ସତ୍ଯବାଦୀ ସୁଆଣ୍ଡୋ : ୩୧୬ନଂ ପୁରୀ — ଭୂବନେଶ୍ୱର ଜାତୀୟ ରାଜପଥ ର ସାକ୍ଷୀଗୋପାଳ କଲେଜଛକ ନିକଟରେ ଥିବା ସେହି ବହୁ ଚର୍ଚ୍ଚିତ ଜୟା ଡାବା ଉପରକୁ ବୋମା ମାଡ଼ ହୋଇଥିଲା। ଏହି ଘଟଣାରେ ସତ୍ଯବାଦୀ ପୋଲିସ ପିପିଲି ଥାନା ଅନ୍ତର୍ଗତ ସିରିଆପୁର ଗ୍ରାମର ତିନି ଯୁବକଙ୍କୁ ଗିରଫ କରିବାରେ ସଫଳ ହୋଇଛି। ସତ୍ୟବାଦୀ ପୋଲିସ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ଦେବାଶିଷ ମିଶ୍ରଙ୍କ ସୂଚନା ଅନୁଯାୟୀ ଏହି ତିନି ଜଣ ଯୁବକ ୧୫ତାରିଖ ଦିନ ୨ଟା ସମୟରେ ଜୟାଡାବାରେ ଖାଇବାକୁ ଯାଇଥିଲେ। ସେଠାରେ ଖାଇବା ପରେ ଅସଭ୍ୟ ଭାଷାରେ କଥାବାର୍ତ୍ତା କରିଥିଲେ। ଡାବାର କର୍ମଚାରୀ ମାନେ ବିରୋଧ କରିବାରୁ ତିନି ଜଣ ଯୁବକ ଉତ୍ତ୍ୟକ୍ତ ହୋଇ ଜୀବନରେ ମାରି ଦେବାକୁ ଧମକ ଦେଇ ଏକ ଗାଡି ନଂ ଓଡ଼ି,୦୨-ସିକ୍ଯୁ-୨୯୨୩ରେ ପଳାଇଥିଲେ। ମାତ୍ର କିଛି ସମୟ ପରେ ସେମାନେ ଆସି ବାବା ଉପରକୁ ବୋମାମାଡ଼ କରି ଫେରାର ହୋଇଯାଇଥିଲେ। ପ୍ରଦୀପ କୁମାର ବାରିକଙ୍କ ଅଭିଯୋଗ କ୍ରମେ ସତ୍ୟବାଦୀ ପୋଲିସ ୧୬୮/୨୦୨୬ରେ ଏକ କେସ ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ। ଏହି ଘଟଣାରେ ସମ୍ପୃକ୍ତ ଥିବା ପିପିଲି ଥାନା ଅନ୍ତର୍ଗତ ସିରିଆପୁର ଗ୍ରାମର ବୈଦ୍ୟନାଥ ଦାଶ ଓରଫ ବାଦଲ (୨୫), ପ୍ରଭାକର ପ୍ରଧାନ ଓରଫ ବୁଲୁ (୨୭), ବୀରେନ୍ଦ୍ର କୁମାର ସାହୁ ଓରଫ ବାବୁ (୨୦) ଏମାନଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଏକ ଗାଡି, ହଂସୁଆ କଟୁରୀ ଓ ବିସ୍ଫୋରକ ସାମଗ୍ରୀ ଜବତ କରି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ସତ୍ଯବାଦୀ ଥାନା ଅଧିକାରୀ ସୈମ୍ୟରଞ୍ଜନ ମହାଲିକା ଙ୍କ ଠାରୁ ସୁଚନା ମିଳିଛି।
