ବାଲୁଗାଁ: ବାଣପୁର ବାଲୁଗାଁ ରୋଟାରୀ କ୍ଳବ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ମାନଙ୍କ ନିମନ୍ତେ ବିଭିନ୍ନ ସେବା ମୂଳକ କାର୍ଯ୍ୟକ୍ରମ ମାନ ବିଗତ ୩୯ ବର୍ଷ ଧରି କରିଆସୁଅଛି।ଗତକାଲି ସଂନ୍ଧ୍ଯାରେ ବାଲୁଗାଁ କଲେଜ ପରିସରରେ ଚାଲୁଥିବା ଚିଲିକା ପୁସ୍ତକ ମେଳାରେ କ୍ଳବ ପକ୍ଷରୁ ରାଜ୍ୟ ସରକାରଙ୍କ ମାନ୍ୟବର ଆଈନ, ଅବକାରୀ,ଓ ପୂର୍ତ୍ତ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଓ ରୋଟାରୀ ଜିଲ୍ଲା ୩୨୬୨ର ଗତ ବର୍ଷର ପ୍ରାନ୍ତପାଳ ଯଜ୍ଞାଶିଷ ମହାପାତ୍ରଙ୍କ କରକମଳରେ ଏକ ଅଟୋ ଆମ୍ବୁଲାନ୍ସ ଜନସାଧାରଣଙ୍କ ସେବା ପାଇଁ ବାଣପୁରର ଜଣେ ଭିନ୍ନକ୍ଷମ ଯୁବକ ଶିବରାମ ନାୟକଙ୍କୁ ପ୍ରଦାନ କରାଯାଇଛି।

ଉକ୍ତ କାର୍ଯ୍ୟକ୍ରମରେ କ୍ଳବ ସଭାପତି ସୁନୀଲ ପାତ୍ର,ପ୍ରାକ୍ତନ ସଭାପତି ସରୋଜିନୀ ଦାଶ,ବିଜୟ କୁମାର ବେହେରା,ଶ୍ଯାମସୁନ୍ଦର ପୃଷ୍ଟି, ନନ୍ଦକିଶୋର ମିଶ୍ର,ରବି ନାରାୟଣ ନାୟକ,ରବି ନାରାୟଣ ପାଲ,ଆଗାମୀ ବର୍ଷର ସଭାପତି ଡକ୍ଟର ଚିନ୍ତାମଣୀ ମିଶ୍ର ଓ ସଭ୍ଯ ଅଶୋକ କୁମାର ନାୟକ, ସଂଜୟ କୁମାର ସାହୁ,ଗଗନ ବିହାରୀ ବେହେରା ପ୍ରମୂଖ ଉପସ୍ଥିତ ଥିଲେ।ଉକ୍ତ ଆମ୍ବୁଲାନ୍ସ ସେବା ପାଇଁ ୮୯୧୭୬୫୫୬୨୯ ନମ୍ବରରେ ଯୋଗାଯୋଗ କରି ଜନସାଧାରଣ ଏହାର ସୁଯୋଗ ନେଇ ପାରିବେ ବୋଲି କ୍ଲବ ପକ୍ଷରୁ କୁହାଯାଇଛି।
