filter: 0; fileterIntensity: 0.0; filterMask: 0; captureOrientation: 90; algolist: 0; multi-frame: 1; brp_mask:0; brp_del_th:0.0000,0.0000; brp_del_sen:0.0000,0.0000; motionR: 0; delta:null; bokeh:0; module: photo;hw-remosaic: false;touch: (-1.0, -1.0);sceneMode: 8;cct_value: 0;AI_Scene: (0, 0);aec_lux: 325.90814;aec_lux_index: 0;albedo: ;confidence: ;motionLevel: 0;weatherinfo: null;temperature: 38;
ବେଗୁନିଆପଡା: ଗୁରୁବାର ସକାଳ ୧୦ ଘଣ୍ଟ ସମୟ ରେ ଏକ ଯାତ୍ରୀବାହି ଅଟୋ ଓଲଟି ପାଞ୍ଚଜଣ ଗୁରୁତର ହୋଇ ବ୍ରହ୍ମପୁର ବଡମେଡିକାଲ ସ୍ଥାନାନ୍ତର ହୋଇଥିବା ଜଣାପଡ଼ିଛ। ସୂଚନା ପ୍ରକାରେ ବର୍ତ୍ତମାନ ବିଲକାମ ଚାଲିଥିବା ବେଳେ କୋଦଳା ଖଲାଡି ସାହିର କିଛି ମହିଳା ନିଜ ପରିବାର ଚଳାଇବାବା ପାଇଁ ଅର୍ଥ ସଂଗ୍ରହ ନିମନ୍ତେ ବାଘୁଆ ପାହାଡ ନିକଟ କୁ ଧାନ ବାଛିବା ନିମନ୍ତେ ଯାଇଥିଲେ !

କାର୍ଯ୍ୟ ଶେଷ ହେବା ପରେ ରାସ୍ତା ଉପରକୁ ଆସି କୋଦଳା ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହି ଅଟକୁ ହାତ ମାରି କୋଦଳା ନେଇଯିବା କହିଥିଲେ, ଡ୍ରାଇଭର ଙ୍କ ସମ୍ମତ କ୍ରମେ ୫ ଜଣ ମହିଳା ଉକ୍ତ ଅଟୋ ରେ ବସିଥିଲେ, କିଛିବାଟ ଗଲାପରେ ବାଘୁଆ ଭୂଇଁଢିମିରା ବାଙ୍କ ନିକଟରେ କୌଣସି କାରଣରୁ ଅଟୋଟି ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡିଥିଲା,

ସେଠାରୁ ଯେନତେନ ପ୍ରକାରେ ଆହତ ଙ୍କୁ ଆଣି କୋଦଳା ମେଡିକାଲ ରେ ଚିକିଛିତ କରାଯାଇଥିଲା ଅଟୋ ରେ ବସିଥିବା ଅମୁଲ୍ୟ ନାହାକ (୪୫)ଙ୍କ ବାମ ହାତ ଭାଙ୍ଗି ଯାଇଥିବା ବେଳେ ସୁନି ନାହାକ(୩୭)ଙ୍କ ଡାହାଣ ଗୋଡ଼,ଉରୀ ନାହାକ(୩୦)ଙ୍କ ମୁଣ୍ଡ,ରଞ୍ଜନ ସାହୁ (୩୫) ଙ୍କ ଗୋଡ଼ ମାଡ଼, ଝୁନୁ ବେହେରା (୪୫)ଙ୍କ ହାତ ଓ ଛାତି ରେ ଆଘାତ,କିନ୍ତୁ ଚିକିଛା ଅଧିକ ଆବଶ୍ୟକତା ପଡିବାରୁ ତୁରନ୍ତ ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ମେଡିକାଲ ପଠାଇ ଦିଆଯାଇଛି
