ନୂଆଦିଲ୍ଲୀ: ଦିଲ୍ଲୀର ଜନ୍ତର-ମନ୍ତରକୁ ବିକ୍ଷୋଭ ପାଇଁ ନିର୍ଦ୍ଧାରିତ ସ୍ଥଳର ମାନ୍ୟତାରୁ ହଟାଇବା ପରେ କକ୍ରୋଚ୍ ଜନତା ପାର୍ଟି (ସିଜେପି)ର ନେତାମାନେ କେନ୍ଦ୍ର ସରକାର ଓ ଦିଲ୍ଲୀ ପୋଲିସ ଉପରେ ବର୍ଷିଛନ୍ତି। କର୍ତ୍ତୃପକ୍ଷ ବିକ୍ଷୋଭ ପାଇଁ ତିନୋଟି ବିକଳ୍ପ ସ୍ଥାନ – ରାମଲୀଳା ମୈଦାନ, ବୁରାରି ଗ୍ରାଉଣ୍ଡ ଏବଂ ସିବିଡି ଗ୍ରାଉଣ୍ଡ ନିର୍ଦ୍ଧାରଣ କରିଛନ୍ତି। ଏହି ଘଟଣା ଉପରେ ପ୍ରତିକ୍ରିୟା ରଖି ସିଜେପି ପ୍ରତିଷ୍ଠାତା ଅଭିଜିତ ଦୀପକେ ସରକାରଙ୍କୁ ଟାର୍ଗେଟ୍ କରି ଭୀରୁ ନନ୍ଦୁ ବୋଲି ସମ୍ବୋଧନ କରିଥିଲେ। ଏକ ପୃଥକ ପୋଷ୍ଟରେ ଦୀପକେ କହିଛନ୍ତି ଯେ ଜନ୍ତର-ମନ୍ତର ଆଉ ବିକ୍ଷୋଭ ପାଇଁ ନିର୍ଦ୍ଧାରିତ ସ୍ଥଳ ହୋଇ ରହିନାହିଁ; ସେ ଦାବି କରିଛନ୍ତି ଯେ “ଭୀରୁ ଏକଚ୍ଛତ୍ରବାଦୀ ଶାସକ’ ଏହାକୁ ପୂର୍ବରୁ ଏକ “ଯୁଦ୍ଧକ୍ଷେତ୍ର’ରେ ପରିଣତ କରିସାରିଛନ୍ତି। ମୋଦୀ ସରକାରଙ୍କ ଉପରେ କଠୋର ଆକ୍ରମଣ କରି ଦୀପକେ ଅଭିଯୋଗ କରିଛନ୍ତି ଯେ ଏହି ନିଷ୍ପତ୍ତିର ଲକ୍ଷ୍ୟ ହେଉଛି ବିକ୍ଷୋଭ କରିବାର ଅଧିକାରକୁ ଦବାଇବା। ଆଜି ମୋଦୀ ଜନ୍ତର-ମନ୍ତରରୁ ବିକ୍ଷୋଭ ସ୍ଥଳର ମାନ୍ୟତା ହଟାଇଲେ। ଆସନ୍ତାକାଲି ସେ ଗଣତନ୍ତ୍ରର ମାନ୍ୟତା ମଧ୍ୟ ହଟାଇଦେବେ। ଏକଚ୍ଛତ୍ରବାଦୀ ଶାସକଙ୍କ ସମସ୍ୟା ବିକ୍ଷୋଭ ସ୍ଥଳକୁ ନେଇ ନଥିଲା, ବରଂ ଲୋକଙ୍କ ବିକ୍ଷୋଭ କରିବାର ଧାରଣା ହିଁ ଥିଲା ମୂଳ ସମସ୍ୟା ବୋଲି ବୋଲି ସେ ଲେଖିଛନ୍ତି। ନିଷ୍ପତ୍ତିକୁ ଅଗ୍ରହଣୀୟ କହିଲେ ସିଜେପିର ସହ-ଆବାହକ ସୌରଭ ଦାସ ମଧ୍ୟ ଏହି ପଦକ୍ଷେପକୁ ସମାଲୋଚନା କରି ପ୍ରଶ୍ନ ଉଠାଇଛନ୍ତି ଯେ ଏହି ନିଷ୍ପତ୍ତି ନେବା ପୂର୍ବରୁ ଗୃହ ମନ୍ତ୍ରଣାଳୟ ନାଗରିକ, ସଂଗଠନ କିମ୍ବା ଅନ୍ୟାନ୍ୟ ସମ୍ପୃକ୍ତ ପକ୍ଷଙ୍କ ସହ ପରାମର୍ଶ କରିଥିଲା କି ନାହିଁ। “ଜନ୍ତର-ମନ୍ତର ଭାରତର ଜନସାଧାରଣଙ୍କର ଅଟେ। ଗୃହ ମନ୍ତ୍ରଣାଳୟ କ’ଣ ଭାରତର ଜନସାଧାରଣଙ୍କ ସହ ପରାମର୍ଶ କରିଥିଲା? କୌଣସି ସମ୍ପୃକ୍ତ ପକ୍ଷଙ୍କ ସହ ଆଲୋଚନା କରାଯାଇଥିଲା କି? କୌଣସି ସଂଗଠନ ସହ ପରାମର୍ଶ କରାଯାଇଥି ଦାସ କହିଲେ। ସିଜେପି ନେତା ଆଶୁତୋଷ ରଙ୍କା ଏହି ଘଟଣାକ୍ରମ ଉପରେ ବ୍ୟଙ୍ଗାତ୍ମକ ପ୍ରତିକ୍ରିୟା ଦେଇ ବିକଳ୍ପ ସ୍ଥଳ ଚୟନ ନେଇ ପ୍ରଶ୍ନ ଉଠାଇଛନ୍ତି।
