ବାଲିଅନ୍ତା/ଭୁବନେଶ୍ୱର : ଗେହ୍ଲାମଣି ପ୍ରହଲ୍ଲାଦ ସ୍ମୃତି ସାରସ୍ୱତ ମଞ୍ଚର ନୂତନ କର୍ମକର୍ତ୍ତା ନିର୍ବାଚନ ଓ ମଞ୍ଚର ୧୦ତମ ବାର୍ଷିକୋତ୍ସବ ପ୍ରସ୍ତୁତ ସଭା ବରିଷ୍ଠ ସୁନାମଧନ୍ୟ ଶିଶୁ ସାହିତ୍ୟିକ ଶ୍ରୀଯୁକ୍ତ ରଘୁନନ୍ଦନ ମହାପାତ୍ର ଙ୍କ ଆହ୍ୱାନ କ୍ରମେ ରବୀନ୍ଦ୍ର କୁମାର ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମଞ୍ଚର ନୂତନ କର୍ମକର୍ତ୍ତା ଯଥାକ୍ରମେ ପ୍ରମୁଖ ଉପଦେଷ୍ଟା ରଘୁନନ୍ଦନ ମହାପାତ୍ର, ଉପଦେଷ୍ଟା ପରମାନନ୍ଦ ମହାପାତ୍ର, ଉପେନ୍ଦ୍ର ନାଥ ମହାପାତ୍ର, ସଭାପତି ରବୀନ୍ଦ୍ର କୁମାର ମହାପାତ୍ର, ଉପସଭାପତି ଷଷ୍ଠୀ ପ୍ରସାଦ ମହାରଣା, ସଂପାଦକ ଲୋକନାଥ ମାହାରୀ ଓ ସଂଗଠକ ସଂପାଦକ ଭାବେ ସୁଦର୍ଶନ ଜେନା ନିର୍ବାଚିତ ହୋଇଛନ୍ତି। ପୂର୍ବରୁ ମନୋନୀତ ହୋଇଥିବା ବରିଷ୍ଠ,, ଯୁବ,ଓ କୁନି ପ୍ରତିଭା ଯଥାକ୍ରମେ ରଘୁନନ୍ଦନ ମହାପାତ୍ର ଆଜୀବନ ସାହିତ୍ୟ ସାଧକ ସେବା, ଲୋକନାଥ ମାହାରୀ ଯୁବ ବିପ୍ଲବୀ ସାହିତ୍ୟ ସେବା ଓ ଅଂଶୁକ୍ ପଣ୍ଡା କୁନି ଚିତ୍ରଶିଳ୍ପୀ ପ୍ରତିଭା ଭାବେ ଆଗାମୀ ବାର୍ଷିକୋତ୍ସବ ରେ ଗେହ୍ଲାମଣି ପ୍ରହଲ୍ଲାଦ ସ୍ମୃତି ସାରସ୍ୱତ ମଞ୍ଚ ୨୦୨୬ପ୍ରତିଭା ସମ୍ମାନରେ ସମ୍ମାନିତ କରାଯିବା ପାଇଁ ଉକ୍ତ ସଭାରେ ଗୃହୀତ ହୋଇଯାଇଛି।
