ଦେହରାଦୁନ୍: ୨୦୦୬ ମସିହାରେ ସାରା ଦେଶକୁ ସ୍ତବ୍ଧ କରିଦେଇଥିବା ନିଠାରି ହତ୍ୟାକାଣ୍ଡ ସହ ପ୍ରାୟ ଦୁଇ ଦଶନ୍ଧି ଧରି ଜଡ଼ିତ ଥିବା ସୁରେନ୍ଦ୍ର କୋଲି ଶୁକ୍ରବାର ଦିନ ହରିଦ୍ୱାରର ଭୂପତୱାଲା ଅଞ୍ଚଳରେ ଥିବା ଏକ ଚା’ ଦୋକାନ ଭିତରେ ମୃତ ଅବସ୍ଥାରେ ମିଳିଛନ୍ତି। ପୋଲିସ କହିଛି ଯେ ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଛି, ତଥାପି ତାଙ୍କ ମୃତ୍ୟୁର ପରିସ୍ଥିତି ସମ୍ପର୍କରେ ତଦନ୍ତ ଚାଲିଛି। ହରିଦ୍ୱାର ସିଟି କୋତୱାଲି ଥାନା ଅଧୀନ ଲାଲ୍ ମାତା ମନ୍ଦିର ସମ୍ମୁଖରେ ଥିବା ଚା’ ଦୋକାନରୁ କୋଲି (୫୦)ଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ନିଜ ଅଧୀନକୁ ନେଇଥିଲା ଏବଂ ଆଖପାଖର ଲୋକଙ୍କୁ ପଚରାଉଚରା ଆରମ୍ଭ କରିଥିଲା। ପୋଲିସ କୋଲିଙ୍କ ପରିଚୟ ଶଙ୍କୁ ରାମଙ୍କ ପୁଅ ଏବଂ ଉତ୍ତରାଖଣ୍ଡର ଅଲମୋରା ଜିଲ୍ଲା ଅନ୍ତର୍ଗତ ଭିକିୟାସାଇନ୍ ଅଞ୍ଚଳର ମଙ୍ଗରୁଖାଲ ଗ୍ରାମର ବାସିନ୍ଦା ଭାବେ ସ୍ପଷ୍ଟ କରିଛି।
ପୋଲିସ କହିଛି, “ପ୍ରାଥମିକ ଦୃଷ୍ଟିରୁ ଏହା ଆତ୍ମହତ୍ୟା ମାମଲା ବୋଲି ମନେ ହେଉଛି। ତଥାପି, ମୃତ୍ୟୁର କାରଣ ଏବଂ ପରିସ୍ଥିତି ସମ୍ପର୍କରେ ତଦନ୍ତ ଚାଲିଛି। ଏଥିପାଇଁ କୌଣସି ସମ୍ଭାବ୍ୟ କାରଣ ସମ୍ପର୍କରେ ତୁରନ୍ତ କୌଣସି ତଥ୍ୟ ପ୍ରକାଶ କରାଯାଇ ନାହିଁ।

ପ୍ରାଥମିକ ତଦନ୍ତ ଅନୁଯାୟୀ, କୋଲି ଗତ କିଛି ମାସ ଧରି ହରିଦ୍ୱାରରେ ରହୁଥିଲେ ଏବଂ ପୂର୍ବରୁ ରୋଶନାବାଦରେ ସୁରକ୍ଷାକର୍ମୀ ଭାବେ କାର୍ଯ୍ୟ କରୁଥିଲେ। ସେ ଚାରି ଦିନ ପୂର୍ବେ ଭୂପତୱାଲା ଅଞ୍ଚଳକୁ ଆସିଥିଲେ ଏବଂ ସେହି ଚା’ ଦୋକାନ ଚଳାଇବା ଆରମ୍ଭ କରିଥିଲେ ଯେଉଁଠାରେ ତାଙ୍କ ମୃତଦେହ ମିଳିଥିଲା। ତଦନ୍ତକାରୀ ଅଧିକାରୀମାନେ ବର୍ତ୍ତମାନ ତାଙ୍କ ପରିଚିତ ବ୍ୟକ୍ତି, ଚଳପ୍ରଚଳ ଏବଂ ନିକଟ ଅତୀତର କାର୍ଯ୍ୟକଳାପ ବିଷୟରେ ତଥ୍ୟ ସଂଗ୍ରହ କରୁଛନ୍ତି। କୋଲି ନୋଏଡାର ସେକ୍ଟର ୩୧ ସ୍ଥିତ ବ୍ୟବସାୟୀ ମୋନିନ୍ଦର ସିଂହ ପାନ୍ଧେରଙ୍କ ଘରେ ଘରୋଇ ସହାୟକ ଭାବେ କାମ କ ତଥାପି, କୋଲିଙ୍କୁ ଆଇନଗତ ମୁକ୍ତି ମିଳିବା ପୂର୍ବରୁ ତାଙ୍କ ପରିବାରକୁ ବର୍ଷ ବର୍ଷ ଧରି ସାମାଜିକ ବାସନ୍ଦର ସାମ୍ନା କରିବାକୁ ପଡ଼ିଥିଲା। ତାଙ୍କ ମା’ କୁନ୍ତୀ ଦେବୀଙ୍କର ପ୍ରାୟ ତିନି ବର୍ଷ ପୂର୍ବେ ମୃତ୍ୟୁ ହୋଇଥିବା ବେଳେ, ତାଙ୍କ ପତ୍ନୀ ଶାନ୍ତି ଦେବୀ ପ୍ରାୟ ଏକ ଦଶନ୍ଧି ପୂର୍ବେ ନିଜର ଦୁଇ ସନ୍ତାନଙ୍କ ସହ ମଙ୍ଗରୁଖାଲ ଗ୍ରାମ ଛାଡ଼ି ଚାଲିଯାଇଥିଲେ ବୋଲି ଜଣାପଡ଼ିଛି। ଏହି ଅପମାନ ପରିବାର ପାଇଁ ସହ୍ୟ କରିବା କଷ୍ଟକର ଥିଲା। ସେମାନଙ୍କୁ କ୍ରମାଗତ ଭାବେ ଅପମାନର ସାମ୍ନା କରିବାକୁ ପଡ଼ୁଥିଲା ବୋଲି ଜଣେ ସ୍ଥାନୀୟ ବ୍ୟକ୍ତି କହିଛନ୍ତି। ଗ୍ରାମରେ ଥିବା ଏହି ପରିବାରର ପୈତୃକ ଘର ବର୍ତ୍ତମାନ ପରିତ୍ୟକ୍ତ ଓ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି। ୨୦୧୪ ମସିହାରେ, ଯେତେବେଳେ କୋଲିଙ୍କ ଫାଶୀ ଦଣ୍ଡାଦେଶ କାର୍ଯ୍ୟକାରୀ ହେବା ନିଶ୍ଚିତ ବୋଲି ମନେହେଉଥିଲା, ସେତେବେଳେ ପୂର୍ବତନ ଜିଲ୍ଲା ପଞ୍ଚାୟତ ସଦସ୍ୟ ନାରାୟଣ ସିଂହ ରାୱତ ତାଙ୍କୁ ଜରୁରୀ ଆଇନଗତ ସହାୟତା ପାଇବାରେ ସାହାଯ୍ୟ କରିଥିଲେ। ମୁଁ ଓକିଲମାନଙ୍କ ସହ ଯୋଗାଯୋଗ କରିଥିଲି ଏବଂ ରାତି ଅଧରେ କୋର୍ଟ ଖୋଲାଇବାରେ ସଫଳ ହୋଇଥିଲି,’ ବୋଲି ରାୱତ ମନେ ପକାଇ କହିଥିଲେ। ଆମେ ଯୁକ୍ତି ଦର୍ଶାଇଥିଲୁ ଯେ ଗୋଟିଏ ମାମଲାରେ ତାଙ୍କୁ ଫାଶୀ ଦେଲେ ତାହା ଅନ୍ୟ ମାମଲାଗୁଡ଼ିକର ବିଚାର ପ୍ରକ୍ରିୟାକୁ ପ୍ରଭାବିତ କରିପାରେ। କୋର୍ଟ ଏହି ବିଷୟକୁ ବିଚାର କରିବାକୁ ରାଜି ହୋଇଥିଲେ। କୋଲିଙ୍କ ମୃତ୍ୟୁ ସହିତ ଏକ ଦୁଃଖଦ ଅଧ୍ୟାୟର ସମାପ୍ତି ଘଟିଛି; ଏହି ମାମଲା ପୀଡ଼ିତ ପରିବାରବର୍ଗଙ୍କୁ ଆଜି ମଧ୍ୟ ବ୍ୟଥିତ କରୁଛି ଏବଂ ଭାରତର ସବୁଠାରୁ ଚାଞ୍ଚଲ୍ୟକର ଅପରାଧିକ ତଦନ୍ତ ମଧ୍ୟରୁ ଅନ୍ୟତମ ହୋଇ ରହିଛି।
