ଫୁଲବାଣୀ: ଫୁଲବାଣୀ ସହର ର ଅଧିଷ୍ଠାତ୍ରୀ ଦେବୀ ଶ୍ରୀଶ୍ରୀ ଶ୍ରୀ ମାଁ ନାରାୟଣୀ ଠାକୁରାଣୀ ଙ୍କର ଦି ବାର୍ଷିକ ଶତବିଂଶ ତମ ଯାତ୍ରା ୨୦୨୬ ଗତକାଲି ତା ୨୦/୪/୨୦୨୬ ରିଖ ଦିନ ଅକ୍ଷୟ ତୃତୀୟା ତିଥି ଠାରୁ ଯାତ୍ରା ପରିଚାଳନା କମିଟି ସଭାପତି କାବୁଲା ସେନାପତି ଓ ସମ୍ପାଦକ ଏଲ୍ ସଞ୍ଜିତ ପାତ୍ର ଙ୍କ ର ନେତୃତ୍ୱ ରେ ଆରମ୍ଭ ହୋଇଛି। ପ୍ରଥମେ ଯାତ୍ରା ପଡ଼ିଆ ସ୍ଥିତ ଅସ୍ଥାୟୀ ମଣ୍ଡପ ବ୍ରାହ୍ମଣ ମାନଙ୍କ ଦ୍ୱାରା ଯଥା ରୀତି ନିୟମ ଅନୁସାରେ ପ୍ରତିଷ୍ଠା କରାଯାଇଥିଲା। ଯାତ୍ରା ଶୁଭାରମ୍ଭ ଦିବସ ଅପରାହ୍ନ ରେ ଯାତ୍ରା ନିମନ୍ତେ ପାର୍ଶ୍ୱଦେବୀ ମାନଙ୍କୁ ହାଟପଦା ସ୍ଥିତ ଯାତ୍ରା ପଡିଆ ଅସ୍ଥାୟୀ ମଣ୍ଡପ କୁ ଆବାହନ କରାଯାଇଥିଲା। ପ୍ରଥମେ ବାଜା ବାଣ ପଟୁଆର ରେ ସ୍ଥାନୀୟ ଅମଲା ପଡ଼ା ସ୍ଥିତ ମନ୍ଦିର କୁ ସମସ୍ତ ଶ୍ରଦ୍ଧାଳୁ ଓ କର୍ମକର୍ତ୍ତା ଯାଇ ପାର୍ଶ୍ୱ ଦେବୀ ମାଁ ବ୍ରାହ୍ମଣୀ ଦେବୀ ,ଡାକପାଲା ନଦୀ ଖଣ୍ଡି ସାହି ମନ୍ଦିର ରୁ ମାଁ ବ୍ୟାଘ୍ର ଦେବୀ, ଫୁଲବାଣୀ ସାହି ମନ୍ଦିର କୁ ଯାଇ ମାଁ ବରାଳ ଦେବୀ ଙ୍କୁ ଆବାହନ କରି ଯାତ୍ରା ପଡିଆକୁ ଆଣି ଅସ୍ଥାୟୀ ମଣ୍ଡପ ସ୍ଥାପନ କରାଯିବା ସହ ଯାତ୍ରା ପଡିଆ ଠାରୁ ମାଁ ଗ୍ରାମ ଦେବୀ ପିଅନପଡ଼ା ସ୍ଥିତ ଦକ୍ଷିଣ କାଳୀ ମନ୍ଦିର କୁ ଯାଇ ମାଁ ଦକ୍ଷିଣ କାଳୀ ସହ ସମସ୍ତ ପାର୍ଶ୍ୱଦେବୀ ପଞ୍ଚ ଦେବୀ ପଞ୍ଚ ଠାକୁରାଣୀ ଙ୍କୁ ଆବାହନ କରି ଅଣା ଯାଇ ଯାତ୍ରା ପଡ଼ିଆ ସ୍ଥିତ ଅସ୍ଥାୟୀ ମଣ୍ଡପ ରେ ସ୍ଥାପନ କରାଯାଥିଲା। ସେହିପରି ଗତକାଲି ରାତ୍ର ୮ ଘଣ୍ଟା ସମୟରେ ଯାତ୍ରା ପରିଚାଳନା କମିଟି ର ସମସ୍ତ କର୍ମକର୍ତ୍ତା ସଭାପତି ଙ୍କ ନେତୃତ୍ୱରେ ସହର ର ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ମାନେ ବିରାଟ ପଟୁଆର ରେ ଯାତ୍ରା ପଡିଆ ଠାରୁ ବାହାରି ଫୁଲବାଣୀ ଲକ୍ଷ୍ମୀ ମାର୍କେଟ,ଗଣେଶ ମାର୍କେଟ, ମାଦିକୁନ୍ଦା ଛକ ,ନାରାୟଣୀ ଛକ ଦେଇ ସାଲୁଙ୍କି ନଈ କୂଳରେ ଥିବା ମାଁ ନାରାୟଣୀ ଠାକୁରାଣୀ ଙ୍କ ର ମନ୍ଦିର କୁ ଯାଇ ବିଭିନ୍ନ ଧୂପ ଦୀପ ନୈବେଦ୍ୟ ରେ ପୂଜା କରି ଅଧିଷ୍ଠାତ୍ରୀ ଦେବୀ ମାଁ ନାରାୟଣୀ ଠାକୁରାଣୀ ଙ୍କୁ ଆବାହନ କରି ହାଟପଦା ଯାତ୍ରା ପଡିଆ ଅସ୍ଥାୟୀ ପୂଜା ମଣ୍ଡପ କୁ ଅଣା ଯାଇଥିଲା।ସେଠାରେ ମାଁ ନାରାୟଣୀ ଙ୍କ ସହ ପଞ୍ଚ ଦେବୀ ପଞ୍ଚ ଠାକୁରାଣୀ ଙ୍କୁ ସ୍ଥାପନ କରାଯାଇଥିଲା। ମାଁ ଙ୍କ ଆବାହନ ବିଭିନ୍ନ ପଟୁଆର ଶଭାଯାତ୍ରା ସମୟରେ ଫୁଲବାଣୀ ସହର ଜୟ ମାଁ ନାରାୟଣୀ ଓ ହୁଳ ହୁଳୀ ଧ୍ୱନିରେ ପ୍ରକମ୍ପିତ ହେଉଥିଲା। ଆକାଶ ଚୁମ୍ବି ଆତସବାଜି ଶବ୍ଦ ରେ ଏବଂ ବିଭିନ୍ନ ପଟୁଆର ଆକର୍ଷଣ ବାଜା ନାଚ ଗୀତ ରେ ଡିଜେ ଶବ୍ଦ ରେ ଦୁଲୁକି ଉଠିଥିଲା ଫୁଲବାଣୀ ସହର।

ପଟୁଆର ଶୋଭା ଯାତ୍ରା ରେ ମହାରାଷ୍ଟ୍ର ନାସିକ୍ ମହିଳା ମାନଙ୍କର ଢୋଲ ବାଦ୍ୟ ପ୍ରଦର୍ଶନ,ଅଘରି ବାବା ଙ୍କର ଅଗ୍ନି ଉଦ୍ଗିରଣ ନୃତ୍ୟ,ଲୋଟସ ଡ୍ୟାନ୍ସ,ଫିରିଙ୍ଗିଆ ର ଆଦିବାସୀ ଲୋକ ନୃତ୍ୟ, ଆନ୍ଦ୍ରା ଡ୍ୟାନ୍ସ୍ ,ଗୋପାଳ ସମାଜର ଅଗ୍ନି ଓ ଲଉଡ଼ି ଖେଳ ଆଦି ଦର୍ଶକ ଙ୍କ ମନ ଲୋଭା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ମାଁ ନାରାୟଣୀ ଙ୍କ ର ଆବାହନ ଶୋଭାଯାତ୍ରା ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ କନ୍ଧମାଳ ଏସ୍ ପି ହରିଶ ବିଶି ଓ ଜିଲ୍ଲା ପାଳ ବେଦ ଭୂଷଣ ଙ୍କର ନିର୍ଦ୍ଦେଶରେ ଫୁଲବାଣୀ ଆଦର୍ଶ ଟାଉନ ଥାନା ଅଧିକାରୀ ପ୍ରୀୟମ୍ଭରା ପ୍ରଜ୍ଞା କର ଙ୍କ ନେତୃତ୍ୱରେ ଏବଂ ଏସ୍ ଡି ପି ଓ ସଦର ଶୁଭ୍ରଜିତ୍ ବିଶ୍ୱାଳ ଙ୍କର ତତ୍ତ୍ୱାବଧାନ ରେ ବ୍ୟାପକ ପୋଲିସ୍ ଫୋର୍ସ ମୁତୟନ କରାଯାଇଥିଲା ।ତା ୨୦/୪/୨୬ ଠାରୁ ତା ୨୦/୫/୨୬ ରିଖ ପର୍ଯ୍ୟନ୍ତ ଦୀର୍ଘ ଏକ ମାସ ଧରି ଯାତ୍ରା ଅନୁଷ୍ଠିତ ହେବ । ଅତ୍ୟଧିକ ରୁଦ୍ରତାପ ଓ ଅତ୍ୟଧିକ ଜନ ସମାଗମ କୁ ଦୃଷ୍ଟିରେ ରଖି ପାନୀୟ ଜଳର ସୁ ବ୍ୟବସ୍ଥା ଏବଂ ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା କରାଯାଇଛି ବୋଲି ସଭାପତି କାବୁଲା ସେନାପତି ସୂଚନା ଦେଇଛନ୍ତି।ଏହି ଯାତ୍ରା ରେ ବିଭିନ୍ନ ମେଗା ମେଗା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠତ ହେବା ସହ ମୀନା ବଜାର ଆକର୍ଷଣୀୟ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେବ ବୋଲି ବୋଲି ବରିଷ୍ଠ ସାମ୍ବାଦିକ ତଥା ସାଂସ୍କୃତିକ ସମ୍ପାଦକ ଅଶୋକ କୁମାର ମହାନ୍ତି ସୂଚନା ଦେଇଛନ୍ତି ।ଶୋଭାଯାତ୍ରା ସମୟରେ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ,ବିଧାୟକ ଉମା ଚରଣ ମଲ୍ଲିକ,ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ସମରେଶ ମହାନ୍ତି,ବିଡିଓ ସୌମ୍ୟ ରଞ୍ଜନ ପାତ୍ର,ସାଂସଦ ପ୍ରତିନିଧି ଅଜିତ୍ ପଟ୍ଟନାୟକ,ଭଗବାନ ମହାନ୍ତି,ରମେଶ ମହାନ୍ତି,ଜଗନ୍ନାଥ ସାହୁ,ମୁକ୍ତିକାନ୍ତ ମହାନ୍ତି,ପ୍ରୋବଧ ପଣ୍ଡା,ଯାତ୍ରା ଅଧ୍ୟକ୍ଷ ଉପ ଜିଲ୍ଲାପାଳ ଭିକାରୀ ଚରଣ ସାହୁ,ଉପ ସଭାପତି ସୁଜିତ କୁମାର ବେହେରା,ସାଂସ୍କୃତିକ ସମ୍ପାଦକ ଅଶୋକ ମହାନ୍ତି,ସହ ସମ୍ପାଦକ ଅଜିତ୍ ମହାରଣା,ଜୟସେନ୍ ପରିଡ଼ା,ଅର୍ଥ ସମ୍ପାଦକ କମଳ କୁମାର ବେହେରା,କୋଷାଧକ୍ଷ ଅଶୋକ କୁମାର ମେକାପ ପ୍ରମୁଖ କମିଟି ସଦସ୍ୟ ଉପସ୍ଥିତ ଥିଲେ।
