ପାରାଦୀପ: ପାରାଦୀପ ଉପକଣ୍ଠ ସ୍ଥିତ ନିମିଢି ଗ୍ରାମର ମାନସ ରଞ୍ଜନ ସ୍ୱାଇଁଙ୍କ ବାସଗୃହ ପରିସରରେ ଥିବା ଜଗନ୍ନାଥ ମନ୍ଦିରରେ ଗତ ରବିବାର ମଧ୍ୟରାତ୍ର ରେ କବାଟ ତାଡି ଠାକୁରଙ୍କ ବିଭିନ୍ନ ପ୍ରକାର ମୂର୍ତ୍ତି,ଗହଣା ସମେତ ମନ୍ଦିର ସାମଗ୍ରୀ ଚୋରିର ପର୍ଦ୍ଦାଫାଶ କରିଛି ପାରାଦୀପ ଲକ ପୋଲିସ କ୍ଷ ଅଭିଯୋଗ ହେବାର ଚବିଶ ଘଣ୍ଟା ମଧ୍ୟରେ ପାରାଦୀପ ଲକ୍ ଥାନା ପୋଲିସ ଚୋରି ସାମଗ୍ରୀ ଉଦ୍ଧାର କରିବା ସହିତ ଚୋରି ଘଟଣାରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ।ପାରାଦୀପ ଲକ୍ ଥାନା ଅଧିକାରୀ ରଶ୍ମି ରଞ୍ଜନ ଦାଶଙ୍କ ସୂଚନା ଅନୁଯାୟୀ ନୀମିଢି ଗ୍ରାମର ମାନସ ରଞ୍ଜନ ସ୍ୱାଇଁଙ୍କ ଘରର ମନ୍ଦିର ଫାଟକ ଭାଙ୍ଗି ଗତ ୬ ତାରିଖ ବିଳମ୍ବିତ ରାତିରେ ଦୁବୃର୍ତ୍ତ ମାନେ ଠାକୁରଙ୍କ ସୁନା,ରୂପା,ତମ୍ବା ଆଦି ଧାତୁର ନିର୍ମିତ ବିଭିନ୍ନ ପ୍ରକାର ଅଳଙ୍କାର ଚୋରି କରି ନେଇଥିବା ନେଇ ପରଦିନ ଅଥାତ୍ ସେପ୍େଟମ୍ବର ୭ ତାରିଖରେ ଶ୍ରୀ ସ୍ୱାଇଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ଦୁବୃର୍ତ୍ତ ମାନଙ୍କୁ ଠାବ କରି ଚୋରି ହୋଇଥିବା ମନ୍ଦିର ସାମଗ୍ରୀ ଉଦ୍ଧାର କରିବା ପାଇଁ ପୋଲିସ ତତ୍ପର ହୋଇ ପଡ଼ିଥିଲା । ଯାହାର ଫଳ ସ୍ୱରୂପ ପୋଲିସ ୩ ଅଭିଯୁକ୍ତ ପାରାଦୀପ ଲକ୍ ଥାନା ଅଧିନସ୍ଥ ପାରାଦୀପଗଡ ଗେଟ୍ ବଜାର ଅଞ୍ଚଳର ପ୍ରମୋଦ ନାୟକ,ନିମିଢ଼ି ଗ୍ରାମର ରଞ୍ଜନ ସ୍ୱାଇଁ ଓ ଗଞ୍ଜାମ ଜିଲ୍ଲା କୁକୁଡ଼ା ଖଣ୍ଡି ଗ୍ରାମର ଶ୍ୟାମ ସୁନ୍ଦର ରାଓଙ୍କୁ ପୋଲିସ ଗିରଫ କରିବା ସହିତ ସେମାନଙ୍କ ଠାରୁ ଚୋରି ସାମଗ୍ରୀ ଜବତ କରିବାରେ ସଫଳ ହୋଇଛି କ୍ଷ ପୋଲିସ ଜବତ କରିଥିବା ସାମଗ୍ରୀ ଗୁଡ଼ିକର ଆନୁମାନିକ ମୂଲ୍ୟ ଚାରି ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଆକଳନ କରାଯାଇଛି । ଗିରଫ ହୋଇଥିବା ତିନି ଅଭିଯୁକ୍ତଙ୍କୁ ମଙ୍ଗଳବାର ଦିନ ପାରାଦୀପ ଲକ୍ ଥାନା ପୋଲିସ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି । ତେବେ ଏ ବାବଦରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପାରାଦୀପ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅଜିଂକ୍ୟ ବାବୁରାଓ ମାଣେ ଏବଂ ଲକ ଥାନା ଆଇଆଇସି ରଶ୍ମି ରଞ୍ଜନ ଦାଶ ଘଟଣା ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ କ୍ଷ
