ଦଶପଲ୍ଲା: ଦଶପଲ୍ଲା ବ୍ଲକ ଅନ୍ତର୍ଗତ ବାଣିଗୋଛା ପୁଲିସ ଶୁକ୍ରବାର ଦିନ ଚଢ଼ଉ କରି ୧୨ କିଲୋଗ୍ରାମ୍ ଗଞ୍ଜେଇ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛନ୍ତି । ସୂଚନା ଯୋଗ୍ଯ ଯେ, ଭୋର ସମୟରେ ବାଣିଗୋଛା ଥାନା ଅଧିକାରୀ ଶିବ ପ୍ରସାଦ ଭଦ୍ରଙ୍କ ନିର୍ଦ୍ଦେଶକ୍ରମେ ଏସ୍?ଆଇ ବିରେନ୍ଦ୍ର କୁମାର ଦେହୁରୀଙ୍କ ନେତୃତ୍ୱରେ ପୁଲିସ ଟିମ୍ କାମିଟିପଙ୍ଗା ହନୁମାନ ମନ୍ଦିର ନିକଟରେ ପାଟ୍ରୋଲିଂ କରୁଥିବା ସମୟରେ ଚଢାଉ କରି ଏକ ଧଳା ରଙ୍ଗର ବଜାଜ୍ ପଲସର୍ ମୋଟରସାଇକେଲରୁ ଏସବୁ ଗଞ୍ଜେଇ ଜବତ କରିବା ସହିତ ଗାଡ଼ି ଓ ଦୁଇଟି ମୋବାଇଲ ଫୋନ ଜବତ କରିଛନ୍ତି ।

ଘଟଣାରେ ଗିରଫ ଦ୍ୱୟ ପୁରୀ ଜିଲ୍ଲା ଗଡ଼ିଶାଗୋଦା ଥାନା ଅନ୍ତର୍ଗତ କାନପୁର ଗ୍ରାମର ଅଧିକାରୀ ବିଶ୍ୱ ଭୂଷଣ ବରାଳ ଓରଫ୍ ବାବୁ (୧୯) ଏବଂ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅନ୍ତର୍ଗତ ମଞ୍ଜରୀ ଗ୍ରାମର ଅବିନାଶ ଭୋଇ ଓରଫ୍ ଅଭି (୧୯) ବୋଲି ଥାନା ଅଧିକାରୀ ଶ୍ରୀଭଦ୍ର ସୂଚନା ପ୍ରଦାନ କରିଛନ୍ତି । ଅତିରିକ୍ତ ତହସିଲଦାର ଚନ୍ଦ୍ର ଶେଖର ବାରିକଙ୍କ ଉପସ୍ଥିତରେ ଏସବୁ ଜବତ ହୋଇଛି । ବାଣିଗୋଛା ଥାନା କେସ୍? ନଂ-୧୩୧ ତା. ୦୯.୧୦.୨୦୨୬ ଓ ଏନଡିପିଏସର ବିଭିନ୍ନ ଧାରାରେ ମାମଲା ରୁଜୁ କରାଯାଇଛି ।
