ଜଗତସିଂହପୁର: ଜଗତସିଂହପୁର ଥାନା ଅନ୍ତର୍ଗତ ସୋମନାଥ ହାଟ ବଜାର ରୁ ଜଣେ ନିଶା ମାଫିଆଙ୍କୁ ଗିରଫ କରିଛି ଜଗତସିଂହପୁର ଅବକାରୀ ଭ୍ରାମ୍ୟମାଣ ସଂସ୍ଥା। ଯାଞ୍ଚ ପରେ ତାଙ୍କ ପାଖରୁ ୩୯ ଗ୍ରାମର ହେରୋଇନ୍, ଏକ ଆଣ୍ଡ୍ରଏଡ ଫୋନ ଏବଂ ଏକ ବଜାଜ୍ ସିଟି ହଣ୍ଡ୍ରେଡ଼ ମୋଟରସାଇକେଲ (ନଂ- ଓଡ଼ି-୨୧-ଟି-୨୭୩୫) ଜବତ କରାଯାଇଛି। ସୂଚନାଯୋଗ୍ଯ ଯେ ଏରସମା ଥାନା ସୁନାଡିଆକନ୍ଧା ଗ୍ରାମର ବାବାଜୀ ଚରଣ ଦାସ ଦୀର୍ଘ ଦିନ ଧରି ଜଗତସିଂହପୁର ଅଞ୍ଚଳରେ ହେରୋଇନ୍ ବେପାର କରୁଥିବା ବେଳେ ତାକୁ ଧରିବା ପାଇଁ ଅବକାରୀ ବିଭାଗ ବହୁବାର ଜାଲ ବିଛାଇ ଥିଲା। ସବୁଥର ଭଳି ଅବକାରୀ ବିଭାଗକୁ ଚକମା ଦେଇ ଖସିଯାଉଥିବାବେଳେ ଅନେକ କସରତ୍ ପରେ ଆଜି କିନ୍ତୁ ତାଙ୍କୁ ଅବକାରୀ ବିଭାଗ କାବୁ କରିନେଇଥିଲା। ଏକ ଗୁଇନ୍ଦା ଖବର କୁ ଭିତ୍ତି କରି ବାବାଜୀ ଙ୍କ ସର୍ମ୍ପକରେ ତଥ୍ଯ ବାହାର କରିଥିଲେ ଇନ୍ସପେକ୍ଟର ପ୍ରଭାସ କୁମାର ଚୌଧୁରୀ। ଗ୍ରାହକଙ୍କୁ ବିକ୍ରି କରିବା ପାଇଁ ସେ ଆଜି ପୁଣି ହେରୋଇନ ଆଣି ହାଟବଜାର କୁ ଆଣିଥିବାର ସୂଚନା ପାଇବା ପରେ ଜଗତସିଂହପୁର ଅବକାରୀ ଭ୍ରାମ୍ୟମାଣ ସଂସ୍ଥାର ସବ୍-ଇନ୍ସପେକ୍ଟର ଭାଗ୍ୟଲକ୍ଷ୍ମୀ ଦଳାଇ, ଏ ଏସ୍ ଆଇ କ୍ଷୀରୋଦ କୁମାର ସାହୁ, କନଷ୍ଟେବଳ ବିଶ୍ୱନାଥ ମୁଣ୍ଡା, ଶୁଭଶ୍ରୀ ବିଶ୍ୱାଳ, ସୁକାନ୍ତ ମାଝୀ, ବିଶ୍ୱରଞ୍ଜନ ସ୍ୱାଇଁ, ଙ୍କୁ ନେଇ ଏକ ଟିମ ଗଠନ ହୋଇଥିଲା ଯାହାର ନେତୃତ୍ୱ ନେଇଥିଲେ ଇନ୍ସପେକ୍ଟର ପ୍ରଭାସ କୁମାର ଚୌଧୁରୀ।

ସୋମନାଥ ହାଟବଜାର ଠାରେ ଆଜି ସେ ଗ୍ରାହକଙ୍କୁ ହେରୋଇନ ବିକ୍ରି କରୁଥିବା ବେଳେ ଗ୍ରାହକ ବେଶରେ ଅଭିଯୁକ୍ତଙ୍କୁ କାବୁ କରିନେଇଥିଲେ ଜଗତସିଂହପୁର ଅବକାରୀ ଭ୍ରାମ୍ୟମାଣ ସଂସ୍ଥାର କର୍ମଚାରୀ। ଗିରଫ ଅଭିଯୁକ୍ତ ଜଣକ ହେଲେ ସୁନାଡିଆକନ୍ଧା ଗ୍ରାମର ବାବାଜୀ ଚରଣ ଦାସ (୪୪)। ଜବତ ସାମଗ୍ରୀର ଆନୁମାନିକ କଳାବଜାରୀ ମୂଲ୍ଯ ପ୍ରାୟ ୪ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ। ଅଭିଯୁକ୍ତଙ୍କ ବିରୁଦ୍ଧରେ ଏନ୍ ଡି ପି ଏସ୍ ଆକ୍ଟ ୧୯୮୫ ଅନୁସାରେ ଜିଲ୍ଲା ଭ୍ରାମ୍ୟମାଣ ସଂସ୍ଥାର କେସ୍ ସଂଖ୍ୟା ୧୬୪?୨୦୨୬-୨୭ ରେ ମାମଲା ରୁଜ୍ଜୁ କରାଯାଇ ଜିଲ୍ଲା ଦୌରାଜଜ ଜଗତସିଂହପୁରଙ୍କ ନିକଟରେ ହାଜର କରାଯାଇଥିବା ବେଳେ ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର କରି ୧୪ଦିନିଆ ବିଚାର ବିଭାଗୀୟ ହାଜତ୍ କୁ ପଠାଯାଇଛି। ସେହିପରି ଅନ୍ୟ ଏକ ଘଟଣାକ୍ରମେ ତିର୍ତ୍ତୋଲ ଅବକାରୀ ଥାନାର ସବ୍ଇନ୍ସପେକ୍ଟର ରବି ବେହେରାଙ୍କ ନେତୃତ୍ୱ ରେ କନଷ୍ଟେବଳ ଦିନବନ୍ଧୁ ସେଠୀ, ବର୍ଷାରାଣୀ ଖୁଣ୍ଟିଆ ପ୍ରମୁଖଙ୍କୁ ନେଇ ଗଠିତ ଟିମ୍ କ୍ରିଷ୍ଣାନନ୍ଦପୁର ଥାନାର କ୍ରିଷ୍ଣାନନ୍ଦପୁର ଗ୍ରାମରେ ଚଢ଼ଉ କରି ୨୦ ଲିଟର ବିଦେଶୀମଦ ଓ ୨୫ ଲିଟର ଦେଶୀମଦ ଜବତ କରିବା ସହ ସେହି ଗ୍ରାମର ବସନ୍ତ କୁମାର ବେହେରା ଙ୍କୁ ଓଡିଶା ଅବକାରୀ ଆଇନ ୨୦୦୮ ଅନୁସାରେ ତିର୍ତ୍ତୋଲ ଅବକାରୀ ଥାନା କେସ୍ ସଂଖ୍ୟା ୭୦?୨୦୨୬-୨୭ରେ ମାମଲା ଋଜୁ କରି ଗିରଫ କରିବା ସହ ତିର୍ତ୍ତୋଲ ଜେ ଏମ୍ ଏଫ୍ ସି ଙ୍କ ଅଦାଲତ କୁ ଚାଲଣ କରିଛନ୍ତି। ଜଗତସିଂହପୁର ଅଞ୍ଚଳରେ ହେରୋଇନ୍ ବ୍ୟବସାୟ କୁ ଦମନ କରିବାକୁ ସ୍ୱତନ୍ତ୍ର ଅପରେସନ୍ ଚାଲିଥିବାର ପ୍ରକାଶ କରିଛନ୍ତି ଜଗତସିଂହପୁର ଅବକାରୀ ଅଧିକ୍ଷିକା ଅନିତା ପ୍ରଧାନ ଓ ହେରୋଇନ ବେପାର ସହ ଜଡିତ ତଥା ସିଣ୍ଡିକେଟ ର ମାଷ୍ଟରମାଇଣ୍ଡ କୁ ଜେଲ୍ ରେ ପୁରାଇବାକୁ ଜଗତସିଂହପୁର ଅବକାରୀ ବିଭାଗ ଉଦ୍ୟମ ରତ ଥିବାର ସେ କହିଛନ୍ତି।
