ନୂଆଦିଲ୍ଲୀ: ଚର୍ଚ୍ଚିତ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ ନିର୍ବାଚନରେ ଆରଏସ୍ଏସ୍ ସଂଲଗ୍ନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି)କେନ୍ଦ୍ରୀୟ ପ୍ୟାନେଲର ଚାରୋଟି ପଦବୀ ମଧ୍ୟରୁ ତିନୋଟିରେ ବିଜୟୀ ହୋଇଛି। ଅନ୍ୟପକ୍ଷରେ, ଏନଏସୟୁଆଇ ଟିକେଟ୍ ପାଇବାରୁ ବଞ୍ଚିତ ହୋଇଥିବା ସ୍ୱାଧୀନ ପ୍ରାର୍ଥୀ ଦୀପାଂଶୁ ଶୋକୀନ୍ ଉପ-ସଭାପତି ପଦ ହାସଲ କରିଛନ୍ତି। କଂଗ୍ରେସ-ସମର୍ôଥତ ଏନଏସୟୁଆଇ କେନ୍ଦ୍ରୀୟ ପ୍ୟାନେଲର କୌଣସି ପଦବୀ ଜିତିବାରେ ବିଫଳ ହୋଇଥିବାବେଳେ ଏବିଭିପି ସଭାପତି, ସମ୍ପାଦକ ଏବଂ ଯୁଗ୍ମ ସମ୍ପାଦକ ପଦବୀ ଅକ୍ତିଆର କରିଛି। ସଭାପତି ପଦ ପାଇଁ ହୋଇଥିବା ପ୍ରତିଦ୍ୱନ୍ଦ୍ୱିତାରେ ଏବିଭିପି ଯଶ୍ ଡାବାସ୍ ୨୪,୫୭୬ ଭୋଟ୍ ପାଇ ଏନଏସୟୁଆଇର ବିଜୟ ଶଙ୍କର ମୀନାଙ୍କୁ ୨,୦୫୩ ଭୋଟ୍ ବ୍ୟବଧାନରେ ପରାସ୍ତ କରିଛନ୍ତି। ଘଝଟଓ ଟିକେଟ୍ ନ ପାଇବା ପରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିଥିବା ଦୀପାଂଶୁ ଶୋକୀନ୍ ୩୦,୬୧୫ ଭୋଟ୍ ପାଇ ଉପ-ସଭାପତି ପଦରେ ବିଜୟୀ ହୋଇଛନ୍ତି। ଯୁଗ୍ମ ସମ୍ପାଦକ ପଦ ପାଇଁ, ସମାଜବାଦୀ ଛାତ୍ର ସଭା ପ୍ରାର୍ଥୀଙ୍କ ୧୫,୭୭୮ ଭୋଟ୍ ତୁଳନାରେ ଏବିଭିପି ପ୍ରାର୍ଥୀ ୧୬,୬୧୫ ଭୋଟ୍ ହାସଲ କରିଛନ୍ତି। ସମ୍ପାଦକ ପଦ ପାଇଁ ହୋଇଥିବା ଲଢ଼େଇରେ ଇଈଠଚ ପ୍ରାର୍ଥୀ ୨୧,୬୫୦ ଭୋଟ୍ ପାଇଥିବାବେଳେ ଘଝଟଓ ପ୍ରାର୍ଥୀ ୧୪,୮୬୯ ଭୋଟ୍ ପାଇଛନ୍ତି। ଗତ ବର୍ଷ ଏବିଭିପି ସଭାପତି, ସମ୍ପାଦକ ଏବଂ ଯୁଗ୍ମ ସମ୍ପାଦକ ପଦବୀ ଜିତିଥିବାବେଳେ ନଏସୟୁଆଇ ଉପ-ସଭାପତି ପଦ ହାସଲ କରିଥିଲା।
