ବଲାଣି/ବଡବିଲ: ସୁନ୍ଦରଗଡ ଜିଲ୍ଲା ଖଣି ଅଞ୍ଚଳ କୋଇଡା ଥାନା ଅନ୍ତର୍ଗତ ରୁଙ୍ଗଟା ମାଇନ୍ସ ଲିମିଟେଡ କମାଣ୍ଡ ଷ୍ଟିଲ ପ୍ଲାଣ୍ଟ ରେ ଶନିବାର ଦିନ ସକାଳ ପ୍ରାୟ ୧୦.୩୦ ମିନିଟ ରେ ଏକ ବଡ଼ ଧରଣର ବିସ୍ଫୋରଣ ଦୂର୍ଘଟଣା ଘଟିଅଛି । ପ୍ରାପ୍ତ ସୂଚନା ଅନୁସାରେ ଷ୍ଟିଲ ମେଲଟିଂ ସୋପ – ୨ (ଏସ ଏମ୍ ଏସ – ୨) ର ଫର୍ନେସ ରେ ଘଟିଥିବା ବିସ୍ଫୋରଣ ଦୂର୍ଘଟଣାଟି ଏତେ ଭାୟା ଭୟ ଥିଲା ଯେ ପ୍ରାୟ ୧୦ କିଲୋମିଟର ରେଡିଅସ ରେ କମ୍ପନ ସୃଷ୍ଟି କରିଥିଲା। ଏହି ବିସ୍ଫୋରଣ ରେ ୫ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ଲାଗି ରାଉରକେଲା ଡ଼ାକ୍ତରଖାନା ରେ ଭର୍ତ୍ତି କରାଯାଇଛି। ସୂଚନା ମୁତାବକ ରୁଙ୍ଗଟା କମ୍ପାନୀ ସଞ୍ଚାଳିତ କୋଇଡା ସ୍ଥିତ କମାଣ୍ଡ ଷ୍ଟିଲ ପ୍ଲାଣ୍ଟ ରେ ବହୁ ସଂଖ୍ୟାରେ ଶ୍ରମିକ କାର୍ଯ୍ୟ କରନ୍ତି।

ନିତିଦିନ ପରି ଶନିବାର ଦିନ ସକାଳ ସମୟରେ (ଏସ ଏମ୍ ଏସ -୨ ) ଫର୍ନେସରେ ଶ୍ରମିକମାନେ କାମ କରୁଥିବା ବେଳେ ହଠାତ୍ ଫର୍ନେସ ରେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ଟି ଏତେ ଭାୟା ଭୟ ଥିଲା ଯେ କିଛି ସମୟ ପାଇଁ ଆକାଶରେ କଳା ଧୂଆଁରେ ଏକ ଓଜନ ଗ୍ୟାସ ପରି ବାଦଲ ହୋଇଯାଇଥିଲା। ଫଳରେ ସେଠାରେ କାମ କରୁଥିବା ଶ୍ରମିକ ମାନେ ହଠାତ୍ କିଛି ବୁଝି ନ ପାରି ପ୍ରାଣ ଭୟରେ ଏଣେତେଣେ ଦୌଡ଼ି ଥିଲେ। ସୂଚନା ମୁତାବକ ଏହି ବିସ୍ଫୋରଣ ଘଟଣା ରେ ୫ ଜଣ ଶ୍ରମିକ ଗୁରୁତର ଆହତ ହୋଇଥିଲେ।ସେମାନଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ପ୍ଲାଣ୍ଟରେ ଘଟିଥିବା ଘଟଣା ପରେ କାହାରିକୁ ଭିତର କୁ ଛଡ଼ା ଯାଇ ନ ଥିଲା। ସ୍ଥାନୀୟଅଞ୍ଚଳବାସୀଙ୍କ କହିବା ଅନୁସାରେ ଏହି ଭାୟା ଭୟ ବିସ୍ଫୋରଣ ଘଟଣା କୁ ଲୁଚାଇବାକୁ ଚେଷ୍ଟା କରୁଛି କମ୍ପାନୀ କର୍ତ୍ତପକ୍ଷ।ପ୍ରକୃତରେ ସେଠାରେ ଅନ୍ଯ ରାଜ୍ଯ ରୁ ଆସି ଠିକାଦାର ଅଧୀନରେ କାର୍ଯ୍ୟ କରୁଥିବା ସଂଖ୍ୟାଧିକ ଶ୍ରମିକ ସହ ସ୍ଥାୟୀ ଭାବେ କାର୍ଯ୍ୟ କରୁଥିବା ଶ୍ରମିକମାନେ ମୃତ୍ୟୁ ବା ଗୁରୁତର ଆହତ ହୋଇଥିବେ ବୋଲି ଅନୁମାନ କରାଯାଉଛି। କୁନ୍ତୁ ପ୍ରକୁତ ଯାଞ୍ଚ କରାଗଲେ ସ୍ପଷ୍ଟ ହେବ। ଅସୁରକ୍ଷିତ ଭାବେ ଶ୍ରମିକ ମାନେ କାମ କରିବା କୁ ବାଧ୍ୟ ହେଇଛନ୍ତି।

ତେବେ ଉକ୍ତ ଘଟିଥିବା ଘଟଣାରୁ ସ୍ପଷ୍ଟ ହେଉଛି ଶ୍ରମିକମାନଙ୍କୁ ସୁରକ୍ଷା ଉପକରଣ ଯୋଗାଇ ଦିଆଯାଇ ନ ଥିଲା। ଏ ନେଇ ରୁଙ୍ଗଟା ଷ୍ଟିଲ ପ୍ଲାଣ୍ଟ କମ୍ପାନୀ କର୍ତ୍ତୃପକ୍ଷ ମୁହଁ ଖୋଲୁ ନ ଥିବା ବେଳେ ଏହାର ବିଧିବଦ୍ଧ ତଦନ୍ତ ହେଲେ ପ୍ରକୃତ ରହସ୍ୟ ପଦାକୁ ଆସିବ। ଏହି ବଡ଼ ଧରଣର ବିସ୍ଫୋରଣ ଘଟଣା ଘଟିବା ପରେ ପ୍ରକୃତରେ କେତେ ଜଣ ଆହତ ହୋଇଛନ୍ତି ଓ କେଉଁ କାରଣ ଯୋଗୁଁ ଏହା ଘଟିଛି ବୋଲି ପ୍ଲାଣ୍ଟ ର ଆଖ ପାଖ ଅଞ୍ଚଳରେ ବସବାସ କରୁଥିବା ଅଞ୍ଚଳବାସୀ ଭୟଭୀତ ହୋଇ ଏହାର ସ୍ପଷ୍ଟ ତଦନ୍ତ ସହ ନିୟମିତଭାବେ କାର୍ଯ୍ୟାନୁଷ୍ଠାନ କରିବାକୁ ଦାବି ପ୍ରକାଶ କରିଛନ୍ତି
