ପୁରୀ: ପୁରୀରେ କେବଳ ମହିଳା ରଗବି ଖେଳାଳି ମାନଙ୍କ ଦ୍ୱାରା ଖେଲୋ ଇଣ୍ଡିଆ ତରଫରୁ ଅସ୍ମିତା ରଗବୀ ଟୁର୍ଣ୍ଣାମେଣ୍ଟ ପୁରୀ ଜିଲ୍ଲା ସ୍କୁଲ ଖେଳ ପଡିଆରେ ଶୁଭାରମ୍ଭ ହୋଇଯାଇଛି ।ଏଥିରେ ପୁରୀ ଜିଲ୍ଲାରୁ ବିଭିନ୍ନ ସ୍କୁଲ, କଲେଜ, ବିଭିନ୍ନ କ୍ରୀଡା ଅନୁଷ୍ଠାନ ରୁ ଦୁଇ ଶହ ମହିଳା ଖେଳଳି ମାନେ ଭାଗ ନେଇଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ଇନରହୁଇଲ କ୍ଲବ ର ସଭାପତି ରାଜଲକ୍ଷ୍ମୀ ଦାସ, ସରକାରୀ ବାଳିକା ବିଦ୍ୟାଳୟ ର କ୍ରୀଡା ଶିକ୍ଷୟତ୍ରୀ ପ୍ରିୟମ୍ବଦା ଜେନା ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ ଟ୍ରଫି ଓ ମେଡାଲ ପ୍ରଦାନ କରିଥିଲେ । ଏହି ସଂଘର୍ଷ ପୂର୍ଣ୍ଣ ରଗବି ଟୁର୍ଣ୍ଣାମେଣ୍ଟ ରେ ଜିଲ୍ଲା ସ୍କୁଲ ପ୍ରଥମ ସ୍ଥାନ, ପୁରୀ କ୍ଲବ ଦ୍ୱିତୀୟ ସ୍ଥାନ ଓ ଝଡ଼େଶ୍ୱରୀ କ୍ଳବ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଶେଷରେ ସମ୍ପାଦକ ଜିତେନ୍ଦ୍ର ନାଥ ଦାସ ପୁରୀ ମହିଳା ରଗବି ଖେଳାଳି ମାନଙ୍କୁ କହିଥିଲେ ପୁରୀ ରଗବି ଆସୋସେସନ ପାଇଁ ଏହା ଏକ ଗର୍ବ ଓ ଗୌରବ ଅଟେ।
