ଯୋଡ଼ା: କେନ୍ଦୁଝର ଜିଲ୍ଳା ଆବକାରୀ ଅଧିକ୍ଷକ ଙ୍କ ନିର୍ଦେଶ କ୍ରମେ ଯୋଡ଼ା ଅବକାରୀ ନିରୀକ୍ଷକ ଶୁଭ୍ରମ ବିଶ୍ୱାଳ ଙ୍କ ନେତୃତ୍ୱ ରେ ବନ୍ଧୁଆବେଡ଼ା, କୁନ୍ଦୁରନାଳା ଓ ହନୁମାନ ହଟିଂ ଅଞ୍ଚଳରେ ଚଢ଼ାଉ କରାଯାଇଛି। ଚଢ଼ାଉ ସମୟରେ ପ୍ରାୟ ୨୦୦୦ ଲିଟର ଅବୈଧ ଭାବେ ପ୍ରସ୍ତୁତ ଦେଶୀ ମଦ ଏବଂ ପ୍ରାୟ ୧୫,୦୦୦ କେଜି ପୋଚ ଜବତ କରାଯାଇଥିବା ସୂଚନା ମିଳିଛି। ଅବକାରୀ ବିଭାଗ ପକ୍ଷରୁ ଜବତ ପୋଚକୁ ନଷ୍ଟ କରାଯିବା ସହ ଅବୈଧ ମଦ ପ୍ରସ୍ତୁତି ବିରୋଧରେ ଆଇନଗତ ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି। ଯୋଡ଼ା ଅବକାରୀ ଅଧୀନ ଅଞ୍ଚଳରେ ଅବୈଧ ମଦ ପ୍ରସ୍ତୁତି ଓ ବିକ୍ରି ରୋକିବା ପାଇଁ ଏଭଳି ଚଢ଼ାଉ ଜାରି ରହିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ୍ୱିଭାଗ ତାରଫରୁ ଚଢ଼ାଉ ଜାରି ରହିଲେ ଚୋରା କାରବାର ବହୁ ମାତ୍ରାରେ ପ୍ରଭାବିତ ହୁଅନ୍ତିା।
