ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଦିଲ୍ଲୀର ଜନ୍ତର ମନ୍ତର ଠାରେ ସୋସିଆଲ ମିଡିଆ ସଂଗଠନ “କକ୍ରୋଚ୍ ଜନତା ପାର୍ଟି’ (ସିଜେପି)ର ବିକ୍ଷୋଭ କାର୍ଯ୍ୟକ୍ରମ ପୂର୍ବରୁ, ଶନିବାର ଦିନ ଦିଲ୍ଲୀରେ ପହଞ୍ଚିବା ମାତ୍ରେ ଏହାର ପ୍ରତିଷ୍ଠାତା ଅଭିଜିତ୍ ଦୀପକେଙ୍କୁ ବିମାନ ଭିତରୁ ଅଟକ ରଖାଯାଇଥିଲା। ଦୀପକେଙ୍କ ସହିତ ସିଜେପିର ସହ-ଆବାହକ ସୌରଭ ଦାସ ଏବଂ ଆଶୁତୋଷ ରଙ୍କାଙ୍କୁ ମଧ୍ୟ ପୋଲିସ ହେପାଜତକୁ ନେଇଥିଲା। ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଛି ଯେଉଁଥିରେ ଦୀପକେଙ୍କୁ ତାଙ୍କୁ ଅଟକ ରଖିବା ପାଇଁ ବିମାନ ଭିତରକୁ ପ୍ରବେଶ କରିଥିବା ପୋଲିସ କର୍ମଚାରୀଙ୍କ ସହ ଯୁକ୍ତିତର୍କ କରୁଥିବାର ଦେଖିବାକୁ ମିଳିଛି। ଭିଡିଓରେ ଦୀପକେ କହୁଥିବାର ଶୁଣିବାକୁ ମିଳୁଛି, “ଆମେ ବାହାରକୁ ଆସିବା ପର୍ଯ୍ୟନ୍ତ ଆପଣ ଅପେକ୍ଷା କରିପାରିଥାନ୍ତେ। ଆସନ୍ତୁ ଆମକୁ ଗିରଫ କରନ୍ତୁ, ଆମେ ଭୟଭୀତ ନୁହଁ।’ ଏହାର ଉତ୍ତରରେ ଦିଲ୍ଲୀ ପୋଲିସ ଦୀପକେଙ୍କୁ ସହଯୋଗ କରିବାକୁ ଅନୁରୋଧ କରିଥିଲା ଏବଂ କହିଥିଲା ଯେ “ଏହା ଏକ ଗିରଫଦାରୀ ନୁହେଁ’।

ୟୁଟ୍ୟୁବର୍ ଧ୍ରୁବ ରାଠୀ ଏବଂ ସିଜେପିର ଆଇନଗତ ବିଭାଗ ମୁଖ୍ୟ ରତ୍ନା ସିଂହଙ୍କୁ ସେମାନଙ୍କ ବାସଭବନରୁ ଅଟକ ରଖାଯିବାର ମାତ୍ର ଏକ ଘଣ୍ଟା ପରେ ଦିପକେଙ୍କୁ ଅଟକ ରଖାଯାଇଥିଲା। ଉଔଚ ନିଜ ନେତାମାନଙ୍କୁ ଅଟକ ରଖିବା ଘଟଣାର ସମାଲୋଚନା କରିଛି ଏବଂ ଏହାକୁ ଚଳପ୍ରଚଳର ସ୍ୱାଧୀନତା ଉଲ୍ଲଂଘନ ବୋଲି କହିବା ସହ ସେମାନଙ୍କର ତୁରନ୍ତ ଓ ବିନା ସର୍ତ୍ତରେ ମୁକ୍ତି ଦାବି କରିଛି।

ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରି ଏହାକୁ ଏକ ଦୁର୍ଗରେ ପରିଣତ କରିଥିବା ପୋଲିସ, ସିଜେପିର ପ୍ରସ୍ତାବିତ ବିକ୍ଷୋଭ ପୂର୍ବରୁ ପ୍ରାୟ ୧,୫୦୦ ଲୋକଙ୍କୁ ଅଟକ ରଖିଛି। ସେମାନେ ଲୋକଙ୍କୁ ଆଇନଶୃଙ୍ଖଳା ବଜାୟ ରଖିବାକୁ ଏବଂ ପରିସ୍ଥିତି ଶାନ୍ତିପୂର୍ଣ୍ଣ ରଖିବାରେ ପୋଲିସକୁ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି।

ଦିଲ୍ଲୀ ପୋଲିସ ପୂର୍ବରୁ ସୁରକ୍ଷା ଦୃଷ୍ଟିକୋଣ ଏବଂ ପ୍ରକ୍ରିୟାଗତ ଆବଶ୍ୟକତା ଦର୍ଶାଇ ସିଜେପିକୁ ଜନ୍ତର ମନ୍ତରଠାରେ ବିକ୍ଷୋଭ କରିବାକୁ ଅନୁମତି ଦ ଭୋଟର ତାଲିକାର ସ୍ୱତନ୍ତ୍ର ଘନିଷ୍ଠ ସଂଶୋଧନ (ଏସଆଇଆର) ସମୟରେ ହୋଇଥିବା ଅନିୟମିତତା ଏବଂ ଭୋଟର ପଞ୍ଜୀକରଣ ପାଇଁ ବ୍ୟବହୃତ “ଫର୍ମ-୬’ରେ କରାଯାଇଥିବା ପରିବର୍ତ୍ତନକୁ ନେଇ ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କ ବିରୋଧରେ ଏହି ବିକ୍ଷୋଭ ପ୍ରଦର୍ଶନର ଡାକରା ଦିଆଯାଇଛି। ସମାଜବାଦୀ ପାର୍ଟି, ଆମ୍ ଆଦମୀ ପାର୍ଟି ଏବଂ ବାମପନ୍ଥୀ ମେଣ୍ଟ ସମେତ ଅନେକ ରାଜନୈତିକ ଦଳ ଏହି ଆନ୍ଦୋଳନକୁ ସମର୍ଥନ କରିଛନ୍ତି। ତେବେ, ଶାସକ ଭାରତୀୟ ଜନତା ପାର୍ଟି (ବିଜେପି) ବିରୋଧୀ ଦଳଗୁଡ଼ିକ ଉପରେ ରାଜଧାନୀରେ ଅଶାନ୍ତି ସୃଷ୍ଟି କରୁଥିବାର ଅଭିଯୋଗ ଆଣିଛି ଏବଂ ଚେତାବନୀ ଦେଇଛି ଯେ ଏହି ପରିସ୍ଥିତିର ମୁକାବିଲା ଉପଯୁକ୍ତ ଢଙ୍ଗରେ କରାଯିବ।
