାଇଦ୍ରାବାଦ ବୋଲରଙ୍କ ଉପରେ ଭାରି ପଡ଼ିଥିଲେ ରିକଲଟନ୍ ।ତାଙ୍କ ଶତକୀୟ ପାଳି ବଳରେ୫ ୱିକେଟ ବିନିମୟରେ ଦଳ ୨୪୩ ସ୍କୋର କରିବାରେ ସକ୍ଷମ ହୋଇଛି । ୱାଙ୍ଖଡେରେ ଆଜି ଘରୋଇ ଦଳର ବ୍ୟାଟ୍ସମ୍ୟାନ ନିଜର ଦବଦବା ଜାରି ରଖିଥିଲେ । ୧୨୩ ରନର ପାଳି ଖେଳିଛନ୍ତି । ମୁମ୍ବାଇ ପାଇଁ ୱିଲ୍ ଜାକ୍ସ ଏବଂ ରେୟାନ ରିକେଲ୍ଟନ ବ୍ୟାଟିଂ ଆରମ୍ଭ କରିଥିଲେ। ଉଭୟ ଖେଳାଳି ଏକ ଭଲ ଆରମ୍ଭ କରିଥିଲେ। ଦଳୀୟ ସ୍କୋରକୁ ପ୍ରଥମ ୱିକେଟରେ ୯୩ ରନ୍ରେ ପହଞ୍ଚାଇଥିଲେ। ଏଥିରୁ ଜ୍ୟାକ୍ଙ୍କ ବ୍ୟକ୍ତିଗତ ସ୍କୋର ୪୬ରନ୍ ଥିଲା, ଯିଏକି ୨୨ଟି ବଲ୍ ଖେଳି ୫ଟି ଚୌକା ଏବଂ ୩ଟି ଛକା ମାରିଥିଲେ। ମୁମ୍ବାଇର ବାକି ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ସୂର୍ଯ୍ୟକୁମାର ଯାଦବ ୫, ନମନ ଧିର ୨୨, ପାଣ୍ଡ୍ୟା ୩୧ ଏବଂ ତିଲକ ବର୍ମା ୭ ରନ କରିବାରେ ସକ୍ଷମ ହୋଇଥିଲେ । ସେପଟେ ହାଇଦ୍ରାବାଦ ପକ୍ଷରୁ ସର୍ବାଧିକ ୱିକେଟ ପ୍ରଫୁଲ ହିଙ୍ଗେ ୨ଟି ନେବାରେ ସକ୍ଷମ ହୋଇଥିଲେ ।
