ଚଣ୍ଡିଖୋଲ: ବଡ଼ଚଣା ବ୍ଳକ ଅନ୍ତର୍ଗତ ଦକ୍ଷିଣ ପୂ୍ୱର୍ ରେଳ ପଥ ର ଧାନମଣ୍ଡଳ ଖୋସାଲିପୁର ନିକଟରେ ଥିବା ରେଳ ଫାଟକର କିଛି ଦୂରରେ ଜଙ୍ଗଲରୁ ପଦାକୁ ଆସୁଥିବା ବେଳେ ୪ଟି ବାରହାଙ୍କୁ ଭଦ୍ରକ ପଟୁ ଆସୁଥିବା ଟ୍ରେନ୍ ଧକ୍କା ଦେବାରୁ ଘଟଣା ସ୍ଥଳରେ ସେମାନଙ୍କର ମୃତ୍ୟୁ ଘଟିଥିଲା ।ଏହି ବାରହା ମାନେ ନିକଟରେ ଥିବା ବରୁଣାବନ୍ତ ଜଙ୍ଗଲ ରୁ ବାହାରି ଧାନ ଫସଲ ଖାଇବାକୁବାହାରକୁ ଆସୁଥିଲା ସମୟରେ ଏପରି ଦୃଘଟଣା ଘଟିଥିବା କୁହାଯାଉଛି।ଏହି ଘଟଣା ପରେ ରେଳ ଫାଟକରେ ଥିବା ଜଗୁଆଳୀ ଚଣ୍ଡିଖୋଲ ବନ ବିଭାଗ କୁ ଖବର ଦେବାପରେ ଘଟଣା ସ୍ଥଳରେ ଚଣ୍ଡୀଖୋଲ ବନବିଭାଗ କର୍ମଚାରୀ ମାନେ ପହଞ୍ଚି ତଦନ୍ତ ଜାରିରଖିଥିଲା ।ପରେ ସମସ୍ତ ମୃତ ବାରହାଙ୍କୁ ବ୍ୟବଚ୍ଛେଦ ପାଇଁ ବଡ଼ଚଣା ପ୍ରାଣୀ ଚିକିତ୍ସାଳୟକୁ ପଠାଯାଇ ସେଠାରେ ବ୍ୟବଚ୍ଛେଦ ହେବାପରେ ସେମାନଙ୍କୁ ପୋତି ଦିଆଯାଇଥିଲା ।
