ପୁରୀ: ପାଠାଗାର ହେଉଛି ଏକମାତ୍ର ସ୍ଥାନ, ଯେଉଁଠି ବିନା ଖର୍ଚ୍ଚରେ ପୃଥିବୀକୁ ଆବିଷ୍କାର କରିହୁଏ। ମନ ପାଇଁ ସ୍ୱାସ୍ଥ୍ୟ କେନ୍ଦ୍ର ହେଉଛି ପାଠାଗାର, ଯାହାକି ମଣିଷକୁ ମୁକ୍ତି ପ୍ରଦାନ କରେ ଏବଂ ସଭ୍ୟତା ସଂସ୍କୃତିର ବିକାଶକୁ ଆଗକୁ ନିଏ। ସୁତରାଂ ପ୍ରତି ପଂଚାୟତରେ ପାଠାଗାର ସ୍ଥାପନ ସହିତ ପାଠାଗାର ଆନ୍ଦୋଳନକୁ ଅଧିକରୁ ଅଧିକ କ୍ରିୟାଶୀଳ କରାଯିବା ଉପରେ ଅତିଥିମାନେ ଗୁରୁତ୍ୱାରୋପ କରିଛନ୍ତି ।ଆଜି ଶିକ୍ଷାଶ୍ରୀ ଶିଶୁ ପାଠାଗାରର ୨୨ତମ ବାର୍ଷିକ ଉତ୍ସବ ୟୁଥ ହଷ୍ଟେଲ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । ପୁରୀ ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚର ସଭାପତି ସାହିତ୍ୟିକ ଡ଼ କାର୍ତ୍ତିକ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାରସ୍ୱତ ସମାରୋହରେ “ଆମ ପରଶମଣି”ର ସଂପାଦକ ବର୍ଷୀୟାନ ଶିଶୁ ସାହିତ୍ୟିକ ଡ଼ ରାମଚନ୍ଦ୍ର ଦେଓ ଉଦଘାଟକ, କେନ୍ଦ୍ର ବାଲ ସାହିତ୍ୟ ପୁରସ୍କାରପ୍ରାପ୍ତ ବରିଷ୍ଠ ଶିଶୁ ସାହିତ୍ୟିକ ଡ଼ ନରେନ୍ଦ୍ର ପ୍ରସାଦ ଦାସ ମୁଖ୍ୟ ଅତିଥି, ଜିଲ୍ଲା ଶିକ୍ଷା ଓ ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନର ପ୍ରାକ୍ତନ ଅଧ୍ୟକ୍ଷ ଚଣ୍ଡେଶ୍ୱର ମହାପାତ୍ର ମୁଖ୍ୟ ବକ୍ତା, ଶିଶୁ କିଶୋର ସାହିତ୍ୟ ଏକାଡେମୀ,ଓଡିଶାର ସାଧାରଣ ସଂପାଦକ ତଥା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଶିଶୁ ସାହିତ୍ୟିକ ବୀରେନ୍ଦ୍ର ମହାନ୍ତି ସମ୍ମାନିତ ଅତିଥି ରୂପେ ଯୋଗଦାନ କରିଥିଲେ। ସମାରୋହ ପ୍ରାରମ୍ଭରେ ମହେନ୍ଦ୍ର ବିଶୋଇ ଉତ୍ସବର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିବା ବେଳେ ପାଠାଗାରର ପ୍ରତିଷ୍ଠାତା ସମ୍ପାଦକ ରମେଶ ଚନ୍ଦ୍ର ଦାଶ ସମ୍ପାଦକୀୟ ବିବରଣୀ ପ୍ରଦାନ କରିଥିଲେ।

ଅତିଥି ପରିଚୟ ଏବଂ ସ୍ୱାଗତ ଭାଷଣ ଦେଇଥିଲେ ଶିଶୁ ସାହିତ୍ୟିକ ସୁଶାନ୍ତ କୁମାର ସେନାପତି।ଉତ୍ସବରେ ରମେଶ ଚନ୍ଦ୍ର ଦାଶଙ୍କ ରଚିତ “ପରୋପକାରୀ କୁକୁର ଓ ଅନ୍ୟାନ୍ୟ କାହାଣୀ ” ଏବଂ” ପିଲାଙ୍କ ଉତ୍କଳମଣି “ପୁସ୍ତକ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ଏହି ଅବସରରେ ବରଗଡ଼ ଶିଶୁଶ୍ରୀ ଭ୍ରାମ୍ୟମାଣ ପାଠାଗାରର ପ୍ରତିଷ୍ଠାତା ଡ଼ ରବିନାରାୟଣ ସାହୁ, ନୟାଗଡ ନୂଆଗାଁ ସ୍ଥିତ ଦାଶରଥି ପଟ୍ଟନାୟକ ପାଠାଗାର ଓ ସଂଗ୍ରହାଳୟର ଦୀପକ କୁମାର ପଟ୍ଟନାୟକ, ଶିକ୍ଷକ ଓ ନାଟ୍ୟ ସଂଗଠକ ବିକାଶ ଦତ୍ତ, ବାଲେଶ୍ୱରସ୍ଥିତ ଲୋକନାଥ ପାଠାଗାରର ପ୍ରତିଷ୍ଠାତା ତଥା ଶିଶୁ ପତ୍ରିକା “ବାଇ ଚଢେଇ “ର ସମ୍ପାଦକ ବିକାଶ କୁମାର ଶତପଥୀ, ଶିଶୁ ସାହିତ୍ୟିକା ସୁଜାତା ସିହ୍ନା ଏବଂବ୍ରହ୍ମଗିରି ବିଜିପୁରର କୃତୀ ଛାତ୍ର ସାଦ୍ୟାନ୍ତ ଶତପଥୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଲକ୍ଷ୍ମୀପ୍ରିୟା ଦାଶ , ପ୍ରଶାନ୍ତ କୁମାର ମଙ୍ଗରାଜ, ଦୁର୍ଗାବତୀ ପ୍ରଧାନ, କବିତା ମିଶ୍ର, ଲକ୍ଷ୍ମୀଧର ମାଝୀ,ପର୍ଶୁରାମ ପାତ୍ର ମାନପତ୍ର ପାଠ କରିଥିଲେ।ମଞ୍ଚ ସଂଯୋଜନା କରିଥିଲେ ପ୍ରଜ୍ଞା ସାହୁ। କଣ୍ଠ ଶିଳ୍ପୀ ପ୍ରୀତିଶା ମହାପାତ୍ର ଭକ୍ତି ସଂଗୀତ ପରିବେଷଣ କରିଥିବା ବେଳେ ଶିଶୁ କବିତା ପାଠ କରିଥିଲେ ପ୍ରଶାନ୍ତ କୁମାର ତ୍ରିପାଠୀ। ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ କବି କ୍ରିଷ୍ଣା ମହାପାତ୍ର। ରାକେଶ ଦାଶ, ରାଖେଲ ଦାଶ, କାଶୀନାଥ ମହାପାତ୍ର, ପୂଜା ସାହୁ , ଜଳନ୍ଧର ବିଶୋଇ, ଶିବ ପ୍ରସାଦ ମିଶ୍ର, ରଶ୍ମୀ ବେହେରା, ସିଦ୍ଧେଶ୍ୱର, ବେହେରା, ଦେବସ୍ମିତା ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
