ଭଞ୍ଜନଗର: ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଏବଂ ଭଞ୍ଜନଗର ଓ ଗାଙ୍ଗପୁର ପୋଲିସ ମିଳିତ ଭାବେ ବେଆଇନ କରତକଳ ଉପରେ ଚଢ଼ାଉ କରିଛନ୍ତି । ବୁଧବାର ବିଳମ୍ବିତ ରାତିରେ ଗାଙ୍ଗପୁର ଥାନା ଅନ୍ତର୍ଗତ ସିଆରିମାଳରେ ଚାଲିଥିବା ଏକ ବେନିୟମ କରତକଳ ଉପରେ ପୋଲିସ ଚଢାଉ କରିଥିଲା। ଏହି ସମୟରେ ବନ ବିଭାଗ ଏବଂ ପୋଲିସ କାଠ ମିଲରୁ ବିପୁଳ ପରିମାଣର ଶାଗୁଆନ ସମେତ ଅନ୍ୟାନ୍ୟ କାଠ ଜବତ କରିଛି । ଏଥିସହ ପ୍ରାୟ ୭ ଲକ୍ଷ ଟଙ୍କାର ଏକ କାଠ ମିଲକୁ ମଧ୍ଯ ଜବତ କରିଛି ।ଏହି ଘଟଣାରେ ଗାଙ୍ଗପୁର ପୋଲିସ ଦ୍ୱାରା ଲମ୍ବୁ ତାରିଣୀଙ୍କୁ ଗିରଫ କରାଯାଇଛି । ତାଙ୍କ ଠାରୁ ୩ ମାଉଜର ସହ ୩ ଟି ଜୀବନ୍ତ ଗୁଳି ଜବତ ହୋଇଛି । ଗିରଫ ଲମ୍ବୁ ନାମରେ ଜିଲା ତଥା ଜିଲା ବାହାରେ ବହୁ ଥାନା ରହିଛି ବହୁ ମାମଲା।

ଲମ୍ବୁକୁ ବହୁ ବର୍ଷ ପୂର୍ବେ ପୋଲିସ ଏନକାଉଣ୍ଟର କରି ଗିରଫ କରିଥିଲା। ଏହାପରେ ସେ ଜାମିନରେ ଆସି ଗ୍ରାମରେ ରହୁଥିଲେ । ଏହି ସମୟରେ ପୋଲିସ ଏବଂ ବନ ବିଭାଗ ବୁଧବାର ରାତିରେ ଲମ୍ବୁଙ୍କୁ ଗିରଫ କରିଛି।ଗୁରୁବାର ଲମ୍ବୁଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏହି ଚଢାଉରେ ବନ ବିଭାଗ ଏବଂ ପୋଲିସ ବିଭାଗର ବହୁ କର୍ମଚାରୀ ସାମିଲ ଥିଲେ । ଘଟଣାରୁ ପ୍ରକାଶ ଯେ ଲମ୍ବୁ ନିଜ ଫାର୍ମ ହାଉସରେ ବହୁଦିନ ହେବ ବେନିୟମ ଭାବେ କରତକଳ ଚଳାଇଥିବା ପୋଲିସ ଏବଂ ବନ ବିଭାଗ ପାଖରେ ଅଭିଯୋଗ ହୋଇଥିଲା। ତେଣୁ ପୋଲିସ ଏବଂ ବନ ବିଭାଗ ପକ୍ଷରୁ ଗତକାଲି ରାତିରେ ମିଳିତ ଭାବେ ଲମ୍ବୁଙ୍କ ଫାର୍ମ ହାଉସରେ ଚଢାଉ କରାଯାଇଥିଲା ।ଏହି ଚଢ଼ାଉରେ ଡିଏଫଓ ହିମାଂଶୁ ଶେଖର ମହାନ୍ତି, କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀ ପୃଥିବୀ ରାଜ ପ୍ରଧାନ, ତାରସିଂ ରେଞ୍ଜର ପ୍ରଶାନ୍ତ ବେହେରା, ମୁଜାଗଡ ରେଞ୍ଜର ବିମ୍ବାଧର ସାହୁ, ଭଞ୍ଜନର ଆଇଆଇସି ଜୀବନାନନ୍ଦ ଜେନା ଗାଙ୍ଗପୁର ଆଇଆଇସି ପ୍ରମୁଖ ସାମିଲ ଥିଲେ ।
