ପୁରୀ: ପୁରୀ ଜିଲ୍ଲାସ୍ତରୀୟ କବି ଜୟଦେବ ଜୟନ୍ତୀ ସମାରୋହ ସଂସ୍କୃତି ଭ୍ୱନ ଠାରେ ବୁଧବାର ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡିଆ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡ ସତ୍ୟ ନାରାୟଣ ଆଚାର୍ଯ୍ୟ ଭକ୍ତକବି ଜୟଦେବ ଆମ ଜାତିର ଚିର ନମସ୍ୟ ବୋଲି କହିଥିଲେ।ତାଙ୍କ ରଚିତ ମଧୁର କୋମଳ କାନ୍ତ ପଦାବଳୀ ଗୀତଗୋବିନ୍ଦ ର ପଟାନ୍ତର ନାହିଁ।ଯେଉଁ ଗୀତ ମହାପ୍ରଭୁଙ୍କ ର ପ୍ରିୟ ଓ ଯାହାକୁ ଶୁଣିଲେ ମହାପ୍ରଭୁ ନିଦ୍ରା ଯାଆନ୍ତି ତା ସମ ଆଉ ସୃଷ୍ଟି ନାହିଁ ବୋଲି କହିବା ସହ ଜୟଦେବ ଙ୍କ ପାଇଁ ଆମେ ସବୁ ଧନ୍ୟ ବୋଲି କହିଥିଲେ।ଶ୍ରୀଜୟଦେବ ଫାଉଣ୍ଡେସନ, ଓଡ଼ିଶାର ସମ୍ପାଦକ ପ୍ରଫୁଲ୍ଲ ତ୍ରିପାଠୀ ସରକାର ୧୯୯୧ ମସିହା ଠାରୁ ଜୟଦେବ ଜୟନ୍ତୀ ପାଳନ କରିବା ସହ ଜୟଦେବ ଙ୍କ ନାମରେ ଏକ ନିର୍ବାଚନ ମଣ୍ଡଳୀ ମଧ୍ୟ କରାଯାଇଛି।ଅନେକ ପୁସ୍ତକ ପ୍ରକାଶନ ମାଧ୍ୟମରେ ଜୟଦେବ ଓଡ଼ିଶାର ବୋଲି ପ୍ରମାଣିତ କରାଯାଇ ପାରିଛି ବୋଲି କହିଥିଲେ।ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ଏଥିରେ ଅଧ୍ୟକ୍ଷତା କରିବା ସହ ସମସ୍ତ ଙ୍କୁ ସ୍ୱାଗତ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଓଡିଆ ଭାଷା ପ୍ରତିଷ୍ଠାନ ର ପ୍ରାକ୍ତନ ନିର୍ଦ୍ଦେଶକ ପ୍ରଫେସର କୈଳାସ ଚନ୍ଦ୍ର ଟୀକାୟତରାୟ,ପ୍ରାକ୍ତନ ସଂସ୍କୃତି ସହ ନିର୍ଦ୍ଦେଶକ ପ୍ରଫୁଲ୍ଲ କୁମାର ସାମନ୍ତରାୟ,ଓଡିଶା ସଙ୍ଗୀତ ନାଟକ ଏକାଡେମୀ ସଦସ୍ୟ ବଦ୍ରି ମିଶ୍ର, ଶ୍ରୀ ଜୟଦେବ ଫାଉଣ୍ଡେସନ ପୁରୀ ବ୍ରାଞ୍ଚ୍ ର ସଦସ୍ୟ ଅନାମ ଚନ୍ଦ୍ର ସାହୁ, ଚକ୍ରଧର ମହାପାତ୍ର ପ୍ରମୁଖ ଯୋଗ ଦେଇ କବି ଜୟଦେବ ଙ୍କ ଜୀବନୀ,ମହାପ୍ରଭୁଙ୍କ ପ୍ରତି ତାଙ୍କର ଭକ୍ତି, ସମର୍ପଣ ଓ ଗୀତ ଗୋବିନ୍ଦ ରଚନା ସମ୍ପର୍କରେ ଆଲୋକପାତ କରିଥିଲେ।ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମକୁ ଜିଲ୍ଲା କଳା ସଂସ୍କୃତି ସଂଘର ଉପ ସଭାପତି ବସନ୍ତ କୁମାର ପ୍ରଧାନ ସଞ୍ଚାଳନକରିଥିଲେ।ଏହି ଅବସରରେ ଜୟଦେବ ଙ୍କ ଜୟନ୍ତୀ ଠାରୁ ଜୟଦେବ ପୀଠ ରୁ ଆରମ୍ଭ ହୋଇଥିବା ସଂକୀର୍ତ୍ତନ ମଣ୍ଡଳୀସଂସ୍କୃତି ଭବନରେ ପହଞ୍ଚି କଳା ପରିବେଷଣ କରିଥିଲେ। ଏହାପରେ ସାଂସ୍କୃତିକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।
