ବାଲିଗୁଡା: ବାଲିଗୁଡା ଥାନା ୫୯ ନମ୍ବର ଜାତୀୟ ରାଜପଥ ର ପୁରୁଣା ବାଟାଗୁଡା ନିକଟରେ ଭୟାନକ ଦୁର୍ଘଟଣା । କାର ବାଇକ ମୁହାଁମୁହିଁ ଧକ୍କା ରେ ଘଟଣା ସ୍ଥଳ ରେ ବାଇକ ରେ ବସିଥିବା ଜଣେ ନାବାଳକ ର ମୃତ୍ୟୁ ହୋଇଥିବା ବେଳେ ବାଈକ ଆରୋହୀ ଗୁରୁତର ଆହତ ହୋଇଛନ୍ତି ।ଗୁରୁତର ଆହତ ଯୁବକ ଙ୍କୁ ବାଲିଗୁଡା ପୋଲିସ ଉଦ୍ଧାର କରି ବାଲିଗୁଡା ମେଡିକାଲ ରେ ଚିକିତ୍ସା ପାଇଁ ଭର୍ତି କରିଛି । ତେବେ ମୃତ ନାବାଳକ ଜଣକ ବାଲିଗୁଡା ଥାନା ବନିମିଲା ଗାଁ ର ପଦ୍ମ ମଳିକ ହୋଇଥିବା ଜଣା ପଡିଛି । ତେବେ ବନିମିଲା ଗାଁ ରୁ ବାଲିଗୁଡା ଅଭିମୁଖେ ବାଇକ ରେ ଦୁଇ ଜଣ ଆସୁଥିବା ବେଳେ ଫୁଲବାଣୀ ରୁ ଗୁଣପୁର ଅଭିମୁଖେ ଯାଉଥିବା ଏକ କାର ସହ ପୁରୁଣା ବାଟାଗୁଡା ନିକଟରେ ମୁହାଁମୁହିଁ ଧକ୍କା ହୋଇ ଦୁର୍ଘଟଣା ଘଟିଛି । ବାଲିଗୁଡା ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ କରିବା ସହ ଦୁର୍ଘଟଣା ଘଟେଇଥିବା କାର ଜବତ କରି ଡ୍ରାଇଭର କୁ ମଧ୍ୟ ଅଟକ ରଖିଛି ।
