ନୂଆଦିଲ୍ଲୀ: ମାଷ୍ଟରବ୍ଲାଷ୍ଟର, ସଚିନ୍, ଗଡ୍ ଅଫ୍ କ୍ରିକେଟ । ଏହି ନାମ ହିଁ କାଫି ତାଙ୍କୁ ଚିହ୍ନିବା ପାଇଁ । ମାତ୍ର ୫ ଫୁଟ୍ ୫ ଇଞ୍ଜର କୁନି କ୍ରିକେଟର ଭଗବାନ ପାଲଟିଗଲେ । ମାତ୍ର ୧୬ ବର୍ଷ ବୟସରେ ପାକିସ୍ତାନ ବିପକ୍ଷରେ ଅର୍ଦ୍ଧଶତକ ହାସଲ କରିଥିଲେ । ଏପ୍ରିଲ ୨୪ ସାରା ଦେଶର କ୍ରିକେଟ ପ୍ରେମୀଙ୍କ ପାଇଁ ଏକ ସ୍ୱତନ୍ତ୍ର ଦିନ । ୧୯୭୩ ମସିହାରେ ଏହି ତାରିଖରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିବା ସଚିନ ତେନ୍ଦୁଲକରଙ୍କୁ ଲକ୍ଷ ଲକ୍ଷ ପ୍ରଶଂସକ ପ୍ରେମରେ “କ୍ରିକେଟର ଭଗବାନ” ବୋଲି ଡାକନ୍ତି । ଆଜି ସେ ତାଙ୍କର ୫୩ତମ ଜନ୍ମଦିନ ପାଳନ କରୁଛନ୍ତି। ପ୍ରତିବର୍ଷ ତାଙ୍କର ଜନ୍ମଦିନ ଏକ ଉତ୍ସବମୁଖର ପରିବେଶରେ ପାଳନ କରାଯାଏ । ସଚିନ ତେନ୍ଦୁଲକରଙ୍କ ପତ୍ନୀ ଅଞ୍ଜଳି ଏବଂ ଝିଅ ସାରା ସେମାନଙ୍କର ଷ୍ଟାଇଲିସ୍ ଆଭିମୁଖ୍ୟ ପାଇଁ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି। ସୋସିଆଲ ମିଡିଆରେ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସଚିନ ତାଙ୍କ ଘର ବାହାରେ ପ୍ରଶଂସକ, ତାଙ୍କ ପତ୍ନୀ ଅଞ୍ଜଳିଙ୍କ ସହ ତାଙ୍କ ଜନ୍ମଦିନର କେକ୍ କାଟୁଥିବାର ଦେଖାଯାଇଛି। ଏହି ସମୟରେ ସଚିନ ଏବଂ ଅଞ୍ଜଳି ଉଭୟ ଅତ୍ୟନ୍ତ ଖୁସି ଦେଖାଯାଉଥିଲେ। ତାଙ୍କର ଦୀର୍ଘ ଏବଂ ଚମତ୍କାର କ୍ୟାରିଅର ସମୟରେ, ସଚିନ କେବଳ ରନ କରିଥିଲେ ବରଂ ଅନେକ ରେକର୍ଡ ମଧ୍ୟ ସ୍ଥାପନ କରିଥିଲେ ଯାହା ଆଜି ମଧ୍ୟ ଅଖଣ୍ଡ ରହିଛି। ସେ ଭାରତୀୟ କ୍ରିକେଟକୁ ନୂତନ ଶିଖରରେ ପହଞ୍ଚାଇଥିଲେ।
