filter: 0; fileterIntensity: 0.0; filterMask: 0; captureOrientation: 0; runfunc: 0; algolist: 0; multi-frame: 1; brp_mask:0; brp_del_th:null; brp_del_sen:null; motionR: 0; delta:null; module: video;hw-remosaic: false;touch: (0.41379666, 0.53828126);sceneMode: null;cct_value: 0;AI_Scene: (-1, -1);aec_lux: 105.314575;aec_lux_index: 0;albedo: ;confidence: ;motionLevel: 0;weatherinfo: weather?null, icon:null, weatherInfo:100;temperature: 34;zeissColor: bright;
ବାରିପଦା; ଡବଲ ଇଞ୍ଜିନ ସରକାରଙ୍କ ମନମୁଖୀ ଶାସନରେ ଜନସାଧାରଣ ଅତିଷ୍ଠ ହୋଇପଡିବା ଏବଂ ଭୁଲ ନିଷ୍ପତ୍ତି ବିରୋଧରେ ଇଣ୍ଡିଆ ମେଣ୍ଟ ପକ୍ଷରୁ ଗୁରୁବାର ଦିଆଯାଇଥିବା ୧୨ ଘଣ୍ଟିଆ ବନ୍ଦ ଡାକରା ବେତନଟୀ ବ୍ଲକ ରେ ସମ୍ପୂର୍ଣ୍ଣ ସଫଳ ଏବଂ ଶାନ୍ତିପୂର୍ଣ୍ଣ ରହିଥିବାର ଦେଖିବାକୁ ମିଳିଛି ।ବେତନଟୀ ବ୍ଲକ କଂଗ୍ରେସ ସଭାପତି କୁଶଧର ବେହେରାଙ୍କ ନେତୃତ୍ୱରେ କ୍ଷୀରୋଦ ଚନ୍ଦ୍ର ପାତ୍ର, ବାସନ୍ତୀ ସାହୁ, ସୁରେଶଚନ୍ଦ୍ର ମହାନ୍ତ, ରଘୁନାଥ ମୁର୍ମୁ, ସପନ ବାରିକ, ହୃଷିକେଶ ମହାନ୍ତ, ଗୌରହରି ସିଂ, ହେମନ୍ତ ମହାନ୍ତ, ଶରତ କୁମାର ବେହେରା, ବୀଣାପାଣି ମହାନ୍ତ, ସୁଜିତ ମହାନ୍ତ, ମହେଶ ଚନ୍ଦ୍ର ମହାପାତ୍ରଙ୍କ ସମେତ ଶତାଧିକ କଂଗ୍ରେସକର୍ମୀ ଦଳୀୟ ପତାକା ଧରି ପିକେଟିଂ କରିବା ସହିତ ବେତନଟୀ ଏବଂ ବୈଶିଙ୍ଗା ଅଞ୍ଚଳର ଦୋକାନବଜାର, ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ, ବ୍ଲକ ଓ ତହସିଲ ଅଫିସ, ପେଟ୍ରୋଲପମ୍ପ ପ୍ରମୁଖ ବନ୍ଦ କରାଯାଇଥିଲା। ବେତନଟୀର ସମସ୍ତ ଆଞ୍ଚଳିକ ଏବଂ ରାଷ୍ଟ୍ରାୟାତ୍ତ ବ୍ୟାଙ୍କ ସମେତ ଭାରତ ଜୀବନ ବୀମାନିଗମ ଶାଖା କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହିଥିଲା। ସମସ୍ତ ସ୍କୁଲ, କଲେଜ ବନ୍ଦ ରହିଥିଲା। ବନ୍ଦ ପ୍ରଭାବରେ ଦୋକାନ ବଜାର ଖୋଲା ନଥିବାରୁ ସମସ୍ତ ରାସ୍ତାଘାଟ ଜନଶୂନ୍ୟ ରହିଥିଲା। ସକାଳ ଛଅଟାରୁ ଅପରାହ୍ନ ଦୁଇଟା ପର୍ଯ୍ୟନ୍ତ ଦୀର୍ଘ ୮ଘଣ୍ଟା ପାଖାପାଖି ଧରି ୧୮ନଂ ଜାତୀୟ ରାଜପଥ ଅବରୋଧ କରାଯାଇଥିବାରୁ ଶହ ଶହ ଯାନବାହନ ଅଟକି ରହିଥିଲା। ଜାତୀୟ ରାଜପଥରେ ଗାଡି ଚଳାଚଳ ଗୁରୁତର ଭାବେ ପ୍ରଭାବିତ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଶାନ୍ତିଶୃଙ୍ଖଳା ଦୃଷ୍ଟିରୁ ବେତନଟୀ ଓ ବୈଶିଙ୍ଗା ପୁଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିଲା।
