ଚେନ୍ନାଇ : ୧୬ ତାରିଖରେ ବଡ଼ ନିଷ୍ପତ୍ତି ନେବେ ମହେନ୍ଦ୍ର ସିଂ ଧୋନି । ଆଇପିଏଲ ୨୦୨୬କୁ ନେଇ କିଛି ନିଷ୍ପତ୍ତି ହୋଇପାରେ ବୋଲି ଅନୁମାନ କରାଯାଉଛି । ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା ପରେ କେବଳ ଆଇପିଏଲରେ ଖେଳ ଜାରି ରଖିଛନ୍ତି ମାହି । କିନ୍ତୁ ଚଳିତବର୍ଷ ଆହତ କାରଣରୁ ସେ ଏଯାବତ ଗୋଟିଏ ବି ମ୍ୟାଚ୍ ଖେଳିନାହାନ୍ତି । ଧୋନି ଖୁବଶୀଘ୍ର ମ୍ୟାଚ ଖେଳିପାରନ୍ତି । ଆସନ୍ତା ୧୮ ତାରିଖରେ ଚେନ୍ନାଇ ନିଜର ପରବର୍ତ୍ତୀ ମ୍ୟାଚ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଖେଳିବ । ୧୬ ତାରିଖରେ ଧୋନି ହାଇଦ୍ରାବାଦ ଯିବେ କି ନାହିଁ ନିଷ୍ପତ୍ତି ନେବେ । ସେ ଆସନ୍ତାକାଲି ଯଦି ହାଇଦ୍ରାବାଦ ଯାଆନ୍ତି ତାହେଲେ ସେ ମ୍ୟାଚରେ ଉପଲବ୍ଧ ହେବେ ବୋଲି କୁହାଯାଉଛି । ମାତ୍ର ଏଯାବତ ଧୋନି ଏନେଇ କୌଣସି ସୂଚନା ଦେଇନାହାନ୍ତି । ତେବେ ଆହତଜନିତ ସମସ୍ୟା ଯୋଗୁଁ ଧୋନି ନିଜର ରିକଭରୀ ପାଇଁ ଫୋକସ କରୁଥିଲେ । ଟିମ୍ ଏବଂ ସପୋର୍ଟ ଷ୍ଟାଫଙ୍କ ତଦାରଖରେ ରିହାବରେ ରହିଥିଲେ । ଏବେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି ଧୋନି । ଆଉ ଆଗାମୀ ମ୍ୟାଚରେ ଖେଳିବେ କି ନାହିଁ, ତାହା ଆସନ୍ତାକାଲି ଜଣାପଡିବ।
