ଫୁଲବାଣୀ: କନ୍ଧମାଳ ଜିଲ୍ଲା ପୋଲିସ୍ ପକ୍ଷରୁ ଜଳ ସେବା ଶିବିର ପ୍ରଥମ ଥର ପାଇଁ ଗତକାଲି ଉଦ୍ଘାଟିତ ହୋଇଯାଇଛି। ଏହି ଉଦ୍ଘାଟନୀ ଉତ୍ସବ ରେ କନ୍ଧମାଳ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ହରିଶ୍ ବିଶି ଆଇପିଏସ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ଥାନୀୟ ମାଦିକୁନ୍ଦା ଛକ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଆୟୋଜିତ ହୋଇଥିବା ଜଳ ସେବା ଶିବିର କୁ ନିଜ କର କମଳ ରେ ଉଦ୍ଘାଟନ କରିଥିବା ବେଳେ ଜନ ସାଧାରଣ ଙ୍କୁ ଏହି ପ୍ରଚଣ୍ଡ ରୁଦ୍ର ତାପ ର ପ୍ରଭାବ ଏବଂ ପଥିକ ମାନଙ୍କ ପାଇଁ ତୃଷ୍ଣା ମେଣ୍ଟାଇବା ନିମନ୍ତେ ଏହି ଜଳ ସେବା ଶିବିର ଆୟୋଜିତ ଏବଂ ଜନ ସାଧାରଣ ଙ୍କ ହିତ ନିମନ୍ତେ ଅତ୍ୟନ୍ତ ଜରୁରୀ କାମ ନଥିଲେ ଖରାରେ ବାହାର କୁ ଆସନ୍ତୁ ନାହିଁ ବୋଲି କହି ଏସ୍ ପି ଶ୍ରୀ ବିଶି ଜନ ସାଧାରଣ ଙ୍କୁ ସଚେତନତା କରାଇଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ ତାଙ୍କ ସହ ରିଜର୍ଭ ଇନ୍ସପେକ୍ଟର ବୀର ସିଂ ଶବର ,ଫୁଲବାଣୀ ଆଦର୍ଶ ଟାଉନ ଥାନା ଅଧିକାରୀ ପ୍ରୀୟମ୍ଭରା ପ୍ରଜ୍ଞା କର ଉପସ୍ଥିତ ଥିଲେ। ଏହି ଜଳ ସେବା ଶିବିର ଟିକୁ ଜିଲ୍ଲାର ପୂର୍ବତନ ଶାଖା ସଭାପତି ଶ୍ରୀ ବିଶ୍ୱମ୍ବର ସାହୁ ଙ୍କ ନେତୃତ୍ୱରେ ଫୁଲବାଣୀ ର ଅଧିଷ୍ଠାତ୍ରୀ ଦେବୀ ମାଁ ଠାକୁରାଣୀ ଙ୍କ ର ପ୍ରସିଦ୍ଧ ଯାତ୍ରା ଉପଲକ୍ଷେ ଏବଂ ଏହି ଗ୍ରୀଷ୍ମର ପ୍ରଚଣ୍ଡ ଖରା ଦାଉରୁ ଜନ ସାଧାରଣ ଙ୍କୁ ଶୀତଳ ଜଳ ସହ ଦହି ଚଲ୍ହା ର ଆୟୋଜନ କରାଯାଇଛି। ଏହି ଜଳ ସେବା ସହିତ ପୋଲିସ୍ ଏବଂ ଜନସାଧାରଣ ଙ୍କ ମଧ୍ୟରେ ସୁ ସମ୍ପର୍କ ସ୍ଥାପନ କରିବା ନିମନ୍ତେ ଗୋଟିଏ ଛୋଟ ପ୍ରୟାସ ଜାରି ରହିଛି।ଏଥିରେ ତାଙ୍କୁ ଶ୍ରୀ ନିବାସ ପ୍ରଧାନ ,ନୀଳାମ୍ବର ଦିଗାଲ,ପ୍ରଶାନ୍ତ ସାହୁ,ମାନସ ବେହେରା ଏବଂ କନ୍ଧମାଳ ଜିଲ୍ଲା ପୋଲିସ ର ସମସ୍ତ ଭାଇ ଭଉଣୀ ମାନେ ସହଯୋଗ ର ହାତ ବଢ଼ାଇ ଥିବାରୁ ଶ୍ରୀ ସାହୁ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି। ଏହି ଜଳ ସେବା ଶିବିର ଟି ଗ୍ରୀଷ୍ମ ଋତୁ ର ଶେଷ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ସୂଚନା ମିଳିଛି। ଏହି ମହତ୍ କାର୍ଯ୍ୟ ପାଇଁ ଜନ ସାଧାରଣ ପକ୍ଷରୁ ସାଧୁବାଦ ଓ ଶୁଭେ୍ଛା ର ସୁଅ ଛୁଟୁଛି।
