ନୂଆଦିଲ୍ଲୀ : ପଞ୍ଜାବଠାରୁ ହାରିବା ପରେ ମୁମ୍ବାଇ ଇଣ୍ଡିଆନ୍ସର ଚିନ୍ତା ବଢ଼ିଲା । ମୁମ୍ବାଇ ଇଣ୍ଡିଆନସରେ ଫାଟ । କ୍ୟାପଟେନ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନିଷ୍ପତ୍ତିରେ ଅସନ୍ତୁଷ୍ଟ ବୁମରା ! । ମୁମ୍ବାଇ ଇଣ୍ଡିଆନସରେ ଲଗାତାର ଚତୁର୍ଥ ପରାଜୟ । ପଡ଼ିଆ ମଝିରେ ହାର୍ଦ୍ଦିକଙ୍କ ଉପରେ ବିରକ୍ତ ହେଲେ ବୁମରା ! । ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ପଞ୍ଜାବ କିଙ୍ଗସ୍ ଠାରୁ ମୁମ୍ବାଇ ଇଣ୍ଡିଆନ୍ସ ଶୋଚନୀୟ ଭାବେ ପରାସ୍ତ ହୋଇଛି । ମୁମ୍ବାଇ ୧୯୫ ରନ୍ କରିଥିଲେ ମଧ୍ୟ ପଞ୍ଜାବ ମାତ୍ର ୧୬.୩ ଓଭରରେ ଏହି ଲକ୍ଷ୍ୟକୁ ହାସଲ କରିନେଇଥିଲା । ଏହା ଚଳିତ ସିଜନରେ ମୁମ୍ବାଇର ଲଗାତାର ଚତୁର୍ଥ ପରାଜୟ । ମ୍ୟାଚ୍ ଚାଲିଥିବା ବେଳେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି, ଯେଉଁଥିରେ ଷ୍ଟାର୍ ବୋଲର ଜସପ୍ରୀତ ବୁମରା ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ କୌଣସି ଏକ ନିଷ୍ପତ୍ତିରେ ଖୁବ୍ ଅସନ୍ତୁଷ୍ଟ ଥିବା ଦେଖାଯାଉଛନ୍ତି । ଫିଲ୍ଡିଂ ସଜାଡିବା କିମ୍ବା ବୋଲିଂ ପରିବର୍ତ୍ତନକୁ ନେଇ ଦୁହିଁଙ୍କ ମଧ୍ୟରେ ମତଭେଦ ଥିବା ଚର୍ଚ୍ଚା ହେଉଛି । ମ୍ୟାଚ୍ ହାରିବା ପରେ ହାର୍ଦ୍ଦିକ କହିଛନ୍ତି ଯେ ଦଳକୁ ଏବେ ନିଜ ଭୁଲ୍ ସୁଧାରିବାକୁ ପଡ଼ିବ । କେଉଁଠି ଭୁଲ୍ କରୁଛୁ, ସେଥିପାଇଁ ନିଜେ ଦାୟିତ୍ୱ ନେବାକୁ ହେବ ବୋଲି ସେ କହିଛନ୍ତି । ରୋହିତ ଶର୍ମାଙ୍କ ଭଳି ବରିଷ୍ଠ ଖେଳାଳି ଥାଉ ଥାଉ ହାର୍ଦ୍ଦିକଙ୍କ ନେତୃତ୍ୱ ଏବଂ ଦଳର ରଣନୀତି ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବୋଲିଂ ବିଭାଗର ବିଫଳତା ଦଳ ପାଇଁ ବଡ଼ ମୁଣ୍ଡବିନ୍ଧାର କାରଣ ସାଜିଛି ।
