ବଲାଣି/ବଡବିଲ : କେନ୍ଦୁଝର ଜିଲ୍ଳା ବଲାଣି ଥାନା ଅନ୍ତର୍ଗତ ବଲାଣି ରୁ କିରିବୁର ସଂଯୋଗ କରୁଥିବା ହରମଠ ଗ୍ରାମ ନିକଟସ୍ଥ ମୁଖ୍ୟ ରାସ୍ତା ଉପରେ ଗତ ମଙ୍ଗଳବାର ଦିନ ଅପରାହ୍ନ ପ୍ରାୟ ୧ ସମୟ ରେ ଏକ ମରମଦୁନ୍ତ ସଡ଼କ ଦୁର୍ଘଟଣାରେ ଦୁଇ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇ ଅଚେତ ଅବସ୍ଥାରେ ରାସ୍ତା ପାର୍ଶ୍ୱରେ ପଡ଼ିଥିଲେ। ପ୍ରାପ୍ତ ସୁଚନା ଅନୁସାରେ ଦୁର୍ଘଟଣା ଟି ସମ୍ପୂର୍ଣ୍ଣ ସାଙ୍ଘାତିକ ଅବସ୍ଥା ରେ ହୋଇଥିବା ଯୋଗୁଁ ଦୁଇ ଜଣ ମୋଟର ସାଇକେଲ ଆରୋହୀ ଘଟଣସ୍ଥଳରେ ହିଁ ଚେତା ହରାଇ ପଡ଼ିଥିଲେ। ଗୁରୁତର ଆହତ ହୋଇଥିବା ଯୁବକ ଜଣେ ବଡ଼ବିଲ ଥାନା ଅନ୍ତର୍ଗତ କଳିଙ୍ଗ ଉତ୍ତମ ହାଟିଂର ସନାତନ ଦାସ (୪୦) ହୋଇଥିବା ବେଳେ ଅନ୍ୟ ଜଣେ ଯୁବକ ବଡ଼ବିଲର ବବ୍ଲୁ ଦାସ(୩୮) ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ ଉଭୟ ଯୁବକ ଗତ ମଙ୍ଗଳବାର ଦିନ ଅପରାହ୍ନ ପ୍ରାୟ ୧ ସମୟରେ କଳିଙ୍ଗରୁ ଏକ ଶୁଦ୍ଧିକ୍ରିୟା କାର୍ଯ୍ୟକ୍ରମକୁ ଯାଉଥିବା ବେଳେ ତିବ୍ରଗତିରେ ଯାତ୍ରା କରୁଥିଲେ ଏବଂ ହଠାତ ଭାରସାମ୍ୟ ହରାଇ ବିପରୀତ ଦିଗରେ ରାସ୍ତା ପାର୍ଶ୍ୱରେ ଥିବା ଏକ ଗଛରେ ପିଟି ହୋଇ ଗୁରୁତର ଅବସ୍ଥାରେ ପଡ଼ିଯାଇଥିଲେ।କିଛି ସମୟ ପରେ ହରମଠ ଗ୍ରାମରୁ ଫେରୁଥିବା ବଲାଣି ଲୌହ ଖଣି ର ସି ଏସ ଆର ଅଧିନସ୍ଥ ଏକ ପିରାମଲ ସ୍ୱାସ୍ଥ୍ୟ ନାମକ ଡାକ୍ତରୀ ଟିମ୍ ଗୁରୁତର ଆହତ ହୋଇ ଅଚେତ ଅବସ୍ଥାରେ ପଡ଼ିଥିବା ଉଭୟଙ୍କୁ ତୁରନ୍ତ ପ୍ରାଥମିକ ଚିକିତ୍ସା ପ୍ରଦାନ କରିଥିଲେ। ଖବର ପାଇ ବଲାଣି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ଡାକ୍ତରୀ ଟିମ୍ ସହଯୋଗରେ ଉଭୟଙ୍କୁ ଉଦ୍ଧାର କରି ବଲାଣି ଡାକ୍ତରଖାନାକୁ ପଠାଇଥିଲେ, ଏବଂ ପରେ ଉତ୍ତମ ଚିକିତ୍ସା ନିମନ୍ତେ ସେମାନଙ୍କୁ କେନ୍ଦୁଝର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଘଟଣା ସମ୍ୱନ୍ଧରେ ପୋଲିସ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ପୁଣି ଥରେ ରାସ୍ତା ସୁରକ୍ଷା ପ୍ରସଙ୍ଗକୁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ କରିଛି। କେବଳ ବିଗତ କିଛି ଦିନ ପୂର୍ବେ ଉକ୍ତ ରାସ୍ତାରେ ତିବ୍ର ଗତିରେ ମୋଟର ସାଇକେଲ ଦୂର୍ଘଟଣା ଘଟି ଜଣେ ଯୁବକଙ୍କ ମୃତ୍ୟ ଘଟିଥିଲା।ଫଳରେ ବଲାଣୀ ଓ କିରିବୁରୁ ମୁଖ୍ୟ ରାସ୍ତା ଏବେ ମର୍ମଦୁନ୍ତ ପାଲଟିଥିବା ସ୍ଥାନୀୟ ଲୋକେ ଅଭଯୋଗ କରୁଛନ୍ତି। ତିବ୍ର ଗତି ନିୟନ୍ତ୍ରଣ, ସଡ଼କ ସୁରକ୍ଷା ସଚତନତା ଏବଂ ଦୂର୍ଘଟଣା ସମ୍ବାବ୍ୟ ସ୍ଥାନଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ପାଇଁ ପ୍ରଶାସନକୁ ଦୃଢ଼ କାର୍ଯ୍ୟାନଷ୍ଟାନ ଗ୍ରହଣ କରିବାକୁ ସାଧାରଣ ରେ ଦାବି ପ୍ରକାଶ ପାଉଛି। ଅନ୍ୟ ପକ୍ଷରେ ଆହତ ଯୁବକମାନଙ୍କୁ ଉଦ୍ଧାର କରିଥିବା ବଲାଣୀ ଲୌହ ଖଣି ସି ଏସ ଆର ଅଧିନସ୍ତ ପିରାମଲ୍ ସ୍ୱାସ୍ଥ୍ୟ ଡାକ୍ତରୀ ଟିମ୍ କୁ ସ୍ଥାନୀୟ ଲୋକେ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଛନ୍ତି।
