ନୀଳଗିରି; ପୂଜାରେ ଅଘଟଣ।ପୂଜାରେ ଫୁଲ ତୋଳିବା ହେଲା ।ଛାତରୁ ପଡି ଚାଲିଗଲା ଜୀବନ।ସୂଚନା ମୁତାବକ ନୀଳଗିରି ଏନ୍?ଏସି ୨ ନଂ ୱାର୍ଡ ଘାଟଘରସାହିର ପପୁ ଜେନାଙ୍କ ପୁଅ ଆଦିତ୍ୟ ଭୋର ସମୟରେ ବିଶ୍ୱକର୍ମା ପୂଜା ପାଇଁ ଛାତରେ ଚଢି ଫୁଲ ତୋଳୁଥିଲେ।ହଠାତ୍? କୌଣସି କାରଣ ବସତଃ ଗୋଡ ଖସିଯିବା ସେ ତଳକୁ ଖସି ପଡିଥିଲେ।ପାର୍ଶ୍ୱରେ ଥିବା ସିମେଣ୍ଟ ବାଡର ରଡ୍?ଟି ତାଙ୍କ ପେଟରେ ପଶିଯାଇଥିଲା।ସେ ସାହାସର ସହ ନିଜକୁ ରଡ୍?ରୁ ବାହାର କରି କିଛି ବାଟ ଚାଲିବା ପରେ ଅଚେତ ହୋଇଯାଇଥିଲେ।ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ନୀଳଗିରି ମେଡିକାଲରେ ଭର୍ତ୍ତି କରିଥିଲେ ।ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ଫଳରେ ପରିବାରରେ ଶୋକାକୂଳ ପରିବେଶ ଦେଖିବାକୁ ମିଳିଛି।ଆଦିତ୍ୟ ସରକାରୀ ହାଇସ୍କୁଲରେ ନବମ ଶ୍ରେଣୀରେ ପଢୁଥିଲେ।
