ଭୁବନେଶ୍ୱର: ଖାକି ପିନ୍ଧିବାର ସ୍ୱପ୍ନ ଦେଖିଥିଲେ ହଜାର ହଜାର ଯୁବକ। କିନ୍ତୁ ଓଡ଼ିଶା ପୁଲିସ ସବ୍-ଇନ୍ସପେକ୍ଟର ନିଯୁକ୍ତି ପରୀକ୍ଷାରେ ବଡ଼ ଧରରଣ ଜାଲିଆତି ସାମନାକୁ ଆସିବା ପରେ ସବୁକିଛି ଓଲଟପାଲଟ ହୋଇଯାଇଛି। ହଜାର ଚାକିରି ଆଶାୟୀଙ୍କ ସ୍ୱପ୍ନ ଭାଂଗି ଯାଇଛି। କିନ୍ତୁ ଏପର୍ୟ୍ୟନ୍ତ କେଳେଙ୍କାରୀର ଅସଲ କାର୍ପଟଦାର ପାଖରେ ପହଞ୍ଚି ପାରିନାହାନ୍ତି ତଦନ୍ତକାରୀ ସଂସ୍ଥା। ଏବେ ମାମଲାରେ ଏଣ୍ଟିମାରିଛି ଇଡି। ଅନ୍ୟପଟେ ନୂଆ ଏସଆଇ ନିଯୁକ୍ତି ପାଇଁ ପରୀକ୍ଷା ପାଇଁ ସମୟ ଗଡ଼ି ଗଡ଼ି ଚାଲିଛି। ଯାହାକୁ ନେଇ ବଢ଼ିବାରେ ଲାଗିଛି ସନ୍ଦେହ । ପ୍ରଥମେ ପୁଲିସ୍, ତାପରେ କ୍ରାଇମବ୍ରାଂଚ ଓ ସିବିଆଇ ଚଦନ୍ତକରୁଥିଲେ ବି କେହି କାର୍ପଟଦାରଙ୍କ ପାଖରେ ପହଞ୍ଚି ପାରିନାହାନ୍ତି। ଏହାରି ଭିତରେ ଏଣ୍ଟ୍ରିମାରିଛି ଇଡ଼ି ବା ପ୍ରର୍ବର୍ତ୍ତନ ନିର୍ଦ୍ଦେଶାଳୟ। ପ୍ରଥମ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛନ୍ତି ଇଡି ଅଧିକାରୀ। ଭୁବନେଶ୍ୱର, କଟକ ଏବଂ କଳାପଥର ସମେତ ରାଜ୍ୟର ୯ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଉଛି। ପଞ୍ଚ ସଫ୍ଟ କମ୍ପାନୀ, ସିଲିକନ ଟେକ୍ ମୁଖ୍ୟଙ୍କ ଘରେ ବିଚାଲିଛି ଚଢ଼ାଉ। ମୁଖ୍ୟ ଅଭିଯୁକ୍ତ ମୁନା ମହାନ୍ତିଙ୍କ ବାସଭବନରେ ଅତର୍କିତ ଚଢ଼ାଉ କରିଛନ୍ତି ଉଡି ଅଧିକାରୀ। ମନି ଟ୍ରେଲ୍ ଓ କୋଟି କୋଟି ଟଙ୍କାର ଆର୍ôଥକ କାରବାରର ଚାଲିଛି ତଦନ୍ତ। ପଞ୍ଚସଫ୍ଟର ମୁଖ୍ୟ ଶଙ୍କର ପୃଷ୍ଟି ଓ ସିଲିକନ୍ ଟେକର ମାଲିକ ସଞ୍ଜୀବ ନାୟକଙ୍କ ସହ ଜଡ଼ିତ ସ୍ଥାନଗୁଡ଼ିକରେ ଇଡି ପକ୍ଷରୁ ଚଢ଼ାଉ। ସୁରେଶ ହେଉଛନ୍ତି ସିଲିକନ ଟେକ ଲ୍ୟାବ ପ୍ରାଇଭେଟ ଲିମିଟେଡ଼ର ମାଲିକ।ିଲ୍ମ ଷ୍ଟାଇଲରେ ସର୍ଚ୍ଚ ୱାରେଣ୍ଟ ସହ ସଞ୍ଜୀବଙ୍କ ବାସ ଭବନରେ ପଶିଛନ୍ତି ଇଡ଼ି ଅଧିକାରୀ। ଟିମରେ ସାମିଲ ଅଛନ୍ତି ବ୍ୟାଙ୍କ କର୍ମଚାରୀ, ଇଡ଼ି କୋଲକାତା ଟିମ୍ର ଅଫିସର, ଭୁବନେଶ୍ୱର ଇଡ଼ି ଟିମ ଅଧିକାରୀଙ୍କ ସହ ସିଆରପିଏଫ ଫୋର୍ସ। ସିବିଆଇଇର ଅଭିଯୋଗ ହେଉଛି, ସିଲିକନ୍ ଟେକଲ୍ୟାବର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ନାୟକ କୋଲକାତାର ଏକ ପ୍ରିଣ୍ଟ୍ରିପ୍ରେସ୍ରେ ପ୍ରଶ୍ନପତ୍ର ପ୍ୟାକେଟ୍ ବଦଳାଇବା ପ୍ରକ୍ରିୟାରେ ସମ୍ପୃକ୍ତ ଥିଲେ। ବୋର୍ଡର ଅଜାଣତରେ ପ୍ରଶ୍ନପତ୍ର ସେଟ୍ ବଦଳାଯାଇଥିବା ନେଇ ତଦନ୍ତକାରୀ ସଂସ୍ଥା ଅଭିଯୋଗ ଆଣିଛି। ଅନ୍ୟପଟେ ଏସ୍ଆଇ ପଦରେ ନିଯୁକ୍ତି ପାଇଁ ପୁନଃ ପରୀକ୍ଷା ବି ହୋଇପାରୁନି। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଚାକିରି ଆଶାୟୀ।
