ବାରିପଦା ; ବାରିପଦା ୍ୱନଖଣ୍ଡର ସଂକଳ୍ପ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ୭୨ ତମ ବନ୍ୟପ୍ରାଣୀ ସପ୍ତାହ ୨୦୨୬ ଉଦ୍ ଯାପନ ସମାରୋହ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦେଶକ ତଥା ବାରିପଦା ଆଞ୍ଚଳିକ ବନ ସଂରକ୍ଷକ ପ୍ରକାଶ ଚନ୍ଦ୍ର ଗୋଗିନେନିଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସରକାରଙ୍କର ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗର ମନ୍ତ୍ରୀ ଇଂ ଗଣେଶ ରାମ ସିଂ ଖୁଣ୍ଟିଆ ଯୋଗଦେଇ ଚଳିତ ବର୍ଷର ବାର୍ତ୍ତା “ବାସସ୍ଥଳୀ ସଂଯୋଗ,ସମୃଦ୍ଧ ୍ୱନ୍ଯପ୍ରାଣୀ ‘ ଶିର୍ଷକ ଉପରେ ଗୁରୁତ୍ୱ ଆରୋପ କରିଥିଲେ ।
ଏହି ସମାରୋହରେ ବନ୍ୟପ୍ରାଣୀ ସଂରକ୍ଷଣ -୨୦୨୬ ଅବସରରେ ୍ୱାମନଘାଟୀ ଉପଖଣ୍ଡ ପାଇଁ ରାଇରଙ୍ଗପୁର ଅଞ୍ଚଳର ପ୍ରଦୀପ୍ତ କିଶୋର କବିଙ୍କୁ ଉପଢୌକନ,ମାନପତ୍ର,ଏବଂ ପୁରସ୍କାର ସ୍ୱରୂପ ୨୫ ହଜାର ଟଙ୍କାର ଚେକ୍ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା ।ଏହି ଉତ୍ସବରେ ଶିମିଳିପାଳ ଦକ୍ଷିଣ ବନ୍ୟପ୍ରାଣୀ ଖଣ୍ଡର ଉପନିର୍ଦେଶକ ସୁମିତ କର,ଉତ୍ତର ବନ୍ୟପ୍ରାଣୀ ବିଭାଗର ଉପନିର୍ଦେଶକ ରମେଶ କୁମାର ବିଶୋଇ,ବାଲେଶ୍ୱରର ଡିଏଫଓ ପ୍ରତିକ ପ୍ରକାଶ ଇନ୍ଦଲକର,କେନ୍ଦୁଝରର ଡିଏଫଓ ପ୍ରଶାନ୍ତ ପଣ୍ଡା ,ବାରିପଦାର ଡିଏଫଓ ଗୋବିନ୍ଦ ଚନ୍ଦ୍ର ବିଶ୍ୱାଳ, ରାଇରଙ୍ଗପୁର ଡିଏଫଓ ସୁବ୍ରତ ପାତ୍ର ଏବଂ କରଞ୍ଜିଆ ର ଡିଏଫଓ ଅଜୟ ସାହୁ ପ୍ରମୁଖ ମଞ୍ଚାସିନ ଥିଲେ ।ପ୍ରଦୀପ୍ତ କବି ଦିର୍ଘ ୫୦ ୍ୱର୍ଷ ଧରି ପରିବେଶ ଓ ବନ୍ଯପ୍ରାଣୀଙ୍କ ସୁରକ୍ଷା,ସାମ୍ବାଦିକତା,ଗଳ୍ପ,ପ୍ରବନ୍ଧ,କବିତା ରଚନା ,ପରିବେଶ ସଚେତନତା,ବୃକ୍ଷ ରୋପଣ,ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ପରିବେଶ ସଚେତନତା ,ପ୍ଳାଷ୍ଟିକକୁ ନା ଉପରେ କାର୍ଯ୍ୟ କାରି ଆସୁଛନ୍ତି ।ଏଭଳି ସାମାଜିକ ଓ ପ୍ରଶଂସନୀୟ କାର୍ଯ୍ୟ ପାଇଁ ସେ ସରକାରୀ ଓ ବେସରକାରୀ ଅନୁଷ୍ଠାନ ତରଫରୁ ପୁରସ୍କୃତ ଓ ସମ୍ମାନିତ ହୋଇଛନ୍ତି ।ରାଜ୍ୟ ସରକାରଙ୍କ ତରଫରୁ ପ୍ରକୃତି ବନ୍ଧୁ,ବିଜୁପଟନାୟକ ସଂରକ୍ଷଣ ସମ୍ମାନ,ସମ୍ବାଦ ର ଆୟୋଜିତ “ପୁନଶ୍ଚ ପୃଥିବୀ ‘କାର୍ଯ୍ଯକ୍ରମରେ ସମ୍ମାନିତ ହୋଇଛନ୍ତି ।ରାଜ୍ୟ ସରକାରଙ୍କ ତରଫରୁ ଦୁଇ ଦୁଇଥର ମୟୂରଭଂଜ ଜିଲ୍ଲାର ଅବୈତନିକ ୍ୱନ୍ଯପ୍ରାଣୀ ତତ୍ତ୍ୱାବଧାରକ ଦାୟିତ୍ୱ ନିଷ୍ଠାର ସହ ତୁଲାଇଛନ୍ତି ।ଅଭୟାରଣ୍ୟ ଶିମିଳିପାଳର ପ୍ରତ୍ଯେକ କୋଣ ଅନୁକୋଣେ ସହିତ ପରିଚିତ ।ଏହି ପୁରସ୍କାର ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଛା ଜଣାଯାଇଛି ।
