ଭଂଜନଗର: ଭଂଜନଗର ଅବକାରୀ ବିଭାଗ ପକ୍ଷରୁ ଗୋଟିଏ ଦିନରେ ଗଞ୍ଜେଇ ସହ ବେଆଇନ୍ ମଦ ଜବତ ହୋଇଛି । ମିଳିଥିବା ସୂଚନା ପ୍ରକାରେ, ଖାରିଗୁଡା ଟୋଲ୍ ଗେଟ୍ ନିକଟରେ ବାଇକ୍ ରେ ଚାଲାଣ ହେଉଥିବା ବେଳେ ଘଟଣା ସ୍ଥଳରେ ଚଢ଼ାଉ କରି, ୨୫ କିଲୋ ଗଞ୍ଜେଇ ଜବତ କରାଯାଇଥିଲା । ଏଥିରେ ସଂପୃକ୍ତ ପଶ୍ଚିମବଙ୍ଗର ହାଇଦର ଶୈଖ୍ ନାମକ ଜଣେ ବ୍ୟକ୍ତିକୁ ଗିରଫ କରିବା ସହ, ବାଇକ୍ ଜବତ ହୋଇଥିବା ଅବକାରୀ ଓଆଇସି ୍ୱିଭୂ ପ୍ରସାଦ ସାହୁ ସୂଚନା ଦେଇଛନ୍ତି ।

ଏହାସହ ଭଂଜନଗର ନିକଟ ନାହାତୁଠ ସାହି, ଜାମପଲ୍ଲୀ ଛକ ଏବଂ ବାଲିକାଶି ଭଳି ତିନୋଟି ଭିନ୍ନ ଭିନ୍ନ ସ୍ଥାନରେ ଚଢ଼ାଉ କରି ୧୧୮ ଲିଟର ବେଆଇନ୍ ଦେଶୀ ମଦ ଜବତ କରିବା ସହ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ଓଆଇସି ଶ୍ରୀ ସାହୁ କହିଛନ୍ତି ।ଗିରଫ ଅଭିଯୁକ୍ତ ମାନେ ପଶ୍ଚିମବଙ୍ଗ ମୁର୍ଶିଦାବାଦ୍ ଜିଲ୍ଲା ମଜୁମପୁରର ମହମ୍ମଦ ହାଇଦର୍ ଶେଖ୍, ଗଞ୍ଜାମ ମ ଜିଲ୍ଲା ଭଞ୍ଜନଗର ନାହାତୋଟା ସାହିର ଡି. ତେଜେଶ୍ୱର ରାଓ, ଡି. ଶୁସାନ୍ତ ଓ ବାଲିସାହିର ରଞ୍ଜନ ନାୟକ ଚଢାଉରେ ଏଏସ ଆଇ ବହୁମୂଲ୍ୟ ପରିଛା ମନେରଞନ ସେଠୀ ନିରଦ୍ରର ଶବର ନଟେଶ୍ୱର ପ୍ରଧାନ ଦିପ୍ନରଞନ ସାହୁ ଭାଗ ନେଇଥିଲେ
