ପୁରୀ: ଆସନ୍ତା ସେପ୍େଟମ୍ବର ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ ମହାରାଷ୍ଟ୍ରଠାରେ ଅନୁଷ୍ଠିତ ହେବାକୁ ଯାଉଛି ୩୯ତମ ସବ୍-ଜୁନିୟର (ଟ-୧୫) ଜାତୀୟ ସଫ୍ଟବଲ୍ ଚାମ୍ପିୟନସିପ୍। ଏହି ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଓଡ଼ିଶା ଦଳର ପ୍ରତିନିଧିତ୍ୱ କରିବା ପାଇଁ ପୁରୀ ଜିଲ୍ଲାର ବାଛି ହୋଇଥିବା ଶ୍ରେଷ୍ଠ ସଫ୍ଟବଲ୍ ଖେଳାଳିମାନେ ମହାରାଷ୍ଟ୍ର ଗସ୍ତ କରିଛନ୍ତି।ତାଳବଣିଆରେ ହୋଇଥିଲା କଠିନ ଚୟନ ପ୍ରକ୍ରିୟା ଓଡ଼ିଶା ସଫ୍ଟବଲ୍ ଆସୋସିଏସନ୍ (OSA)ର ସହଯୋଗରେ ପୁରୀ ଜିଲ୍ଲା ସଫ୍ଟବଲ୍ ଆସୋସିଏସନ୍(PDSA) ପକ୍ଷରୁ ସେପ୍େଟମ୍ବର ୧୩ ତାରିଖରେ ତାଳବଣିଆ ଇଣ୍ଡୋର ଷ୍ଟାଡିୟମ୍ ଠାରେ ଏକ ସ୍ୱେଚ୍ଛାକୃତ ଚୟନ ଶିବିର ଆୟୋଜିତ ହୋଇଥିଲା। ଏହି ଶିବିରରେ ଜିଲ୍ଲାର ୭୦ ଜଣ ବାଳକ ଓ ୬୦ ଜଣ ବାଳିକାଙ୍କୁ ମିଶାଇ ସମୁଦାୟ ୧୩୦ ଜଣ ଆଶାୟୀ ଯୁବ ଖେଳାଳି ଅଂଶଗ୍ରହଣ କରି ନିଜର କ୍ରୀଡ଼ା କୌଶଳ ପ୍ରଦର୍ଶନ କରିଥିଲେ। ପୁରୀରୁ ଓଡ଼ିଶା ଦଳରେ ସ୍ଥାନ ପାଇଲେ ୫ ପ୍ରତିଭାଚୟନ ଶିବିରର କଠିନ ପରୀକ୍ଷଣ ପରେ ପୁରୀରୁ ୫ ଜଣ ପ୍ରତିଭାବାନ୍ ଖେଳାଳି ଜାତୀୟ ପ୍ରତିଯୋଗିତା ପାଇଁ ଚୟନ ହୋଇଛନ୍ତି। ସେମାନେ ହେଲେ:ସୁନୀଲ ରଞ୍ଜନ ସାହୁ,ସାଇରାମ ସେନାପତି, ବିଶ୍ୱରଞ୍ଜନ ମାଝୀ,କାଳିଆ ସେନାପତି,ପାୟଲ ସାହୁ ମ୍ୟାନେଜର ଓ କୋଚ୍ ଙ୍କ ତତ୍ତ୍ୱାବଧାନରେ ଦଳ ଗସ୍ତଏହି ଜାତୀୟ ପ୍ରତିଯୋଗିତାରେ ଓଡ଼ିଶା ଦଳର ସଫଳ ପରିଚାଳନା ପାଇଁ ଟିମ୍ ମ୍ୟାନେଜର ଅମିୟ ପ୍ରସାଦ ନାଗ ଏବଂ ମହିଳା କୋଚ୍ ରେଖା ମାନସିଂହ ଖେଳାଳିମାନଙ୍କ ସହ ମହାରାଷ୍ଟ୍ର ଗସ୍ତ କରିଛନ୍ତି।ପୁରୀରୁ ଚୟନ ହୋଇଥିବା ଯୁବ ଖେଳାଳିମାନେ ଜାତୀୟ ସ୍ତରରେ ଶ୍ରେଷ୍ଠ ପ୍ରଦର୍ଶନ କରି ରାଜ୍ୟ ଓ ଜିଲ୍ଲା ପାଇଁ ସୁନାମ ଆଣିବେ ବୋଲି ପୁରୀ ଜିଲ୍ଲା ସଫ୍ଟବଲ୍ ଆସୋସିଏସନ୍ ଏବଂ ସ୍ଥାନୀୟ କ୍ରୀଡ଼ାବିତ୍ ମାନେ ଆଶା ବ୍ୟକ୍ତ କରିବା ସହ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
