ବାରିପଦା: ଆଜି ପୂର୍ବାହ୍ନ ରେ କରଞ୍ଜିଆ ଥାନା ଅଂଚଳ ରେ ତିନିଗୋଟି ପୃଥକ ଦୁର୍ଘଟଣା ଘଟିଥିବାର ଜଣାଯାଇଛି ।ବାଇକ କୁ ପିଟିଲା ସ୍କ୍ରପିଓ, ବାଇକ ଆରୋହୀ ସ୍ୱାମୀ ଶଙ୍କର ଓ ସ୍ତ୍ରୀ କବିତା ମୃତ୍ୟୁ ବରଣ କରିଥିଲେ । ମୃତକ ସ୍ୱମୀ ସ୍ତ୍ରୀ କରଞ୍ଜିଆ ହସ୍ପିଟାଲ ରେ କାମ ସାରି ନିଜ ଘର ପାଣ୍ଠ ଗ୍ରାମକୁ ଯାଉଥିବା ବେଳେ ଜାମସେଦପୁର ଟାଟା ରୁ ତାରିଣୀ ଦର୍ଶନ ପାଇଁ ଆସୁଥିବା ଏକ ସ୍କୋର୍ପିଓ ଗାଡିର ଆଗ ଚକା ଫାଟିଯିବାରୁ ଗାଡିଟି ଭାରସ୍ୟମ ହରାଇ କରଞ୍ଜିଆ ଗ୍ରୀଡ଼ ନିକଟରେ ଦୁର୍ଘଟଣା ଘଟିଥିଲା ,ସ୍କ୍ରପିଓ ଗାଡ଼ିରେ ବସିଥିବା ଟାଟା ଅଂଚଳର ଧୀରାମଣୀ ବୀଣାପାଣି ଦେବୀ(୭୦),ବୀଣାପାଣୀ ମହାନ୍ତି (୫୨) ଓ ରେଣୁବାଳା ପରିଡା (୫୮)ଦୁଇ ମହିଳା ଆହତ ହୋଇଥିବାବେଳେ ଦୁଇ ବାଇକ ଆରୋହୀ ମୃତ୍ୟୁ ବରଣ କରିଥିବାର ଜଣାଯାଇଛି ।

ସେହିପରି କାଦ ଡିହା ନିକଟରେ କଲେଜ ରୁ ଫେରୁଥିବା ବେଳେ ପଡିଆ ବେଡା କଲେଜ ଅଧ୍ୟାପକ ଙ୍କ ବାଇକ କୁ ପିଟିଲା ଅନ୍ୟ ଏକ ବାଇକ, ଏଥିରେ ଆହତ ମାନେ ଗୁରୁତର ହୋଇ କରଞ୍ଜିଆ ହସ୍ପିଟାଲ ରେ ଭର୍ତି ହୋଇଥିବାର ଜଣାପଡିଛି । ସେହିପରି କାଦଡିହା ନିକଟରେ କାର କୁ ପିଟିଲା ପ୍ରଶାନ୍ତି ନାମକ ଏକ ଯାତ୍ରୀ ବାହି ବସ । ଏହି ଦୁର୍ଘଟଣା ରେ ଦୁଇଜଣ ମୃତ୍ୟୁ ବରଣ କରିଥିବାବେଳେ , ଜଣେ ଗୁରୁତର ହୋଇ କରଞ୍ଜିଆ ହସ୍ପିଟାଲ ରେ ଭର୍ତି ହୋଇଥିବାବେଳେ ଜଙ୍ଗଲ ମନ୍ତ୍ରୀ ଗଣେଶ୍ୱର ସିଂ ଖୁଣ୍ଟିଆ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ କରିଥିବାର ଜଣାପଡିଛି ।
