ପୁରୀ: ଚଳିତବର୍ଷ ସିବିଏସ୍ଇ ଦଶମ ଶ୍ରେଣୀ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ପୁରୀ ୱାଟର ୱାରକ୍ସ ରୋଡ ସ୍ଥିତ ଡିଏଭି ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀମାନେ ସଫଳତା ହାସଲ କରି ବିଦ୍ୟାଳୟ ତଥା ଜିଲ୍ଲାର ଗୌରବ ବୃଦ୍ଧି କରିଛନ୍ତି । ଦଶମ ଶ୍ରେଣୀରେ ମୋଟ ୧୪୯ ଜଣ ପରୀକ୍ଷା ଦେଇଥିଲେ ଓ ସମସ୍ତ ଛାତ୍ରଛାତ୍ରୀ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି। ବିଦ୍ୟାଳୟର ଛାତ୍ର ଶିବ ପ୍ରସାଦ ମିଶ୍ର ୯୮. ୬ ପ୍ରତିଶତ ରଖି ପ୍ରଥମ ସ୍ଥାନ, ପ୍ରଣବ ସାହୁ ୯୭.୮ ପ୍ରତିଶତ ଦ୍ୱିତୀୟ ସ୍ଥାନ ଏବଂ ସତ୍ୟଜିତ୍ ପଣ୍ଡା ୯୭.୪ ପ୍ରତିଶତ ତୃତୀୟ ସ୍ଥାନ ଅର୍ଜନ କରି ବିଦ୍ୟାଳୟର ଟପ୍ପର ହୋଇଛନ୍ତି। ସେହିପରି ଓଡ଼ିଆ, ସାମାଜିକ ବିଜ୍ଞାନ ଓ ଗଣିତରେ ୧୦୦ ପ୍ରତିଶତ ନମ୍ବର ରଖି ବିଦ୍ୟାଳୟର ଗୌରବ ବୃଦ୍ଧି କରିଛନ୍ତି । ଏତଦବ୍ୟତୀତ ବିଦ୍ୟାଳୟର ମୋଟ ୩୪ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତ ରୁ ଉର୍ଦ୍ଧ୍ୱ ନମ୍ବର ରଖୁଥ?ିବା ବେଳେ ୧୪ ଜଣ ୯୫ ପ୍ରତିଶତ ରୁ ଊର୍ଦ୍ଧ୍ୱ ନମ୍ବର ରଖି କୃତିତ୍ୱ ହାସଲ କରିଛନ୍ତି । ବିଦ୍ୟାଳୟର ହାରାହାରି ହେଉଛି ୭୬.୪୮ ପ୍ରତିଶତ । ବିଦ୍ୟାଳୟର ଏହି ସଫଳତା ପାଇଁ ଅନୁଷ୍ଠାନର ଅଧ୍ୟକ୍ଷା ଜ୍ୟୋତ୍ସ୍ନା ମଙ୍ଗରାଜ ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକ ମାନଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ
ଆଗାମୀ ଦିନରେ ପାଠପଢ଼ା କିଭଳି ଆହୁରି ଉଚ୍ଚକୋଟୀର ହୋଇପାରିବ ସେନେଇ ଅଧିକ ଧ୍ୟାନ ଦିଆଯିବ ବୋଲି ଅଧ୍ୟକ୍ଷା ମହୋଦୟା ସୂଚନା ଦେଇଛନ୍ତି।
