ବ୍ରହ୍ମପୁର / ଦିଗପହଣ୍ଡି : ଦିଗପହଣ୍ଡି-ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥର ରାଜନାପଲ୍ଲୀ ନିକଟରେ ଗତକାଲି ସନ୍ଧ୍ୟାରେ ଶବ ଶୋଭାଯାତ୍ରାକୁ ଟ୍ରକ୍ ଧକ୍କା ଦେବାରୁ ୪ ଜଣ ମହିଳାଙ୍କ ସମେତ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ରାୟଗଡ଼ାରୁ ବ୍ରହ୍ମପୁର ଆସୁଥିବା ଟ୍ରକ୍?ଟି ନିୟନ୍ତ୍ରଣ ହରାଇଶୋଭାଯାତ୍ରାରେ ଥିବା ଲୋକଙ୍କୁ ଧକ୍କା ଦେଇ କିଛି ଦୂର ଘୋଷାଡ଼ି ନେଇଥିଲା। ସେହି ସମୟରେ ତପ୍ତପାଣି ରାସ୍ତା ଦେଇ ଆସୁଥିବା ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ଘଟଣାସ୍ଥଳରେ ପହଞ୍ଚି ୩ ଜଣ ଆହତଙ୍କୁ ନିଜ ଗାଡ଼ିରେ ଦିଗପହଣ୍ଡି ଡାକ୍ତରଖାନାକୁ ନେଇଥିଲେ। ପରେ ଅଗ୍ନିଶମ ବାହିନୀ ଅନ୍ୟ ୨ ଜଣଙ୍କୁ ଉଦ୍ଧାର କରିଥିଲା। ପ୍ରାଥମିକ ଚିକିତ୍ସା ପରେ ୫ ଜଣଙ୍କୁ ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି। ପୁଲିସ ଟ୍ରକ୍?କୁ ଜବତ କରି ତଦନ୍ତ ଚଳାଇଛି।
