ବାରିପଦା ; ନିକଟରେ ଶିମିଳିପାଳ ରୁ ଆସିଥିବା ଏକ ହାତୀ ଦଳ ରେ ପୋଖରୀଆ ଜଙ୍ଗଲ ରେ ଏକ ହାତୀ ଶାବକ ଜନ୍ମ ନେଇଥିଲା । ୧୭ ଦିନ ବୟସ ର ଏହି ହାତୀ ଶାବକର ମୃତଦେହ ଉଦ୍ଧାର ହୋଇଛି । ମୟୂରଭଞ୍ଜ ଜିଲ୍ଲା, କରଞ୍ଜିଆ ବନଖଣ୍ଡ,ଦୁଧିଆଣି ବନାଞ୍ଚଳର ହାତୀମୁଣ୍ଡି କାଜୁ ଜଙ୍ଗଲରେ ଏହି ହାତୀ ଛୁଆର ମୃତ ଦେହକୁ ବନବିଭାଗ ଉଦ୍ଧାର କରିଛି । ଗତ କାଲି ୯ ତାରିଖ ସନ୍ଧ୍ୟା ରେ ବନ କର୍ମଚାରୀ ମାନେ ପେଟ୍ରୋଲିଙ୍ଗ କରୁଥିବା ବେଳେ ହାତୀ ମାନଙ୍କ ଚିତ୍କାର ଶୁଣିଥିଲେ । ଆଜି ସକାଳୁ ଦୁଧିଆଣି ବନାଞ୍ଚଳ ର ରେସକ୍ୟୁ ଟିମ ଯାଇ ବୁଲି ଦେଖିବାପରେ ଏହି ହାତୀ ଶାବକ ର ମୃତ ଦେହ ଦେଖିବାକୁ ପାଇଥିଲେ । ଶିମିଳିପାଳରୁ ଚାଲି ଆସିଥିବା ହାତୀ ପଲ ମଧ୍ୟରେ ଏହି ୧୭ଦିନର ହାତୀଶାବକଟି ପୋଖରୀଆ ଜଙ୍ଗଲରେ ଜନ୍ମ ହୋଇଥିଲା । ଘଟଣା ସମ୍ପର୍କ ରେ ଜାଣିବା ପରେ କରଞ୍ଜିଆ ବନଖଣ୍ଡ ଅଧିକାରୀ ଅଜୟ କୁମାର ସାହୁ, ଏ ସି ଏଫ ପ୍ରଭାତ କୁଅଁର, ଓମ ପ୍ରକାଶ ଦାସ, ଦୁଧିଆଣି ବନାଞ୍ଚଳ ଅଧିକାରୀ ମହାବୀର ପ୍ରସାଦ ମୁର୍ମୁ, ତାଟୋ ଫୋରେଷ୍ଟର ସୁରମୋହନ ବେହେରା, ଟଙ୍ଗାବିଲା ଫୋରେଷ୍ଟର ଦୀପ୍ତି ରାଣୀ ସେଠି ଏବଂ ଅନ୍ୟ ବନ କର୍ମଚାରୀ ମାନେ ଘଟଣା ସ୍ଥଳ କୁ ଯାଇଥିଲେ । ପାଣ୍ଠ ସରପଞ୍ଚ ମିନତୀ ନାଏକ, ସ୍ଥାନୀୟ ଆର ଆଇ ଓ ବନକର୍ମକର୍ତ୍ତା ଙ୍କ ଉପସ୍ଥିତି ରେ କରଞ୍ଜିଆ ରୁ ପଶୁ ଡାକ୍ତର, ଡାକ୍ତର ରଂଜିତ କୁମାର ଦାସ,ଡାକ୍ତର ପ୍ରଦୀପ କୁମାର ସାହୁ, ଯଶିପୁର ପଶୁ ଡାକ୍ତର କୃଷ୍ଣ ଟୁଡୁ ମୃତ ହାତୀ ଶାବକ ର ଶବ ବ୍ୟବଚ୍ଛେଦ କରିଥିଲେ । ମୃତ୍ୟୁ ର କାରଣ ଅସ୍ପଷ୍ଟ ଥିବାବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁ ର କାରଣ ଜଣାପଡିବ ବୋଲି କୁହା ଯାଉଛି । ତେବେ ଏହି ହାତୀ ଶବକଟି ନିକଟସ୍ଥ ଏକ ପୋଖରୀରେ ପଡିଯାଇଥିଲା ଏବଂ ମା ହାତୀ ଓ ଅନ୍ୟ ହାତୀ ମାନେ ହାତୀ ଛୁଆ କୁ ଉଦ୍ଧାର କରି କାଜୁ ଜଙ୍ଗଲ ପର୍ଯ୍ୟନ୍ତ ନେଇଯାଇଥିଲେ ବୋଲି କୁହାଯାଉଛି । ଘଟଣା ର ଅଧିକ ତଦନ୍ତ ଚାଲିଥିବାର ବନାଞ୍ଚଳ ଅଧିକାରୀ ମହାବୀର ମୁର୍ମୁ ପ୍ରକାଶ କରିଛନ୍ତି।
