ବାଲିଚନ୍ଦ୍ରପୁର : ଯାଜପୁର ଜିଲା ବାଲିଚନ୍ଦ୍ରପୁର ଷ୍ଟେଟ ବ୍ୟାଙ୍କ ର କ୍ୟାସିୟର ପ୍ରଶାନ୍ତ କୁମାର ମଲ୍ଲିକ ଙ୍କୁ ବୁଧବାର ଅର୍ଥନୈତିକ ଅପରାଧ ଶାଖା ଗିରଫ କରିଛି। ସେ ବାଲିଚନ୍ଦ୍ରପୁର ଷ୍ଟେଟ ବ୍ୟାଙ୍କ ରେ ଥିବା ବେଳେ ୫ କୋଟି ୨୧ ଲକ୍ଷ ୪୨ ହଜାର ଟଙ୍କା ହେରଫେର କରିଥିବା ନେଇ ଅଭିଯୋଗ ହୋଇଥିଲା। ବ୍ୟାଙ୍କ ରେ ୧୦୬ ଟି ସୁନା ଋଣ ଠକେଇ କରି ଟଙ୍କା ଉଠାଇ ନେଇଥିଲେ। ନକଲି ସୁନା ବନ୍ଧକ ରଖି ଏହି ଟଙ୍କା ଉଠାଣ କରିଥିଲେ। ତାଙ୍କ ନିକଟ ରୁ ମୋବାଇଲ ଫୋନ, ବ୍ୟାଙ୍କ ପାସ ବୁକ, କ୍ରେଡିଟ କାର୍ଡ, ଏବଂ କିଛି କାଗଜ ପତ୍ର ଜବତ କରା ଯାଇଛି। ସୂଚନା ଅନୁଯାୟୀ ଯେତେବେଳେ ପ୍ରଶାନ୍ତ କୁ ସୁନା ଋଣ ସମ୍ବନ୍ଧୀୟ କାଗଜ ପତ୍ର ଯାଞ୍ଚ କରିବାକୁ କୁହାଗଲା ସେ ସେହି ଜୁଲାଇ ୧୪ ତାରିଖ ରୁ ଆଉ ବ୍ୟାଙ୍କ କୁ ଆସିଲେ ନାହିଁ। କିମ୍ବା କୌଣସି କାଗଜ ପତ୍ର ଦେଖାଇଲେ ନାହିଁ। କୌଣସି ସୂଚନା ନ ଦେଇ ସେ ଫେରାର ହୋଇ ଗଲେ। ତାଙ୍କ ମୋବାଇଲ ସୁଇଚ ଅପ ଦେଖାଇଲା। ବାଲିଚନ୍ଦ୍ରପୁର ଷ୍ଟେଟ ବ୍ୟାଙ୍କ ର ମୁଖ୍ୟ ପରିଚାଳକ ସଞ୍ଜିତା ମହାରଣା ବାଲିଚନ୍ଦ୍ରପୁର ଥାନା ରେ ନିଖୋଜ ଥିବା ନେଇ ୧୬ ତାରିଖ ରେ ଅଭିଯୋଗ କରିଥିଲେ। ଉପରିସ୍ଥ ଅଧିକାରୀ ମାନେ ବ୍ୟାଙ୍କ କୁ ଆସି ତଦନ୍ତ ଆରମ୍ଭ କରିଥିଲେ। ତଦନ୍ତ ରେ ସୁନା ଋଣ ପ୍ରଦାନ ରେ ଠକେଇ ହୋଇଥିବା ଜାଣିବାକୁ ମିଳିଥିଲା। ନକଲି ସୁନା ବନ୍ଧକ ରଖି ୧୦୬ ଟି ଋଣ ଉଠାଣ ହୋଇଥିବା ଧରା ପଡ଼ିଥିଲା। ଏ ନେଇ ଷ୍ଟେଟ ବ୍ୟାଙ୍କ ର ଆଞ୍ଚଳିକ ଶାଖା ମହାପ୍ରବନ୍ଧକ ଅର୍ଥନୈତିକ ଅପରାଧ ଶାଖା ରେ ଅଭିଯୋଗ କରିଥିଲେ। ଇ ଓ ଦବ୍ଲ୍ୟୁ ବୁଧବାର ପ୍ରଶାନ୍ତ କୁ ଭୁବନେଶ୍ଵର ରୁ ଗିରଫ କରିଛି। ଏଥି ସହିତ ଏହି ବ୍ୟାଙ୍କ ଠକେଇ ମାମଲାରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ସେ ସମ୍ପର୍କ ରେ ତଦନ୍ତ ଜାରି ରହିବ ବୋଲି ଜଣା ପଡ଼ିଛି। ଏ ସମ୍ପର୍କ ରେ ବାଲିଚନ୍ଦ୍ରପୁର ମୁଖ୍ୟ ଶାଖା ପରିଚଳିକା ଙ୍କୁ ପଚାରିବାରୁ ସେ କୁହନ୍ତି ଏହା ଉପରିସ୍ଥ ଅଧିକାରୀଙ୍କ କାର୍ୟ୍ୟ। ସେମାନେ ଅର୍ଥନୈତିକ ଅପରାଧ ଶାଖା ରେ ଅଭିଯୋଗ କରିଥିଲେ। ଯେଉଁଥିରେ ପ୍ରଶାନ୍ତ ଗିରଫ ହୋଇଛନ୍ତି। ସେମାନେ ଅଧିକ କହିପାରିବେ।
