ବେଙ୍ଗାଲୁରୁ: କର୍ଣ୍ଣାଟକ କଂଗ୍ରେସ ମୁଖ୍ୟ ବି.କେ. ହରିପ୍ରସାଦ ମଙ୍ଗଳବାର ଦିନ ଜେଲରେ ଥିବା ଛାତ୍ର କର୍ମୀ ଉମର ଖାଲିଦ୍ଙ୍କୁ ଜଣେ ଦେଶପ୍ରେମୀ ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ “ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ’ – ଯାହା “ନ୍ୟାସନାଲ୍ ଲ’ ସ୍କୁଲ୍ ଅଫ୍ ଇଣ୍ଡିଆ ୟୁନିଭର୍ସିଟି’ରେ ଖାଲିଦ୍ଙ୍କ ଉପରେ ନିର୍ମିତ ଏକ ଡକ୍ୟୁମେଣ୍ଟାରୀ ଚଳଚ୍ଚିତ୍ର ପ୍ରଦର୍ଶନକୁ ବିରୋଧ କରିଛି – ତା’ର ଏହି ଜେଲବନ୍ଦୀ ନେତାଙ୍କ ବିଷୟରେ କିଛି କହିବାର ଅଧିକାର ନାହିଁ। ସେପ୍େଟମ୍ବର ୨୦୨୦ରେ ଗିରଫ ହୋଇଥିବା ଖାଲିଦ୍ଙ୍କ ବିରୋଧରେ “ବେଆଇନ କାର୍ଯ୍ୟକଳାପ (ପ୍ରତିରୋଧ) ଆଇନ’ ଅଧୀନରେ ମାମଲା ରୁଜୁ କରାଯାଇଥିଲା। ତାଙ୍କୁ ଫେବୃଆରୀ ୨୦୨୦ରେ ଦିଲ୍ଲୀରେ ହୋଇଥିବା ଦଙ୍ଗାର ଅନ୍ୟତମ “ମାଷ୍ଟରମାଇଣ୍ଡ’ (ମୁଖ୍ୟ ସୂତ୍ରଧର) ବୋଲି ଅଭିଯୋଗ କରାଯାଇଥିଲା; ଏହି ଦଙ୍ଗାରେ ୫୩ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୭୦୦ରୁ ଅଧିକ ଲୋକ ଆହତ ହୋଇଥିଲେ। ହରିପ୍ରସାଦ ସାମ୍ବାଦିକମାନଙ୍କୁ କହିଛନ୍ତି, “ଉମର ଖାଲିଦ୍ ଜଣେ ଦେଶପ୍ରେମୀ। ଏବିଭିପିର ଖାଲିଦ୍ଙ୍କ ବିଷୟରେ କହିବାର କୌଣସି ଅଧିକାର ନାହିଁ। କାରଣ ଏବିଭିପି ନାଥୁରାମ ଗଡସେଙ୍କୁ ପୂଜା କରେ, ଯିଏ ଜଣେ ଦେଶଦ୍ରୋହୀ ଏବଂ ଆତଙ୍କବାଦୀ ଥିଲେ – ଦେଶର ପ୍ରଥମ ଆତଙ୍କବାଦୀ। ଖାଲିଦ୍ଙ୍କ ବିଷୟରେ କହିବା ପାଇଁ ସେମାନଙ୍କର କୌଣସି ନୈତିକ ଅଧିକାର କିମ୍ବା ନୈତିକ ଆଧାର ନାହିଁ। ଏନଏଲଏସଆଇୟୁ କ୍ୟାମ୍ପସରେ ଡକ୍ୟୁମେଣ୍ଟାରୀ ପ୍ରଦର୍ଶନକୁ ଏବିଭିପିର ବିରୋଧ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ସେ ଏହା କହିଥିଲେ। କଂଗ୍ରେସ ରାଜ୍ୟ ମୁଖ୍ୟଙ୍କ ଏହି ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ଜଝଝ ସହ ଜଡିତ ଛାତ୍ର ସଂଗଠନ ଇଈଠଚ କହିଛି ଯେ ଏହା “କଂଗ୍ରେସ ନେତାଙ୍କ ବୌଦ୍ଧିକ ଦେବାଳିଆପଣକୁ ପଦାରେ ପକାଇଛି।’ ବିଜେପି ଶାସିତ ରାଜ୍ୟଗୁଡ଼ିକରେ “ୟୁନିଫର୍ମ ସିଭିଲ୍ କୋଡ୍’ (ସମାନ ନାଗରିକ ସଂହିତା) ଲାଗୁ କରିବା ପ୍ରସଙ୍ଗରେ ହରିପ୍ରସାଦ ଜାଣିବାକୁ ଚାହିଁଥିଲେ ଯେ କେନ୍ଦ୍ରୀୟ ଶାସକ ଦଳ (ବିଜେପି) ଗୋଆ ଏବଂ ଉତ୍ତର-ପୂର୍ବ ଭାରତରେ ଏହାକୁ ଲାଗୁ କରି ହରିପ୍ରସାଦଙ୍କ ଉପରେ ବର୍ଷି ଇଈଠଚ ଏକ ବିବୃତ୍ତିରେ କହିଛି, “୨୦୦୧ ମସିହାରେ ଭାରତୀୟ ସଂସଦ ଉପରେ ହୋଇଥିବା ସେହି ହିଂସାତ୍ମକ ଆକ୍ରମଣର ମୁଖ୍ୟ ସୂତ୍ରଧର ତଥା ଦୋଷୀ ସାବ୍ୟସ୍ତ ଆତଙ୍କବାଦୀ ଅଫଜଲ୍ ଗୁରୁଙ୍କୁ ଖୋଲାଖୋଲି ଭାବେ ସମର୍ଥନ ଓ ସ୍ମରଣ କରୁଥିବା ଜଣେ ବ୍ୟକ୍ତିଙ୍କୁ କଂଗ୍ରେସ ଦଳ କିପରି ‘ଦେଶପ୍ରେମୀ” ବୋଲି ଆଖ୍ୟା ଦେଇପାରିବ?’ ସଂଗଠନ ଆହୁରି ମଧ୍ୟ ପ୍ରଶ୍ନ କରିଛି ଯେ, “ଯଦି ହରିପ୍ରସାଦଙ୍କ ଦୃଷ୍ଟିରେ ଖାଲିଦ୍ ଜଣେ ଦେଶପ୍ରେମୀ, ତେବେ ଅଫଜଲ୍ ଗୁରୁଙ୍କୁ ସମ୍ମାନ ଓ ଗୌରବାନ୍ୱିତ କରିବା ପାଇଁ କାର୍ଯ୍ୟକ୍ରମ ଆୟୋଜନ କରିଥିବା ବ୍ୟକ୍ତିମାନଙ୍କୁ କ’ଣ କଂଗ୍ରେସ ଦଳ ସମର୍ଥନ କରେ? ଏହା ସହିତ, “ଭାରତ ତେରେ ଟୁକଡ଼େ ହୋଙ୍ଗେ’ (ଭାରତ ଖଣ୍ଡ ଖଣ୍ଡ ହୋଇଯିବ) ଭଳି ସ୍ଲୋଗାନ୍ ଦେଇଥିବା ଲୋକଙ୍କ ସହ କଂଗ୍ରେସ ଛିଡ଼ା ହୋଇଛି କି ନାହିଁ, ତାହା ମଧ୍ୟ ସଂଗଠନ ଜାଣିବାକୁ ଚାହିଁଛି। ଏବିଭିପିର ବେଙ୍ଗାଲୁରୁ ସହର ସଭାପତି ଅଭିନନ୍ଦନ ମିର୍ଜି କହିଛନ୍ତି, “କ’ଣ କଂଗ୍ରେସ ଜେନୟୁଆଇରେ ଦିଆଯାଇଥିବା ହିଂସାତ୍ମକ ଭାରତ-ବିରୋଧୀ ସ୍ଲୋଗାନ୍ ଏବଂ ୨୦୨୦ ଦିଲ୍ଲୀ ଦଙ୍ଗା ସମୟରେ ରକ୍ତପାତ ଘଟାଇଥିବା ଉଦ୍ଦେଶ୍ୟମୂଳକ ଉତ୍ତେଜନା ସୃଷ୍ଟିକୁ ସମର୍ଥନ କରେ? ଟଇଚଇ ଭଳି ଗୁରୁତର ଆତଙ୍କବାଦୀ ଅଭିଯୋଗର ସାମ୍ନା କରୁଥିବା ବ୍ୟକ୍ତିଙ୍କୁ ଦେଶପ୍ରେମୀର ପ୍ରମାଣପତ୍ର ଦେବା ଦ୍ୱାରା ଜାତୀୟ ସୁରକ୍ଷା ପ୍ରସଙ୍ଗରେ କଂଗ୍ରେସର ସମ୍ପୂର୍ଣ୍ଣ ଆପୋସ ବୁଝାମଣା ସ୍ପଷ୍ଟ ହେଉଛି।
