ନୂଆଦିଲ୍ଲୀ: କକ୍ରୋଚ ଜନତା ପାର୍ଟି (ସିଜେପି)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଗୁରୁବାର ଦିନ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ୪୮ ଘଣ୍ଟା ମଧ୍ୟରେ ଇସ୍ତଫା ଦେବାକୁ ଦାବି କରିଛନ୍ତି। ସେ ଚେତାବନୀ ଦେଇଛନ୍ତି ଯେ ଯଦି କୁମାର ପଦ ଛାଡ଼ିବାରେ ବିଫଳ ହୁଅନ୍ତି, ତେବେ ଦଳ ପକ୍ଷରୁ ଦେଶବ୍ୟାପୀ ଆନ୍ଦୋଳନ ଆରମ୍ଭ କରାଯିବ। ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଦୀପକେ ଅଭିଯୋଗ କରିଛନ୍ତି ଯେ କୁମାରଙ୍କ ଅଧୀନରେ ନିର୍ବାଚନ ଆୟୋଗର କାର୍ଯ୍ୟଶୈଳୀ ଭୋଟ୍ ଦେବାର ଅଧିକାରକୁ କ୍ଷୁଣ୍ଣ କରିଛି ଏବଂ ନିର୍ବାଚନ ଆୟୋଗ ଭୋଟର ତାଲିକାରେ ହେରଫେର କରିଥିବା ନେଇ ସେ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ କୁମାର ଇସ୍ତଫା ନ ଦେବା ପର୍ଯ୍ୟନ୍ତ ସିଜେପି ନିଜର ଆନ୍ଦୋଳନ ଜାରି ରଖିବ। ଦୀପକେ କହିଛନ୍ତି, “ମୁକ୍ତ ଓ ନିରପେକ୍ଷ ନିର୍ବାଚନ ସୁନିଶ୍ଚିତ କରିବା ପାଇଁ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ଇସ୍ତଫା ଦେବାକୁ ପଡ଼ିବ।’ସେ ଆହୁରି ମଧ୍ୟ କହିଛନ୍ତି, “ଯଦି ୪୮ ଘଣ୍ଟା ମଧ୍ୟରେ ଜ୍ଞାନେଶ କୁମାର ଇସ୍ତଫା ନ ଦିଅନ୍ତି, ତେବେ ସଜେପିି ଦେଶବ୍ୟାପୀ ଆନ୍ଦୋଳନ ଆରମ୍ଭ କରିବ। ଜ୍ଞାନେଶ କୁମାର ଇସ୍ତଫା ନ ଦେବା ପର୍ଯ୍ୟନ୍ତ ଆମେ ପଛଘୁଞ୍ଚା ଦେବୁ ନାହିଁ।’ ସିଜେପି କହିଛି ଯେ ପ୍ରସ୍ତାବିତ ଆନ୍ଦୋଳନ ଜୁନ୍ ମାସରେ ଜନ୍ତର ମନ୍ତର ଠାରେ ହୋଇଥିବା ବିକ୍ଷୋଭ ଭଳି ହେବ। ନିର୍ବାଚନ ଆୟୋଗ ଦ୍ୱାରା ଭୋଟର ତାଲିକାର “ସ୍ୱତନ୍ତ୍ର ଘନିଷ୍ଠ ସଂଶୋଧନ’ (ଏସଆଇଆର) ପ୍ରକ୍ରିୟା ଏବଂ ଗତ ୧୦ ମାସ ମଧ୍ୟରେ ଅନ୍ୟ ଦୁଇ ନିର୍ବାଚନ କମିଶନର – ସୁଖବୀର ସିଂହ ସାନ୍ଧୁ ଓ ବିବେକ ଯୋଶୀ – ଏହି ପ୍ରକ୍ରିୟାର ବିଭିନ୍ନ ଦିଗ ଉପରେ ଆପତ୍ତି ଉଠାଇଥିବା ନେଇ ଆସିଥିବା ଖବରକୁ ନେଇ ସୃଷ୍ଟ ବିବାଦ ମଧ୍ୟରେ ଦୀପକେଙ୍କ ଏହି ଦାବି ସାମ୍ନାକୁ ଆସିଛି। ଉକ୍ତ ଦୁଇ ନିର୍ବାଚନ କମିଶନର ଭୋଟରଙ୍କ ନାମ ଯୋଡ଼ିବା, ବାଦ୍ ଦେବା । “ଆମ ଦେଶରେ ଗଣତନ୍ତ୍ରର ଅର୍ଥ କ’ଣ ଥିଲା? ଗଣତନ୍ତ୍ରର ଅର୍ଥ ଥିଲା ଯେ ଜନସାଧାରଣ ସରକାରଙ୍କୁ ନିର୍ବାଚିତ କରିବେ। କିନ୍ତୁ ଜ୍ଞାନେଶ କୁମାର ମୁଖ୍ୟ ନିର୍ବାଚନ କମିଶନର ହେବା ପରଠାରୁ, କିଏ ଭୋଟ୍ ଦେଇପାରିବେ ଏବଂ କିଏ ପାରିବେ ନାହିଁ, ତାହା ସରକାର ନିଷ୍ପତ୍ତି ନେଉଛନ୍ତି। ଏହା କ’ଣ ଗଣତନ୍ତ୍ର? ଗଣତନ୍ତ୍ରର ଏହା କି ପ୍ରକାର ସଂଜ୍ଞା? ଆପଣମାନେ ଗଣତନ୍ତ୍ରର ସମଗ୍ର ଧାରଣାକୁ ଓଲଟପାଲଟ କରିଦେଇଛନ୍ତି ବୋଲି ବୋଲି ସେ କହିଥିଲେ। ଦୀପକେ ଅଭିଯୋଗ କରିଥିଲେ ଯେ ୧୩ କୋଟିରୁ ଅଧିକ ଭୋଟ୍ ହଟାଇ ଦିଆଯାଇଛି ଏବଂ ପ୍ରଶ୍ନ ଉଠାଇଥିଲେ ଯେ ଶାସକ ଦଳ ଓ ବିରୋଧୀ ଦଳ ମଧ୍ୟରେ ଥିବା ବ୍ୟବଧାନକୁ ବଢ଼ାଇବା ପାଇଁ ଏଭଳି କରାଯାଇଛି କି। ଏହା କୌଣସି ସାମାନ୍ୟ ସଂଖ୍ୟା ନୁହେଁ। ୨୦୨୪ ଲୋକସଭା ନିର୍ବାଚନରେ ବିରୋଧୀ ଏବଂ ଶାସକ ଦଳ ମଧ୍ୟରେ ଭୋଟ୍ ବ୍ୟବଧାନ ମାତ୍ର ୨% ଥିଲା। ୧୩ କୋଟି ଭୋଟ୍ ହଟାଇବା ଅର୍ଥ ମୋଟ ଭୋଟ୍ର ପ୍ରାୟ ୧୩% ରୁ ୧୪% ଭୋଟ୍ ହଟାଇବା ସହ ସମାନ ବୋଲି ସେ କହିଥିଲେ। “ସେହି ୨% ବ୍ୟବଧାନକୁ ବଢ଼ାଇବା ପାଇଁ ଜ୍ଞାନେଶ କୁମାର କ’ଣ ଜାଣିଶୁଣି ଏସବୁ ଭୋଟ୍ ହଟାଉଛନ୍ତି କି, ଯାହାଫଳରେ ସେମାନେ କେବେ ବି କ୍ଷମତା ହରାଇବେ ନାହିଁ? ଏହା କାହିଁକି କରାଯାଉଛି? ଏତେ ସଂଖ୍ୟକ ଭୋଟ୍ ହଟାଇବାର ଆବଶ୍ୟକତା କ’ଣ ଥିଲା?’ ବୋଲି ସେ ପ୍ରଶ୍ନ କରିଥିଲେ। ସେ ଆହୁରି ମଧ୍ୟ ଅଭିଯୋଗ କରିଥିଲେ ଯେ ଭୋଟରଙ୍କ ନାମ ହଟାଇବା ଫଳରେ ବିରୋଧୀ ନେତା ଓ ଦଳଗୁଡ଼ିକ ପ୍ରଭାବିତ ହୋଇଛନ୍ତି; ଏହି ପରିପ୍ରେକ୍ଷୀରେ ସେ ମମତା ବାନାର୍ଜୀ, ଏମ୍.କେ. ଷ୍ଟାଲିନ୍, ଅରବିନ୍ଦ କେଜ୍ରିୱାଲ ଏବଂ ପିନାରାୟୀ ବିଜୟନ୍ଙ୍କ ନାମ ଉଲ୍ଲେଖ କରିଥିଲେ। ୨୦୨୪ ନିର୍ବାଚନରେ ବିଜେପି ସଂଖ୍ୟାଗରିଷ୍ଠତା ହାସଲ କରିବାରେ ବିଫଳ ହୋଇଥିଲା। ଯେତେବେଳେ ସେମାନେ ସଂଖ୍ୟାଗରିଷ୍ଠତାଠାରୁ ପଛରେ ରହିଗଲେ, ସେତେବେଳେ ସେମାନଙ୍କ ମଧ୍ୟରେ ଘୋର ଚିନ୍ତା ବା ଆତଙ୍କ ସୃଷ୍ଟି ହୋଇଥିଲା। ‘୪୦୦ ପାର (୪୦୦ରୁ ଅଧିକ ଆସନ)ର ସ୍ଲୋଗାନ୍ ଦେବା ପରେ ସେମାନଙ୍କ ସଂଖ୍ୟା ୨୪୦କୁ ଖସି ଆସିଥିଲା। ତା’ପରେ ସେମାନେ ଅନୁଭବ କଲେ ଯେ ଦେଶର ମନୋଭାବ ବଦଳୁଛି ଏବଂ ‘ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ନିର୍ବାଚନ ମଣ୍ଡଳୀରୁ ୫୦,୦୦୦ ଭୋଟ୍ ବାଦ୍ ଦିଆଯାଇଥିଲା ଏବଂ ସେ ପ୍ରାୟ ୧୫,୦୦୦ ଭୋଟ୍ରେ ପରାଜିତ ହୋଇଥିଲେ। ଏମ୍.କେ. ଷ୍ଟାଲିନ୍ଙ୍କ ନିର୍ବାଚନ ମଣ୍ଡଳୀରୁ ୧ ଲକ୍ଷ ଭୋଟ୍ ବାଦ୍ ଦିଆଯାଇଥିଲା ଏବଂ ସେ ପ୍ରାୟ ୪୫,୦୦୦ ଭୋଟ୍ରେ ପରାଜିତ ହୋଇଥିଲେ। ଦିଲ୍ଲୀରେ ଅରବିନ୍ଦ କେଜ୍ରିୱାଲଙ୍କ ନିର୍ବାଚନ ମଣ୍ଡଳୀରୁ ୪୦,୦୦୦ ଭୋଟ୍ ବାଦ୍ ଦିଆଯାଇଥିଲା ଏବଂ ସେ ପ୍ରାୟ ୪,୦୦୦-୫,୦୦୦ ଭୋଟ୍ରେ ପରାଜିତ ହୋଇଥିଲେ, ବୋଲି ସେ ଅଭିଯୋଗ କରିଥିଲେ।
