ପୁରୀ: ରବିବାର ଅପରାହ୍ନରେ ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ ସସ୍ତ୍ରୀକ ପୁରୀଗସ୍ତ ରେ ଆସି ଶ୍ରୀମନ୍ଦିର ସିଂହଦ୍ୱାର ଠାରେ ପହଞ୍ଚିଥିଲେ । ଜିଲ୍ଲାପାଳ ଦିବ୍ଯ ଜ୍ଯୋତି ପରିଡା, ତାଙ୍କର କୌଳିକ ପଣ୍ଡା,ବରିଷ୍ଠ ସେବାୟତ ଓ ବିଜେପି କର୍ମୀ ମାନେ ସ୍ୱାଗତ କରିଥିଲେ ।

ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିରକୁ ଯାଇ ରତ୍ନସିଂହାସନ ଠାରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିଥିଲେ । ମା ବିମଳା, ମା ମହାଲକ୍ଷ୍ମୀଙ୍କୁ ଦର୍ଶନ କରିବା ପରେ ବେଢା ବୁଲି ପାର୍ଶ୍ୱ ଦେବାଦେବୀଙ୍କୁ ଦର୍ଶନ କରିଥିଲେ । ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ଯବସ୍ଥା କରାଯାଇଥିଲା ।
