ଚଣ୍ଡିଖୋଲ: ବୈରୀ ଷ୍ଟେଟବ୍ୟାଙ୍କରେ ଡକାୟତି ପାଇଁ ଉଦ୍ୟମ କରୁଥିବା ବେଳେ ବୈରୀ ପୁଲିସ ୫ ଜଣ ଡକାୟତଙ୍କୁ ଗିରଫ କରିବାକୁ ସକ୍ଷମ ହୋଇଥିବା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯାଜପୁର ରୋଡ ଏସଡ଼ିପିଓ ଶରତ ଚନ୍ଦ୍ର ପାତ୍ର । ସୂଚନା ଅନୁସାରେ ଗତ କାଲି ରାତି ପ୍ରାୟ ୧.୨୫ ରେ ଛତିଆ ବିଟ ହାଉସ ଅଧିକାରି ସରୋଜ କୁମାର ବେହେରା ରାତି ପ୍ୟାଟୋଲିଙ୍ଗ କରୁଥିବା ସମୟରେ କୌଣସି ସୂତ୍ରରୁ ଖବର ପାଇଲେ କି ବୈରୀ-ସୋଲର ପୁଲିସ ପ୍ରଶିକ୍ଷଣ କେନ୍ଦ୍ର ପଛ ପଟରେ ଥିବା ଏରସମା ଗାଁ ପଡିଆରେ ୫ ଜଣ ଦୃବୁତ୍ତ ଡକାୟତି କରିବାକୁ ପ୍ରସ୍ତୁତ ହେଉଛନ୍ତି ।ଏହାକୁ ନେଇ ଶ୍ରୀ ବେହେରା ବୈରୀ ଥାନାଧିକାରି ରଂଜିତ ମହାନ୍ତିଙ୍କୁ ଅବଗତ କରିଥିଲେ ଏବଂ ଶ୍ରୀ ମହାନ୍ତିଙ୍କ ନିର୍ଦ୍ଦେଶକ କ୍ରମେ ଛତିଆ ବିଟ ହାଉସ ଅଧିକାରି ଶ୍ରୀ ବେହେରା ତାଙ୍କ ସହିତ ପ୍ୟାଟ୍ରୋଲିଙ୍ଗ କରୁଥିବା କନେଷ୍ଟବଳ ସେକ ରାଜ, ତାପସ କୁମାର ରାଉତରାୟ, ଲଷ୍ମଣ ହେମ୍ବ୍ରମ, ମାଳତି ସଏ ପ୍ରମୁଖ ଘଟଣାସ୍ଥଳରେ ପହଂଚି ସମସ୍ତ ଦୃବୁତ୍ତଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ସେମାନେ ଡକ୍ୟାତି କରିବାକୁ ଯୋଜନା କରୁଥିବା ସ୍ୱୀକାର କରିଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲା ଏସଡ଼ିପିଓ ଶ୍ରୀ ପାତ୍ର ।ସେମାନଙ୍କ ନିକଟରୁ ପୁଲିସ ୨ ଟି କତା, ପେଚକକ୍ସ, ୨ ଟି ଲୁହା ରଡ଼, ୮ ବୋତଲ ବିଅର, ୧୦ ପକେଟ ଲଙ୍କା ପାଉଡର, ଦୁଇଟି ମମବତୀ, ଗୋଟିଏ ଦିଆସିଲ ଓ ଗୋଟିଏ ଟର୍ଚ୍ଚ ଜବତ କରିଥିଲା । ତେବେ ଗତକାଲି ରାତି ପ୍ରାୟ ୩.୪୫ ରେ ଛତିଆ ବିଟ ହାଉସ ଅଧିକାରି ଶ୍ରୀ ବେହେରା ରିପୋର୍ଟ ଦେବାପରେ ଥାନାଧିକାରି ଶ୍ରୀ ମହାନ୍ତି ୨୨୧/୨୬ରେ ଏକ ମାମଲା ୠଜୁ କରି ତଦନ୍ତ ଚଳାଇଥିଲେ ।ଆଜି ସମସ୍ତ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ ବୈରୀ ଥାନା ଚମ୍ପାପୂର ଗାଁର ବାସୁଦେବ ଦାସ(୨୩),ଛତିଆ କମ୍ପାନୀ ବଜ଼ାରର ରାମ ଚନ୍ଦ୍ର ଷେଣ୍ଢ(୨୯),ବିଦ୍ୟାଧରପୁର ଗାଁର ସୁବାସ ବେହେରା(୪୦),ଅମରାବତୀ ପାଟଣା ଗ୍ରାମର ଗିରିଆ ବେହେରା(୧୯) ଏବଂ ସୋମନାଥ ମହାରଣା(୨୬) ।
