କୁଜଙ୍ଗ: ପାରାଦ୍ୱୀପରେ ବେଆଇନି ଭାବେ ଚାଲିଥିବା ସ୍ପା ଉପରେ ପୋଲିସର ଜୋରଦାର ଚଢାଉ। ସ୍କୁଲ ଲାଇନ ର ଏକ ପ୍ରତିଷ୍ଠିତ ହୋଟେଲ ନିକଟରେ ଥିବା ଏକ ସ୍ପା ଓ ତରଣୀଗଡା ର ବିଭିନ୍ନ ସ୍ଥାନରେ ଥିବା ସ୍ପା ଉପରେ ପୋଲିସ୍ ର ଚଢ଼ାଉ କରିଛି। ବେଆଇନ୍ ଭାବେ ଚାଲୁଥିବା ଟାଇଟେନିକ ଓ ସିଗ୍ନେଚର ସ୍ପା ରେ ପୋଲିସ୍ ଚଢାଉ ସମୟରେ ୪ ଜଣ ଯୁବତୀ, ଦୁଇ ଗ୍ରାହକ ଓ ୨ ଜଣ ସ୍ପା ମାଲିକ ଙ୍କୁ ଅଟକ ରଖିଛି ପୋଲିସ। ଏହି ଚଢ଼ାଉରେ ପାରାଦ୍ୱୀପ ଆଦର୍ଶ ଥାନାର ୫ଟି ଟିମ୍ ସାମିଲ ହୋଇଥିଲେ। ଆଗକୁ ପାରାଦ୍ୱୀପ ର ପ୍ରସିଦ୍ଧ ବିଶ୍ୱକର୍ମା ପୂଜା ଆସୁଥିବାରୁ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ପୋଲିସ କଡ଼ା ନଜର ରଖିବା ସହିତ ବେଆଇନ ମଦ , ଗଞ୍ଜେଇ, ବ୍ରାଉନ ସୁଗାର ବ୍ୟବସାୟୀ ଙ୍କ ଉପରେ ଚଢ଼ାଉ କରୁଥିବା ବେଳେ ଆଜି ସ୍ପା ମାନଙ୍କରେ ଚଢ଼ାଉ କରାଯାଇଛି। ପାରାଦ୍ୱୀପ ର ବିଭିନ୍ନ ସ୍ଥାନରେ କିଛି ଦଲାଲ ସ୍ପା ନାମରେ ରାଜ୍ୟ ତଥା ରାଜ୍ୟ ବାହାରୁ ଝିଅ ମାନଙ୍କୁ ଆଣି ଦେହ ବ୍ୟବସାୟ କରାଉଥିବା ଅଭିଯୋଗ ହେଉଥିଲା। ପାରାଦ୍ୱୀପ ଅତିରିକ୍ତ ଏସପି ଆଜିଙ୍କ୍ୟ ମାଣେ ଙ୍କ ନେତୃତ୍ୱରେ ପାରାଦ୍ୱୀପ ଆଦର୍ଶ ଥାନା ର ୫ ଟି ଟିମ୍ ଏହି ଚଢ଼ାଉରେ ସାମିଲ ହୋଇ ଦୁଇଟି ବେଆଇନ ସ୍ପା ରୁ ୪ ଜଣ ଯୁବତୀ , ୨ ଜଣ ଗ୍ରାହକ ଓ ଦୁଇଜଣ ସ୍ପା ମାଲିକ ଙ୍କୁ ଥାନାରେ ଅଟକ ରଖିଛି। ଏହି ଚାରିଜଣଯାକ ଯୁବତୀ କଲିକତା ରୁ ଆସିଥିବା ଜଣାପଡିଛି। ଗିରଫ ସ୍ପା ମାଲିକ ଓ ଯୁବତୀ ମାନଙ୍କୁ ପଚରାଉଚରା ଚାଲିଛି ବୋଲି ଅତିରିକ୍ତ ଏସପି ପ୍ରକାଶ କରିଛନ୍ତି।
