ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦିନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ଏବଂ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାର ହେଉଛନ୍ତି “ଦେଶଦ୍ରୋହୀ’ା କାରଣ ସେମାନେ ଭାରତର ଭୋଟ୍ ବ୍ୟବସ୍ଥାକୁ ଧ୍ୱଂସ କରିଛନ୍ତି। ସେ ସିଇସିଙ୍କ ତୁରନ୍ତ ଇସ୍ତଫା ଦାବି କରିଛନ୍ତି। ଲୋକସଭାରେ ବିରୋଧୀ ଦଳର ନେତା ଦୃଢ଼ତାର ସହ କହିଛନ୍ତି ଯେ ମୋଦୀ ଏବଂ ଶାହ ଦେଶ ପାଇଁ ଯାହା କରିଛନ୍ତି, ସେଥିପାଇଁ ସେମାନଙ୍କର ତଦନ୍ତ କରାଯିବ। କୁମାରଙ୍କୁ କଡ଼ା ସମାଲୋଚନା କରି ସେ କହିଛନ୍ତି ଯେ ସିଇସି ଯାହା କରିଛନ୍ତି ତାହା ଭାରତୀୟ ରାଷ୍ଟ୍ର ବିରୋଧୀ ଏକ କାର୍ଯ୍ୟ। “ଏହା ସମ୍ବିଧାନ ଏବଂ ଦେଶର ଆଇନଗତ ଢାଞ୍ଚା ଉପରେ ଏକ ଆକ୍ରମଣ। ଭୋଟ୍ ସୁରକ୍ଷିତ ରହିବ ତାହା ସୁନିଶ୍ଚିତ କରିବା ଆପଣଙ୍କ ଦାୟିତ୍ୱ ଥିଲା। ଏହାକୁ ନିଶ୍ଚିତ ଭାବେ ପ୍ରମାଣ କରିବା ପାଇଁ ଆମ ପାଖରେ ଯଥେଷ୍ଟ ତଥ୍ୟ ରହିଛି। ଏହାର ପରିଣାମ ଭୋଗିବାକୁ ପଡ଼ିବ। ଆମେ ଗଣତନ୍ତ୍ରକୁ ଧ୍ୱଂସ ହେବାକୁ ଦେଇ ଚୁପ୍ ହୋଇ ବସିବୁ ନାହିଁ। ଦାୟୀ ବ୍ୟକ୍ତିମାନଙ୍କୁ ଦଣ୍ଡିତ କରାଯିବ ବୋଲି ଗାନ୍ଧୀ ଏଠାରେ ଥିବା ଇନ୍ଦିରା ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଗାନ୍ଧୀ କହିଛନ୍ତି ଯେ କୁମାରଙ୍କ ପାଇଁ ତାଙ୍କର ପରାମର୍ଶ ହେଉଛି ସେ ସାକ୍ଷୀ ପାଲଟିଯାଆନ୍ତୁ, କାରଣ ତାହା ଏକ ରାଷ୍ଟ୍ରପ୍ରେମୀ କାର୍ଯ୍ୟ ହେବ। “ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଗୃହମନ୍ତ୍ରୀ ଶାହ ଉଭୟଙ୍କର ତଦନ୍ତ କରାଯିବ ଯେ ସେମାନେ କ’ଣ କରୁଛନ୍ତି। ସେମାନେ ଏହି ଷଡ଼ଯନ୍ତ୍ରର ମୁଖ୍ୟ ସୂତ୍ରଧର ଏବଂ ଦେଶ ପାଇଁ ସେମାନେ ଯାହା କରିଛନ୍ତି ସେଥିପାଇଁ ସେମାନଙ୍କର ତଦନ୍ତ କରାଯିବ ବୋଲି ସେ କହିଛନ୍ତି। ସେମାନେ “ଦେଶଦ୍ରୋହୀ’ କାରଣ ସେମାନେ ଦେଶର ଗଣତନ୍ତ୍ରରେ ଭୋଟ୍ ବ୍ୟବସ୍ଥାକୁ ଧ୍ୱଂସ କରିଛନ୍ତି ବୋଲି ସେ କହିଛନ୍ତି। ଗାନ୍ଧୀ କିଛି ଭିଡିଓ ଚଳାଇଥିଲେ ଏବଂ ଲୋକଙ୍କୁ ମୋଦୀ ଓ ଶାହଙ୍କ କଥାବାର୍ତ୍ତାର ସ୍ୱର ଶୁଣିବାକୁ କହିଥିଲେ। ଏହି ଭିଡିଓଗୁଡ଼ିକରେ ଶାହଙ୍କୁ ବିଜେପି ୩୦ ବର୍ “ଆମେ କୌଣସି ବ୍ୟକ୍ତିଙ୍କ ଲୋକପ୍ରିୟତା କିମ୍ବା ସରକାରଙ୍କ କାର୍ଯ୍ୟଦକ୍ଷତାକୁ ବୁଝିପାରିବା, କିନ୍ତୁ ‘ଆଣ୍ଟି-ଇନ୍କମ୍ବେନ୍ସି’ (ସରକାରଙ୍କ ବିରୋଧୀ ଜନମତ) ସମ୍ପୂର୍ଣ୍ଣ ରୂପେ ଲୋପ ପାଇଯିବା? ସଦ୍ଦାମ ହୁସେନ୍ଙ୍କ ଇରାକ୍ କିମ୍ବା ଉତ୍ତର କୋରିଆରେ ମଧ୍ୟ ଏପରି ଦେଖିବାକୁ ମିଳେନାହିଁ ବୋଲି ସେ ଯୁକ୍ତି ବାଢ଼ିଥିଲେ। ଗାନ୍ଧୀ କହିଥିଲେ ଯେ ଭୋଟ୍ ହେଉଛି ଆମ ଗଣତନ୍ତ୍ରର ମୂଳଦୁଆ ଏବଂ ନିର୍ବାଚନ ଆୟୋଗ (ଋଉ) ଦ୍ୱାରା ସୁରକ୍ଷିତ ଥିବା ଏହି ଭୋଟ୍ ହିଁ ସମ୍ବିଧାନକୁ ସୁରକ୍ଷା ପ୍ରଦାନ କରେ। “ଯଦି ଭୋଟ୍ ବ୍ୟବସ୍ଥା ନଷ୍ଟ ହୋଇଯାଏ, ତେବେ ଆମ ସମ୍ବିଧାନ ମଧ୍ୟ ନଷ୍ଟ ହୋଇଯିବ; ଏହାର ଆଉ କୌଣସି କ୍ଷମତା ରହିବ ନାହିଁ। ଯଦି ସମ୍ବିଧାନ ନଷ୍ଟ ହୋଇଯାଏ, ତେବେ ଆଇନଗୁଡ଼ିକ ବେଆଇନ ହୋଇଯିବ ଏବଂ ଆମର ଅନୁଷ୍ଠାନଗୁଡ଼ିକ ଅର୍ଥହୀନ ହୋଇପଡ଼ିବ ବୋଲି ସେ କହିଥିଲେ। ନିର୍ବାଚନ ଆୟୋଗ ହେଉଛନ୍ତି ଏହି ଭୋଟ୍ ବ୍ୟବସ୍ଥାର ସାଂସ୍ଥାନିକ ସୁରକ୍ଷାକାରୀ ଏବଂ ଏଥିରୁ ହିଁ ସବୁକିଛିର ଉତ୍ପତ୍ତି ହୋଇଥାଏ। ଯଦି ଭୋଟ୍ ବ୍ୟବସ୍ଥା ନଷ୍ଟ ହୁଏ, ତେବେ ସମ୍ବିଧାନ କାର୍ଯ୍ୟକ୍ଷମ ହୁଏନାହିଁ, ଆଇନଗୁଡ଼ିକ ନଷ୍ଟ ହୋଇଯାଏ ଏବଂ ଅନୁଷ୍ଠାନଗୁଡ଼ିକର କୌଣସି ମୂଲ୍ୟ ରହେନାହିଁ ବୋଲି ସେ କହିଥିଲେ। ଗାନ୍ଧୀ କହିଥିଲେ ଯେ ସେ ଶହେ ପ୍ରତିଶତ ନିଶ୍ଚିତ ଯେ ବିଧାନସଭା ଏବଂ ଲୋକସଭା ନିର୍ବାଚନରେ ଜାଲିଆତି କରାଯାଇଛି। “ଭୋଟ୍ ଚୋରିରୁ ଆଇନ ଚୋରି ଏବଂ ସେଥିରୁ ଅନୁଷ୍ଠାନ ଚୋରିର ଉତ୍ପତ୍ତି ହୋଇଥାଏ ବୋଲି ସେ କହିଥିଲେ। ଏହା ପୂର୍ବରୁ ଗାନ୍ଧୀ କହିଥିଲେ ଯେ ସମ୍ବିଧାନର ଶତ୍ରୁମାନଙ୍କୁ ଚିହ୍ନଟ କରାଯାଇଛି ଏବଂ ନ୍ୟାୟ ମିଳିବ।
