ବେଙ୍ଗାଲୁରୁ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୬ର ୩୪ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ କମାଲ କରିଛି। ଗୁଜରାଟ ବିପକ୍ଷରେ ୫ ୱିକେଟ୍ରେ ବିଜୟୀ ହୋଇଛି। ସ୍ଥାନୀୟ ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ୨୦୬ ରନ୍ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିଲା। ବେଙ୍ଗାଲୁରୁ ୧୮.୫ ଓଭରରେ ୫ଟି ୱିକେଟ ହରାଇ ଲକ୍ଷ୍ୟ ହାସଲ କରିଛି। ଦଳର ପ୍ରାରମ୍ଭିକ ବ୍ୟାଟିଂ ସେତେ ଭଲ ନଥିଲେ ମଧ୍ୟ ପରେ ଦଳ ପ୍ରଶଂସନୀୟ ପ୍ରଦର୍ଶନ କରିଥିଲା। ବେଙ୍ଗାଲୁରୁ ଦଳ ଏକ ସଙ୍କଟ ସ୍ଥିତି ଦେଇ ଗତି କରୁଥିବା ବେଳେ କୃଣାଳ ପାଣ୍ଡ୍ୟା (ଅପରାଜିତ ୨୩ ରନ୍) ଏବଂ ଟିମ୍ ଡେଭିଡ (ଅପରାଜିତ ୧୦ ରନ୍) ଧୈର୍ଯ୍ୟର ସହିତ ବ୍ୟାଟିଂ କରିଥିଲେ। ବେଙ୍ଗାଲୁରୁ ପାଇଁ ଜାକୋବ ବେଥେଲ ଏବଂବିରାଟ କୋହଲି ଇନିଂସ ଆରମ୍ଭ କରିଥିଲେ। ଉଭୟ ବ୍ୟାଟର ପ୍ରଥମ ୱିକେଟ୍ ପାଇଁ ୨୪ ରନ୍ ସଂଗ୍ରହ କରିଥିଲେ। ଏଥିରେ ବେଥେଲଙ୍କ ବ୍ୟକ୍ତିଗତ ସ୍କୋର ୧୪ ରନ୍ ଥିଲା, ଯିଏକି ୩ଟି ଚୌକା ମାଧ୍ୟମରେ ଏହା କରିଥିଲେ।ବେଙ୍ଗାଲୁରୁକୁ ୧୪୧ ରନ୍ରେ ଦ୍ୱିତୀୟ ଝଟକା ଲାଗିଥିଲା। କୋହଲିଙ୍କ ସହିତ ଦେବଦୂତ୍ତ ପଡ୍ଡିକଲ ୧୧୭ ରନ୍ର ଭାଗିଦାରୀ କରି ଆଉଟ୍ ହୋଇଥିଲେ। ସେ ବ୍ୟକ୍ତିଗତ ଭାବେ ୨୭ଟି ବଲ୍ରୁ ୫୫ ରନସଂଗ୍ରହ କରିଥିଲେ। ଏଥିରେ ୨ଟି ଚୌକା ଏବଂ ୬ଟି ଛକା ସାମିଲ ଥିଲା। ଗୁଜରାଟର ତୃତୀୟ ଶିକାର ବିରାଟ କୋହଲି ହୋଇଥିଲେ। କିନ୍ତୁ କୋହଲି ଆଉଟ୍ ହେବା ପୂର୍ବରୁ ଦଳ ପାଇଁ ଏକ ବଡ଼ ଯୋଗଦାନ ଦେଇଥିଲେ। ସେ ୪୪ଟି ବଲ୍ର ସାମ୍ନା କରି ୮୧ ରନ୍ ସଂଗ୍ରହ କରିଥିଲେ। ଏଥିରେ ୮ଟି ଚୌକା ଏବଂ ୪ଟି ଛକା ସାମିଲ ଥିଲା। ଆୟୋଜକ ବେଙ୍ଗାଲୁରୁ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଗୁଜରାଟ ନିର୍ଦ୍ଧାରିତ ୨୦ ଓଭରରେ ୩ଟି ୱିକେଟ୍ ହରାଇ ୨୦୫ ରନ୍ କରିଛି। ଫଳରେ ବେଙ୍ଗାଲୁରୁକୁ ୨୦୬ ରନ୍ର ବିଜୟ ଲକ୍ଷ୍ୟ ମିଳିଛି। ବେଙ୍ଗାଲୁରୁ ୱିକେଟ ପାଇବାକୁ ବିକଳ ହେଉଥିଲା ବେଳେ ଗୁଜରାଟର ପ୍ରାରମ୍ଭିକ ବ୍ୟାଟର ସାଈସୁଦର୍ଶନ ଏବଂ ଅଧିନାୟକ ଶୁବମନ ଗିଲ୍ ବିସ୍ଫୋରକବ୍ୟାଟିଂ କରିଥିଲେ। ଉଭୟ ବ୍ୟାଟର ପ୍ରଥମ ୱିକେଟ୍ ପାଇଁ ୧୦୦ ରନ୍ର ଭାଗିଦାରୀ କରିଥିଲେ। ଏଥିରୁ ଗିଲ୍ ୩୨ ରନ୍ ବ୍ୟକ୍ତିଗତ ଭାବେ ସ୍କୋର କରିଥିଲେ। ସେ ୨୪ଟି ବଲ୍ ଖେଳି ୨ଟି ଚୌକା ଏବଂ ଗୋଟିଏ ଛକା ମାରିଥିଲେ। ବେଙ୍ଗାଲୁରୁ ଦ୍ୱିତୀୟ ୱିକେଟ୍ ଭାବେ ସାଈ ସୁଦର୍ଶନଙ୍କୁ ଆଉଟ୍ କରିଥିଲା। ମାତ୍ର ସୁଦର୍ଶନ ଆଉଟ୍ ହେବା ପୂର୍ବରୁ ଶତକ (୧୦୦ ରନ୍) ହାସଲ କରିଥିଲେ। ସେ ୫୮ଟି ବଲ୍ ସାମ୍ନା କରି ୧୧ଟି ଚୌକା ଏବଂ ୫ଟି ଛକା ମାରିଥିଲେ। ଜୋସ ହେଜଲଉଡୁଙ୍କୁ ବେଙ୍ଗାଲୁରୁ ତୃତୀୟ ୱିକେଟ୍ ଭାବେ ଆଉଟ୍ କରିଥିଲା। ହେଜଲଉଡ ୧୬ଟି ବଲ୍ ଖେଳି ୨ଟି ଚୌକା ଏବଂ ଗୋଟିଏ ଛକା ବଳରେ ୨୫ ରନ୍ ସଂଗ୍ରହ କରିଥିଲେ।
