ଷ୍ଟକ୍ହୋମ: ଷ୍ଟାନ୍ଫୋର୍ଡ ବିଶ୍ୱବିଦ୍ୟାଳୟର ଅର୍ଥଶାସ୍ତ୍ର ପ୍ରଫେସର ରବର୍ଟ ଇ. ହଲ୍ ଏବଂ କଲମ୍ବିଆ ବିଶ୍ୱବିଦ୍ୟାଳୟର “ଜନ୍ ବେଟ୍ସ କ୍ଲାର୍କ ପ୍ରଫେସର ଅଫ୍ ପଲିଟିକାଲ୍ ଇକୋନୋମି’ ମାଇକେଲ୍ ୱୁଡଫୋର୍ଡଙ୍କୁ “ମାକ୍ରୋ-ଇକୋନୋମିକ୍ ଷ୍ଟାବିଲାଇଜେସନ୍’ (ସମଷ୍ଟିଗତ ଅର୍ଥନୈତିକ ସ୍ଥିରତା)ର “ମାଇକ୍ରୋ-ଇକୋନୋମିକ୍’ (ବ୍ୟଷ୍ଟିଗତ ଅର୍ଥନୈତିକ) ଭିତ୍ତିଭୂମି ଉପରେ ସେମାନଙ୍କ କାର୍ଯ୍ୟ ପାଇଁ ଆଲଫ୍ରେଡ୍ ନୋବେଲଙ୍କ ସ୍ମୃତିରେ ଅର୍ଥନୈତିକ ବିଜ୍ଞାନ କ୍ଷେତ୍ରରେ ସ୍ୱେରିଜେସ୍ ରିକ୍ସବ୍ୟାଙ୍କ ପୁରସ୍କାର (ଯାହା ସାଧାରଣତଃ ଅର୍ଥଶାସ୍ତ୍ରରେ ନୋବେଲ୍ ପୁରସ୍କାର ଭାବରେ ଜଣାଶୁଣା) ପ୍ରଦାନ କରାଯାଇଛି।
