ନୂଆଦିଲ୍ଲୀ: ନିର୍ବାଚନ ଆୟୋଗ ଶନିବାର ଦିନ ଦୃଢ଼ତାର ସହ କହିଛନ୍ତି ଯେ ସମସ୍ତ “ସ୍ୱତନ୍ତ୍ର ଘନିଷ୍ଠ ସଂଶୋଧନ’ (ଏସଆଇଆର) ନିର୍ଦ୍ଦେଶ ତିନିଜଣ ନିର୍ବାଚନ କମିଶନରଙ୍କ ଅନୁମୋଦନ ପରେ ଜାରି କରାଯାଇଥିଲା ଏବଂ “ଫର୍ମ-୬’ (ଯାହା ମାଧ୍ୟମରେ ଭୋଟର ତାଲିକାରେ ନାମ ଅନ୍ତର୍ଭୁକ୍ତ କରାଯାଏ) ରେ କରାଯାଇଥିବା ପରିବର୍ତ୍ତନକୁ ସୁପ୍ରିମକୋର୍ଟ ମଧ୍ୟ କାଏମ ରଖିଛନ୍ତି। ଦୁଇଜଣ ନିର୍ବାଚନ କମିଶନର ଏବଂ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ମଧ୍ୟରେ ମତଭେଦକୁ ନେଇ ଚାଲିଥିବା ବିବାଦ ମଧ୍ୟରେ, ନିର୍ବାଚନ ଆୟୋଗ ଏକ ବିବୃତ୍ତିରେ କହିଛନ୍ତି ଯେ ଦୁଇ କମିଶନର – ସୁଖବୀର ସିଂ ସାନ୍ଧୁ ଏବଂ ବିବେକ ଯୋଶୀ – କ୍ୟାବିନେଟ୍ ସଚିବଙ୍କୁ ପଠାଇଥିବା ଚିଠିଗୁଡ଼ିକ ଆୟୋଗ କିମ୍ବା ଏହାର ଆଇଟି ବିଭାଗର କୌଣସି ନୀତିଗତ ବିଷୟ ସହ ଜଡିତ ନଥିଲା, ବରଂ ନିର୍ବାଚନ ଆୟୋଗରେ ଡେପୁଟେସନରେ ଥିବା ଜଣେ ଅଧିକାରୀଙ୍କ କାର୍ଯ୍ୟଶୈଳୀ ସହ ଜଡିତ ଥିଲା। ସମ୍ପୃକ୍ତ ଅଧିକାରୀଙ୍କ ଦ୍ୱାରା ଜାରି କରାଯାଇଥିବା କାର୍ଯ୍ୟ ବଣ୍ଟନ ନିର୍ଦ୍ଦେଶଗୁଡ଼ିକ ବାସ୍ତବରେ ଦୁଇ କମିଶନରଙ୍କ ନିର୍ଦ୍ଦେଶ ପରେ କାର୍ଯ୍ୟକାରୀ ହୋଇନଥିଲା ଏବଂ ଡେପୁଟି ଇଲେକ୍ସନ୍ କମିଶନରଙ୍କ ଦ୍ୱାରା ଆଇଟି ବିଭାଗ ଉପରେ ତଦାରଖ ବ୍ୟବସ୍ଥା କେବେବି ପ୍ରତ୍ୟାହାର କରାଯାଇନଥିଲା ବୋଲି ଆୟୋଗ କହିଛନ୍ତି; ଏହି ବିବୃତ୍ତି ସମ୍ପୂର୍ଣ୍ଣ ଆୟୋଗର ଅନୁମୋଦନ କ୍ରମେ ଜାରି କରାଯାଇଥିଲା। ନିର୍ବାଚନ ଆୟୋଗ କହିଛି ଯେ ନିକଟ ଅତୀତରେ ଏହା ସାରା ଦେଶରେ ସମେତ ଅନେକ ନିଷ୍ପତ୍ତି ନେଇଛି। ବିହାରରୁ ଆରମ୍ଭ କରି ପଶ୍ଚିମବଙ୍ଗ ଏବଂ ଅନ୍ୟ ୩୦ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ଜୁନ୍ ୨୪, ୨୦୨୫ ରେ ଜାରି କରାଯାଇଥିବା ଝଓଜ ନିର୍ଦ୍ଦେଶ ଆୟୋଗର ସର୍ବସମ୍ମତ ଅନୁମୋଦନ କ୍ରମେ ଜାରି କରାଯାଇଥିଲା। ଭାରତର ସୁପ୍ରିମକୋର୍ଟ ମଧ୍ୟ ମେ ୨୭, ୨୦୨୬ ତାରିଖର ନିର୍ଦ୍ଦେଶ ମାଧ୍ୟମରେ ଏହାକୁ କାଏମ ରଖିଛନ୍ତି ବୋଲି ଆୟୋଗ କହିଛି। ୧୨ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ “ଝଓଜ ପାଇଁ ଫର୍ମ-୬ ସହିତ ସଂଲଗ୍ନ ଘୋଷଣାନାମାକୁ ମାନ୍ୟବର ସୁପ୍ରିମକୋର୍ଟ କାଏମ ରଖିଛନ୍ତି। ଝଓଜ ବ୍ୟତୀତ ଅନ୍ୟ ସମୟ ପାଇଁ, ନିୟମାବଳୀ (ଭୋଟର ପଞ୍ଜୀକରଣ ନିୟମ ୧୯୬୦) ଅନୁଯାୟୀ ପ୍ରଯୁଜ୍ୟ ଫର୍ମଗୁଡ଼ିକ ବ୍ୟବହାର କରାଯିବ ବୋଲି ବୋଲି ବିବୃତିରେ କୁହାଯାଇଛି। ନିର୍ବାଚନ ଆୟୋଗର ସମସ୍ତ ବୈଠକ ପାଇଁ କାର୍ଯ୍ୟସୂଚୀ ପୂର୍ବରୁ ଜାରି କରାଯିବ ଏବଂ ବୈଠକର ବିବରଣୀ ପ୍ରକାଶ କରାଯିବ ବୋଲି ଏଥିରେ କୁହାଯାଇଛି। ନିର୍ବାଚନ ଆୟୋଗ ଆହୁରି ମଧ୍ୟ କହିଛି ଯେ କମିଶନରମାନଙ୍କ ଦ୍ୱାରା ନିର୍ବାଚନ ସଂସ୍ଥାର ଅଧିକାରୀମାନଙ୍କୁ ଦିଆଯାଇଥିବା ସମସ୍ତ ନିର୍ଦ୍ଦେଶକୁ କଠୋର ଭାବରେ ପାଳନ କରାଯିବ। “ଦ ଇଣ୍ଡିଆନ୍ ଏକ୍ସପ୍ରେସ୍’ ଖବର ପ୍ରକାଶ କରିଥିଲା ଯେ ନିର୍ବାଚନ କମିଶନର ସାନ୍ଧୁ ଏବଂ ଯୋଶୀ ଏସଆଇଆର ସମ୍ବନ୍ଧୀୟ ନିଷ୍ପତ୍ତି ଓ ଆଦେଶ ଉପରେ ଅନେକ ଥର ଆପତ୍ତି ଉଠାଇଥିଲେ – ଯାହା ଫଳରେ ବିରୋଧୀ ଦଳଗୁଡ଼ିକ ମୁଖ୍ୟ ନିର୍ବାଚନ କମିଶନର କୁମାରଙ୍କୁ ବହିଷ୍କାର କରିବା ଏବଂ ଝଓଜ ବ୍ୟବସ୍ଥାକୁ ରଦ୍ଦ କରିବା ପାଇଁ ଦାବି କରିଥିଲେ – ଏହା ପରେ ନିର୍ବାଚନ ଆୟୋଗର ଏହା ଦ୍ୱିତୀୟ ବିବୃତି। ନିର୍ବାଚନ ଆୟୋଗ ଭିତରର ଘଟଣାବଳୀ ସମ୍ପର୍କରେ ଖବରକାଗଜ ରିପୋର୍ଟ ପ୍ରକାଶ କରିଥିବା ଦିନ ହିଁ ନିର୍ବାଚନ ସଂସ୍ଥା ଏହି ବିଷୟରେ ନିଜର ପ୍ରଥମ ବିବୃତି ଜାରି କରିଥିଲା।
