ବ୍ରହ୍ମପୁର:ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ଦୁଇଟି ପୃଥକ ମାମଲାରେ ୫୬ କିଲୋ ଗଞ୍ଜେଇ ଜବତ କରାଯାଇଛି। ଏହାସହ ଗୋଟିଏ କାର୍, ଗୋଟିଏ ସ୍କୁଟି ଓ ୩ଟି ମୋବାଇଲ ଫୋନ୍ ଜବତ ହୋଇଛି। ଏହି ୨ଟି ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଅନ୍ତର୍ଗତ ଡୁଗୁଡ଼ି-ବି ଗ୍ରାମର କାଳିଆ କହଁର(୨୫), ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲା ଜିଆଗଞ୍ଜ ଥାନା ଅନ୍ତର୍ଗତ ଆଜିମଗଞ୍ଜ ମିନି ବଜାରର ଦୀପକ ମଣ୍ଡଳ (୨୨) ଏବଂ ଆଜିମଗଞ୍ଜ ଅଞ୍ଚଳର କୌଶିକ କର୍ମକାର (୨୦) । ସୂଚନାଯୋଗ୍ୟ ଯେ, ଅବକାରୀ ଟିମ୍ ଆଜି ପ୍ରଥମେ ଜଗଦଳପୁର ଛକ ନିକଟରେ ଚଢ଼ଉ ଅଭିଯୁକ୍ତ ଅଜିତ ମଲ୍ଲିକ (୨୫)ଙ୍କୁ ଗିରଫ କରି ତାଙ୍କ ନିକଟରୁ ୬ କିଲୋ ଗଞ୍ଜେଇ ଜବତ କରିଥିବା ବେଳେ ଅନ୍ୟତମ ଅଭିଯୁକ୍ତ ରାଜା ଦିଗାଲ ଘଟଣା ସ୍ଥଳରୁ ଚମ୍ପଟ ମାରିବାରେ ସଫଳ ହୋଇଥିଲ।। ଅନ୍ୟ ଏକ ଘଟଣାରେ ଆଙ୍କୁଶପୁର ଛକ ନିକଟରେ ଚଢ଼ଉ କରାଯାଇ ୫୦ କିଲୋ ଗଞ୍ଜେଇ ଜବତ କରିଥିଲା ଅବକାରୀ ।
