ରାଜନଗର: ରାଜନଗର ବ୍ଲକ ବ୍ରାହ୍ମଣସାହି ପଞ୍ଚାୟତ ଗୋବର୍ଦ୍ଧନପୁର ଗ୍ରାମରେ ଶୁକ୍ରବାର ମଧ୍ୟାହ୍ନ ସମୟରେ ବଜ୍ରପାତ ଘଟି ୪ ଜଣ ଆହତ ହୋଇଥିବା ଜଣାପଡିଛି। ମଧ୍ୟାହ୍ନ ସମୟରେ ବର୍ଷା ହେବା ସହ ଘନ ଘନ ବଜ୍ରପାତ୍ର ହୋଇଥିଲା। ଏହି ସମୟରେ ଘର ପିଣ୍ଡାରେ ପ୍ରକାଶ ହାତିଙ୍କ ସ୍ତ୍ରୀ ସରସ୍ୱତୀ ହାତୀ (୩୫), ପରେଶ ଦାସଙ୍କ ଝିଅ ଲିପିକା ଦାସ (୧୨), ଅଶୋକ ହାତୀଙ୍କ ଝିଅ ଅର୍ପିତା ପ୍ରିୟଦର୍ଶିନୀ ହାତୀ (୧୭), ପ୍ରକାଶ ହାତୀଙ୍କ ଝିଅ ଈଶାନୀ ହାତୀ (୫) ବସିଥିଲେ।ଘର ନିକଟରେ ଥିବା ଶୌଚାଳୟ ଟାଙ୍କି ଉପରେ ବଜ୍ରପାତ ହୋଇଥିଲା।ଫଳରେ ପ୍ରଚଣ୍ଡ ଶବ୍ଦ ଓ ବିଦ୍ୟୁତ୍ ପ୍ରବାହର ଝଟକା ଯୋଗୁଁ ଚାରି ଜଣ ଆହତ ହୋଇଥିଲେ। ପରିବାର ଲୋକେ ସେମାନଙ୍କୁ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ଚିକିତ୍ସା ପରେ ତିନି ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଲିପିକାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିବା ଜଣା ପଡ଼ିଛି।
