ନୂଆଦିଲ୍ଲୀ : କ୍ୟାପ୍େଟନ କୁଲ ମହେନ୍ଦ୍ର ସିଂହ ଧୋନିଙ୍କ ରେକର୍ଡ ୧୫ ବର୍ଷ ପରେ ଭାଙ୍ଗିଛି। ଚଳିତ ଆଇପିଏଲରେ ଧୋନିଙ୍କୁ ପଛରେ ପକାଇ ଦେଇଛନ୍ତି କୋଲକାତା ନାଇଟ ରାଇଡର୍ସର ଷ୍ଟାର ବ୍ୟାଟର ରିଙ୍କୁ ସିଂହ। ୧୫ ବର୍ଷ ହେଲା କୌଣସି ଖେଳାଳି ଯାହା କରି ପାରି ନଥିଲେ, ସେକଥା କରି ଦେଖାଇଛନ୍ତି ରିଙ୍କୁ। ରବିବାର ଖେଳାଯାଇଥିବା ଚଳିତ ଆଇପିଏଲର ଗୋଟିଏ ମ୍ୟାଚରେ ଧୋନିଙ୍କ ୧୫ବର୍ଷର ରେକର୍ଡକୁ ଭାଙ୍ଗି ନୂଆ ଇତିହାସ ସୃଷ୍ଟି କରିଛନ୍ତି ରିଙ୍କୁ ସିଂହ। ୬ନଂରେ ବ୍ୟାଟିଂ କରିବାକୁ ଆସି ଲକ୍ଷ୍ନୌ ସୁପର ଜାଏଣ୍ଟସବିପକ୍ଷରେ ସେ ଅବିଶ୍ୱସୀନୟ ପ୍ରଦର୍ଶନ କରିଛନ୍ତି। ତାଙ୍କ ପାଇଁ କୋଲକାତା କେବଳ ମ୍ୟାଚ୍ ଜିତି ନାହିଁ, ବରଂ ସେ ୧୫ ବର୍ଷ ଧରି ଜାରି ରହିଥିବା ଧୋନିଙ୍କ ବିଶାଳ ରେକର୍ଡକୁ ଭାଙ୍ଗି ଦେଇଛି। ସନଡେ ସୁପରଫାଇଟରେ ମୁହାଁମୁହିଁ ହୋଇଥିଲେ ପଏଣ୍ଟ ଟେବୁଲର ତଳଆଡୁ ପ୍ରଥମରେ ଥିବା ଲକ୍ଷ୍ନୌ ଓ ତୃତୀୟରେ ଥିବା କୋଲକାତା। କୋଲାକାତା ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ବେଳେ ରିଙ୍କୁ ଦେଖାଇଥିଲେ ଦମ। ସେ ଲକ୍ଷ୍ନୌ ବିପକ୍ଷରେ ଖେଳିଥିଲେ ୫୧ ବଲରୁ ଅପରାଜିତ ୮୩ ରନର ଇଂନିସ। ଆଉ ଏହି ଇଂନିସ ସହ ସେ ଧୋନିଙ୍କୁ ପଛା ପକାଇ ଦେଇଛନ୍ତି। ଏବେ ୬ ନମ୍ବରରେ ବ୍ୟାଟିଂ କରିବାକୁ ଆସି ସର୍ବାଧିକ ରନକରିଥିବା ଖେଳାଳି ବନି ଯାଇଛନ୍ତି ରିଙ୍କୁ। ପୂର୍ବରୁ ଏହି ରେକର୍ଡ ଚେନ୍ନାଇ ସୁପର କିଙ୍ଗସ ପାଇଁ ଖେଳୁଥିବା ମହେନ୍ଦ୍ର ସିଂହ ଧୋନିଙ୍କ ନାଁରେ ରହିଥିଲା। ୬ନଂ ସ୍ଥାନରେ ବ୍ୟାଟିଂ କରିବାକୁ ଆସି ଆରସିବି ବିପକ୍ଷରେ ୨୦୧୧ରେ ଧୋନି ୪୦ ବଲରେ ୭୦ ରନର ଅପରାଜିତ ଇନିଂସ ଖେଳିଥିଲେ। ୬ ନମ୍ବରରେ ବ୍ୟାଟିଂ କରି ଏତେ ରନ କରିବାର ଧୋନିଙ୍କ ରେକର୍ଡକୁ ଏଯାଏ କେହି ଭାଙ୍ଗି ପାରି ନଥିଲେ। କିନ୍ତୁ ରବିବାର ଖେଳାଯାଇଥିବା ମ୍ୟାଚରେ ରିଙ୍କୁ କମାଲ କରିଛନ୍ତି। ସେ ଧୋନିଙ୍କୁ ପଛରେ ପକାଇ ନୂଆ କୀର୍ତ୍ତିମାନ ହାସଲ କରିଛନ୍ତି। ପୂରା ମ୍ୟାଚରେ ରନ୍ ପାଇଁ କେକେଆର ବ୍ୟାଟରମାନେ ସଂଘର୍ଷ କରୁଥିବା ବେଳେ ରିଙ୍କୁ ସିଂହ ନିଜର ଜଲୱା ଦେଖାଇଥିଲେ। ତାଙ୍କ ଇନିଂସ ବଳରେ କେକେଆର ୧୫୫ ରନ କରିଥିଲା। ଲକ୍ଷ୍ନୌ ମଧ୍ୟ ସମାନ ୧୫୫ ରନରେ ଅଟକି ଯାଇଥିଲା। ଶେଷରେ ସିଜିନର ପ୍ରଥମ ସୁପର ଓଭର ଖେଳା ଯାଇଥିଲା ଓ ଏଥିରେ ମଧ୍ୟ କୋଲକାତା ବିଜୟ ହୋଇଥିଲା। ଉକ୍ତ ମ୍ୟାଚ୍ରେ ୮୩ ରନ ସହ ରିଙ୍କୁ ୫ଟି କ୍ୟାଚ୍ ମଧ୍ୟ ଧରିଛନ୍ତି। ଏଥିପାଇଁ ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ମଧ୍ୟ ମିଳିଛି।
